ଆଦିତ୍ୟ ଚୋପ୍ରା ଆରମ୍ଭ କଲେ 'ସାଥି କାର୍ଡ': ଇଣ୍ଡଷ୍ଟ୍ରୀର ଦୈନିକ କର୍ମଚାରୀଙ୍କୁ ମିଳିବ ଆର୍ଥିକ ସହାୟତା

Published By : Prameya-News7 Bureau | September 13, 2021 IST

ମୁମ୍ବାଇ ୧୩/୦୯ :ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଦୈନିକ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିବାରେ ୟଶ ରାଜ ଫିଲ୍ମ ସର୍ବଦା ଆଗରେ ରହିଆସିଛି । ସିନେ ଜଗତର ଜଣାଶୁଣା ଫିଲ୍ମ ମେକର୍ସ ଫିଲ୍ମ ଇଣ୍ଡଷ୍ଟ୍ରିର ଦୈନିକ କର୍ମଚାରୀଙ୍କ ପାଇଁ ଆଦିତ୍ୟ ଚୋପ୍ରା ଆର୍ଥିକ ସହାୟତା ଯୋଗାଇବାକୁ ଘୋଷଣା କରିଛନ୍ତି । କୋଭିଡ୍‌-୧୯ ରେ ରିଲିଫ୍ ସାହାଯ୍ୟରେ ଏହି ଅଭିଯାନକୁ ବଜାୟ ରଖିବା ପାଇଁ ଆଦିତ୍ୟ ଚୋପ୍ରା ୟଶ ଚୋପ୍ରା ଫାଉଣ୍ଡେସନ୍ ଅଧୀନରେ 'ସାଥି କାର୍ଡ' ଆରମ୍ଭ କରିଛନ୍ତି । ଏହାକୁ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ବ୍ୟବହାର କରି ହେବ।

wp:gallery {"ids":[510581],"linkTo":"none"} /wp:gallery

ଏ ନେଇ ଆଦିତ୍ୟ ଚୋପ୍ରା ବିଜ୍ଞପ୍ତି ଜାରି କରି କହିଛନ୍ତି, ଏହି ଯୋଜନାରେ ‘ଦ ୟଶ ଚୋପ୍ରା ଫାଉଣ୍ଡେସନ୍‌’ରେ କାର୍ଯ୍ୟରତ ବ୍ୟକ୍ତିଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା, ସ୍କୁଲ ଭତ୍ତା, ରାସନ ସାମଗ୍ରୀ, ବାର୍ଷିକ ସ୍ୱାସ୍ଥ୍ୟ ପରୀକ୍ଷା ସମେତ ଅନ୍ୟ ସୁବିଧା ମଧ୍ୟ ଉପଲବ୍ଧ କରାଯିବ।

ଆଦିତ୍ୟ ଚୋପ୍ରାଙ୍କ ବ୍ୟାନର ‘ୟଶରାଜ ଫିଲ୍ମସ୍‌’ର ବରିଷ୍ଠ ଉପାଧ୍ୟକ୍ଷ ଅକ୍ଷୟ ବିଧାନୀ କହିଛନ୍ତି, ଫିଲ୍ମ ଜଗତର ମୂଳଦୁଆଙ୍କୁ ସାହାଯ୍ୟ କରିବା ‘ସାଥୀ କାର୍ଡ’ର ଲକ୍ଷ୍ୟ। ଯେଉଁମାନେ ଫିଲ୍ମଦୁନିଆର ମେରୁଦଣ୍ଡ ସେମାନଙ୍କୁ ସହାୟତା ଯୋଗାଇବା ପାଇଁ ଏହା ଏକ ଉଦ୍ୟମ ମାତ୍ର। ଏମାନଙ୍କୁ ଏବେ ସାହାଯ୍ୟ କଲେ ଭବିଷ୍ୟତରେ ଆମ ଇଣ୍ଡଷ୍ଟ୍ରୀ ସୁରକ୍ଷିତ ରହିବ। ସେ କହିଛନ୍ତି, “ଭବିଷ୍ୟତରେ, ଆମ ସମ୍ପ୍ରଦାୟର ଏହି ଶ୍ରେଣୀର ଜୀବନଶୈଳୀକୁ ବୃଦ୍ଧି କରିବା ପାଇଁ ଆମେ ଏହି ସାହାଯ୍ୟର ପରିସର ବିସ୍ତାର କରିବୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.