କୁନି ଝିଅ ଅଦ୍ଵିତୀର ବଦାନ୍ୟତା, ମୁଖ୍ୟମନ୍ତ୍ରୀଙ୍କ କୋଭିଡ଼ ରିଲିଫ ପାଣ୍ଠିକୁ ଦାନ କଲେ ୨୧ ହଜାର ଟଙ୍କା

Published By : Prameya-News7 Bureau | August 27, 2020 IST

ଭୁବନେଶ୍ୱର ୨୭।୦୮: ବିଦେଶରେ ରହୁଥିବା କୁନି ଝିଅ ଅଦ୍ଵିତୀର ବଦାନ୍ୟତା । ୫ ବର୍ଷ ବୟସରେ ସେବା ମନୋଭାବ ପୋଷଣ କରି ମୁଖ୍ୟମନ୍ତ୍ରୀଙ୍କ କୋଭିଡ ରିଲିଫ ପାଣ୍ଠିକୁ ଦାନ କଲେ ୨୧ ହଜାର ଟଙ୍କା । ନବରଙ୍ଗପୁର ଇଛାବତୀ ଗୁଡାର ବିଭୁତି ଭୂଷଣ ପଟ୍ଟନାୟକ ଓ ସ୍ଵାଗତିକା ପଟ୍ଟନାୟକ ଲଣ୍ଡନରେ ରୁହନ୍ତି।

ତାଙ୍କ ୫ ବର୍ଷର ଝିଅ ଅଦ୍ଵିତୀଙ୍କର ଗତ ୨୦ ତାରିଖ ଦିନ ଚତୁର୍ଥ ଜନ୍ମଦିନ ପାଳନ କରାଯାଇଥିଲା। ଏହି ଜନ୍ମ ଦିନରେ ଉପହାର ସ୍ୱରୂପ ମିଳିଥିବା ଟଙ୍କା ଏବଂ  ପିଲା ଦିନରୁ ଅଦ୍ଵିତୀ କୁଣ୍ଡିରେ ସଞ୍ଚୟ କରିଥିବା ଟଙ୍କାକୁ ଦୁଇଭାଗ କରିଥିଲେ  । ଗୋଟିଏ ଭାଗ ୨୧ ହଜାର ଟଙ୍କା ଓଡିଶା ମୁଖ୍ୟମନ୍ତ୍ରୀଙ୍କ କୋଭିଡ ରିଲିଫ ପାଣ୍ଠିକୁ ଦାନ କରିଥିଲେ। ଏବଂ ଦ୍ବିତୀୟ ଭାଗ  ୨୭ ହଜାର ଟଙ୍କା ଲଣ୍ଡନର ଶିଶୁ ମାନଙ୍କ ପାଇଁ କାମ କରୁଥିବା ଏକ ଚାରିଟେବୁଲ ଟ୍ରଷ୍ଟ କୁ ଦାନ କରିଛନ୍ତି ଅଦ୍ବିତୀ।

ସେ ପଠାଇଥିବା ୨୧ ହଜାର ଟଙ୍କାକୁ  ନବରଙ୍ଗପୁରରେ ରହୁଥିବା ତାଙ୍କ ଜେଜେ ନିରଞ୍ଜନ ପଟ୍ଟନାୟକ ଏକ ଚେକ ମାଧ୍ୟମରେ ନବରଙ୍ଗପୁର ଜିଲ୍ଲାପାଳ ଡଃ. ଅଜିତ କୁମାର ମିଶ୍ର ଙ୍କୁ ପ୍ରଦାନ କରିଛନ୍ତି।  ୫ ବର୍ଷର ଛୋଟ ନାତୁଣୀ ର ଏହିଭଳି ପଦକ୍ଷେପକୁ ନେଇ ଜେଜେବାପା, ଜେଜେମା ଗର୍ବ କରିଛନ୍ତି। ଏବା ସହ ଅଦ୍ଵିତୀ ଏକ ଭିଡିଓ କ୍ଲିପ ଜାରି କରି ଗରିବ ଶିଶୁ ମାନଙ୍କୁ ଚିକିତ୍ସା କରିବା ପାଇଁ ମଧ୍ୟ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.