୧୯୪୭ ସମୟର ରୋମାନ୍ସ କରିବେ ଅଦିତି : ବିପକ୍ଷରେ ଜନ୍ ଆବ୍ରାହମ୍

Published By : Prameya-News7 Bureau | August 27, 2020 IST

ମୁମ୍ବାଇ ୨୭/୦୮: ସୀମାପାର ପ୍ରେମ ଉପରେ ଆଧାରିତ ଅର୍ଜୁନ କପୁର ଓ ରକୁଲ ପ୍ରୀତ ସିଂହ ଷ୍ଟାରର୍‌ ଏକ ଫିଲ୍ମ ଏବେ ଚର୍ଚ୍ଚାରେ। ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ଅଭିନେତ୍ରୀ ଅଦିତି ରାଓ ହୈଦରୀ । ତାଙ୍କ ଅପୋଜିଟ୍‌ ସ୍କ୍ରିନ୍‌ ଶେୟାର କରିବେ ଅଭିନେତା ଜନ୍‌ ଆବ୍ରାହମ୍‌ । ଫିଲ୍ମ ସୁଟିଂ ପୂର୍ବରୁ ଏହି ଦୁଇ କଳାକାରଙ୍କ ଫାଷ୍ଟ ଲୁକ୍‌ ଜାରି ହୋଇଛି । ଫିଲ୍ମର ଟାଇଟଲ୍‌ ଏବେ ସୁଦ୍ଧା ଘୋଷଣା ହୋଇନାହିଁ । ତେବେ ଜନ୍‌ ଓ ଅଦିତି ଅର୍ଜୁନଙ୍କର ଜେଜେବାପା ଓ ଜେଜେମା’ ଭୂମିକାରେ ନଜର ଆସିବେ ।

wp:core-embed/instagram {"url":"https://www.instagram.com/p/CEVm45OhLCV/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/CEVm45OhLCV/?utm_source=ig_embed
/wp:core-embed/instagram

୧୯୪୭ ମସିହା, ଭାରତ ସ୍ୱାଧୀନ ହେବା ସମୟରେ ଜନ୍‌-ଅଦିତିଙ୍କ କାହାଣୀ ଗତିଶୀଳ । ଫିଲ୍ମରେ ଅଦିତି ଜନ୍‌ଙ୍କ ପ୍ରେମିକା ତଥା ଅର୍ଜୁନଙ୍କ ଜେଜେମା’ ନୀନାଙ୍କ ଚରିତ୍ର ନିର୍ବାହ କରିଛନ୍ତି । ଅଦିତି ଓ ଜନ୍‌ଙ୍କ ସିନ୍‌ର ସୁଟିଂ ୧ ସପ୍ତାହ ଧରି ଚାଲିବ। ଏହି ସମୟରେ ଇନ୍‌ଡୋର ସୁଟିଂ ହେବ। ଏହା ପରେ ଅକ୍ଟୋବର ମାସରେ ସେମାନେ ପୁଣି ଥରେ ଫିଲ୍ମ ଟିମ୍‌ ସହିତ ଏକାଠି ହେବେ । ଫିଲ୍ମରେ ନିଜ ଭୂମିକାକୁ ନେଇ ଅଦିତି ଖୁବ୍‌ ଉତ୍ସାହିତ ଅଛନ୍ତି । ଏହି ଭୂମିକା ତାଙ୍କ ପାଇଁ ଖୁବ୍‌ ଖାସ୍‌ ବୋଲି ସେ କହିଛନ୍ତି । କାରଣ ତାଙ୍କ ମତରେ, ଏହା ଏଭଳି ଏକ ପ୍ରେମ କାହାଣୀ ଯାହା ପିଢ଼ି ପରେ ପିଢ଼ି ଲମ୍ବିଛି ।

{"id":320984,"sizeSlug":"large"}

ଫିଲ୍ମକୁ ନେଇ ନିଜ ପ୍ରତିକ୍ରିୟାରେ ଅଦିତି କହନ୍ତି ‘ଜନ୍‌ ଓ ମୁଁ ୧୯୪୬-୪୭ ମସିହାର ଯୋଡ଼ି ଭୂମିକା ନିର୍ବାହ କରିଛୁ । ଅର୍ଜୁନଙ୍କ ଚରିତ୍ର ଯେପର୍ଯ୍ୟନ୍ତ ଆମ କାହାଣୀକୁ ସାମ୍ନାକୁ ଆଣିବାର ଆବଶ୍ୟକତା ମନେ କରିନାହିଁ, ସେପର୍ଯ୍ୟନ୍ତ ଆମ ପ୍ରେମ କାହାଣୀର ଅନ୍ତ ହୋଇନାହିଁ । ଏଭଳି ଫିଲ୍ମ ବର୍ତ୍ତମାନ ସମୟରେ ଖୁବ୍‌ କମ୍‌ ନିର୍ମାଣ ହେଉଛି । ତେଣୁ ଫିଲ୍ମ ଅଫର୍‌ପାଇବା ପରେ ମୁଁ ସଙ୍ଗେସଙ୍ଗେ ରାଜି ହୋଇଗଲି ।’ ୧୯୪୭ ମସିହାରୁ ୨୦୨୦ ପର୍ଯ୍ୟନ୍ତ ତିନି ପିଢ଼ିର ପ୍ରେମ କାହାଣୀକୁ ନେଇ ଫିଲ୍ମଟି ଗତିଶୀଳ ।

{"id":320986,"width":579,"height":332,"sizeSlug":"large"}

ବର୍ତ୍ତମାନ ସମୟରେ ଅର୍ଜୁନ ଓ ରାକୁଲଙ୍କ ଚରିତ୍ର ଏବଂ ୧୯୪୭ ମସିହାର ବିଭାଜନ ପରେ ଜନ୍‌-ଅଦିତିଙ୍କ ବାଧ୍ୟବାଧକତା ବିଚ୍ଛେଦ ମଧ୍ୟରେ ସମାନତା ରହିଛି । ଫିଲ୍ମରେ ଜନ୍‌ ପ୍ରଥମ ଥର ସର୍ଦ୍ଦାର ଭୂମିକା ନିର୍ବାହ କରିଛନ୍ତି। ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି କାଶିଭ ନାଏର। ବିଗତ ଦିନରେ ଜନ୍‌-ଅଦିତିଙ୍କ ସ୍କୁଲ ବେଳର ପ୍ରେମ ଏବଂ ଅର୍ଜୁନ ଓ ରାକୁଲଙ୍କ ଆଧୁନିକ ପ୍ରେମ କାହାଣୀର ଏକ ସଙ୍ଗମ ଏଥିରେ ଦେଖିବାକୁ ପାଇବେ ଦର୍ଶକ । ପ୍ରାଚୀନ ଓ ନୂଆ ପିଢ଼ିର ପ୍ରେମକୁ ପରଦାରେ ସମାନ୍ତରାଳ ଭାବେ ଉତାରିବା ଏକ ବଡ଼ ଚ୍ୟାଲେଞ୍ଜ । ଏହା କେତେ ଦୂର ସଫଳ ହେବ, ପରବର୍ତ୍ତୀ ସମୟରେ ଜଣାପଡ଼ିବ।

{"id":320987,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.