Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଦ୍ୟାଶ୍ରୀଙ୍କୁ ୨ ଘଣ୍ଟା ଜେରା: ତଥାପି ସରିନି, ଜେରା ଚାଲିବ, ଡକା ହେବେ ଆହୁରି, ଏମିତି କହିଲେ କ୍ରାଇମବ୍ରାଞ୍ଚ ଅଧିକାରୀ

14/08/2020 at 8:26 PM

ଭୁବନେଶ୍ୱର, ୧୪|୦୮ :  ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ରହସ୍ୟ ଦିନକୁ ଦିନ ରୋଚକ ହେବାରେ ଲାଗିଛି । ଆଦିତ୍ୟଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନେବା ପରେ ପତ୍ନୀ ବିଦ୍ୟାଶ୍ରୀଙ୍କୁ କରାଯାଉଛି ମାରାଥନ ଜେରା । ପୂର୍ବରୁ ୨ଥର ଜେରା କରିଥିବା କ୍ରାଇମବ୍ରାଞ୍ଚ ଟିମ୍ ବିଦ୍ୟାଶ୍ରୀଙ୍କୁ ଶୁକ୍ରବାର ତୃତୀୟ ଥର ପାଇଁ ଜେରା କରିଛି ।

ଏବେ କ୍ରାଇମବ୍ରାଞ୍ଚ ସ୍କାନରରେ ବିଦ୍ୟାଶ୍ରୀ । ଆଦିତ୍ୟଙ୍କ ମୃତ୍ୟୁ ଘଟଣାରେ ବିଦ୍ୟାଶ୍ରୀଙ୍କୁ ତୃତୀୟ ଥର ପାଇଁ ଜେରା କରିଛନ୍ତି କ୍ରାଇମବ୍ରାଞ୍ଚ ଟିମ୍ । ଟିମ୍‌ର ୩ଜଣିଆ ସଦସ୍ୟ ତାଙ୍କୁ ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଛନ୍ତି । ଏହାସହ ଗୁଡେଇତୁଡେଇ ପ୍ରଶ୍ନ କରିଛନ୍ତି ଅଧିକାରୀ । ସୂତ୍ରାନୁସାରେ,  ଘଟଣା ଘଟିବା ଦିନ ଏମତି କିଛି ଘଟିଥିଲା କି ଯେଉଁଥିପାଇଁ ଆଦିତ୍ୟଙ୍କ ମୃତ୍ୟୁ ହେଲା ?  ଆରମ୍ଭରୁ କାହିଁକି ବିଦ୍ୟାଶ୍ରୀ ବାରମ୍ବାର ବୟାନ ପରିବର୍ତ୍ତନ କରୁଥିଲେ ? ଆଦିତ୍ୟଙ୍କ ସହ ଝଗଡା ପରେ କାହିଁକି ଘର ଛାଡ଼ି ବାହାରକୁ ଗଲେ ? ମାଷ୍ଟରକ୍ୟାଣ୍ଟିଂନରୁ ସେ କିଭଳି ସିଧା ଯାଇ ଲିଙ୍ଗରାଜ ଷ୍ଟେସନରେ ପହଁଚିଲେ ଆଦି ପ୍ରଶ୍ନବାଣରେ ବିଦ୍ୟାଶ୍ରୀଙ୍କୁ ଘାଇଲା କରିଛନ୍ତି ତଦନ୍ତକାରୀ ଟିମ୍ ।ଆଗକୁ ମଧ୍ୟ ଅଧିକ ଜେରା ହୋଇପାରେ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି ।ଏହାସହ ଆହୁରି ଅନେକଙ୍କୁ ଜେରା ହେବ ବୋଲି ମଧ୍ୟ ଅଧିକାରୀ ସୂଚନା ଦେଇଛନ୍ତି ।

ଏହି ମାମଲାରେ ଗୁରୁବାର ଫେସବୁକକୁ ଚିଠି ଲେଖିଥିଲା କ୍ରାଇମବ୍ରାଞ୍ଚ ଟିମ୍‌ । ଆଦିତ୍ୟଙ୍କ ଶେଷ ଫେସବୁକ ପୋଷ୍ଟକୁ ନେଇ ଛାନ୍‌ଭିନ୍‌ ଆରମ୍ଭ ହୋଇଛି । ଆଦିତ୍ୟଙ୍କ ଫେସ୍‌ବୁକ୍‌ରୁ ପୋଷ୍ଟ ହୋଇଥିବା ପୋଷ୍ଟଟି କିଏ କରିଛି , ଏବଂ କାହା ମୋବାଇଲରୁ ହୋଇଛି । ତାହାର ସତ୍ୟ ଜାଣିବା ପାଇଁ ଫେସ୍‌ବୁକ୍‌କୁ ଚିଠି ଲେଖିଛି କ୍ରାଇମ୍‌ବ୍ରାଞ୍ଚ । ଫେସ୍‌ବୁକ୍‌ର ପୋଷ୍ଟ ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ । ତେବେ  ବିଦ୍ୟାଶ୍ରୀ ମଧ୍ୟ ଆଦିତ୍ୟଙ୍କ ପାସ୍ଓ୍ବାର୍ଡ ଜାଣିଥିଲେ । ସେହିପରି ୧୦ ମାସର କଲ୍ ଡିଟେଲ୍ସ ବାହାର କରିବାକୁ କ୍ରାଇମବ୍ରାଞ୍ଚ ଚେଷ୍ଟା ଚଳାଇଛି । ଏଥିପାଇଁ ସାଇବର୍ ଏକ୍ସପର୍ଟଙ୍କ ସାହାଯ୍ୟ ମଧ୍ୟ ନିଆଯାଇଛି ।

   Related Posts