ଫିଲ୍ମରେ କାମ ପାଇବା ପାଇଁ ଅଦିତି ରାଓ ହୈଦରୀଙ୍କୁ ଦେବାକୁ ପଡିଛି ବହୁମୂଲ୍ୟ

Published By : Prameya-News7 Bureau | October 29, 2019 IST

ମୁମ୍ବାଇ୨୮|୧୦: ବଲିଉଡ ଅଭିନେତ୍ରୀ ଅଦିତୀ ରାଓ ହୈଦରୀ ହାଇଦ୍ରାବାଦର ଶାହି ପରିବାରରେ ଜନ୍ମ ହୋଇଥିଲେ। ୧୯୮୬ ମସିହା ଅକ୍ଟୋବର ମାସ ୨୮ ତାରିଖରେ ଅଦିତିଙ୍କ ଜନ୍ମ ହୋଇଥିଲା।। ଅଦିତି ଆଜି ନିଜ ୩୩ ତମ ଜନ୍ମଦିନ ପାଳନ କରୁଛନ୍ତି। ୨୦୦୬ ମସିହାରେ ମଲାୟଲମ ଫିଲ୍ମ ପ୍ରଜାପତିରେ ଅଭିନୟ କରି ନିଜ ଫିଲ୍ମି କ୍ୟାରିଅର ଆରମ୍ଭ କରିଥିଲେ। ୨୦୦୯ ମସିହାରେ ଦିଲ୍ଲୂୀ ସିକ୍ସ ଫିଲ୍ମରେ ଅଭିନୟ କରି ସେ ବଲିଉଡରେ ପାଦ ଦେଇଥିଲେ। ଗତ ବର୍ଷ ଅଦିତି କାଷ୍ଟିଂ କାଉଚ୍‌ ବିଷୟରେ କରିଥିବା ରାଜ ଖୋଲିଥିଲେ।

{"id":176225}

ଅଦିତିଙ୍କ ଅନୁସାରେ ସଂଘର୍ଷ କରୁଥିବା ସମୟରେ ସେ ଅନେକ କାଷ୍ଟିଂ କାଉଚର ସାମ୍ନା କରିଛନ୍ତି। ଏକ ସାକ୍ଷାତକାରରେ ଅଦିତି କହିଥିଲେ ଯେ, ସେ ଯେତେବେଳେ ମୁମ୍ବାଇ ଯାଇଥିଲେ ତାଙ୍କୁ ୪ ମାସ ମଧ୍ୟରେ କାମ ମିଳିଯାଇଥିଲା।ହେଲେ ଏହା ସହ ସେ କାଷ୍ଟିଂ କାଉଚର ମଧ୍ୟ ସାମ୍ନା କରିଥିଲେ। ଏହା ପରେ ତାଙ୍କୁ ୮ ମାସ ପର୍ଯ୍ୟନ୍ତ କାମ ମିଳିନଥିଲା।ଏହି ସବୁ ଜିନିଷ ତାଙ୍କୁ ଦୁର୍ବଳ ନକରି ମଜବୁତ କରିଥିଲା।

{"id":176226}

୨୦୧୩ ମସିହା ତାଙ୍କ ପାଇଁ ବହୁତ କଷ୍ଟକର ଥିଲା। ସେହି ବର୍ଷ ତାଙ୍କ ବାପାଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା।୨୦୧୪ ମସିହାରେ ଧୀରେ ଧୀରେ ସବୁ ଜିନିଷ ଠିକ୍‌ ହେବାକୁ ଲାଗିଲା।୨୦୦୯ ମସିହାରେ ଅଦିତି ଅଭିନେତା ସତ୍ୟଦୀପ ମିଶ୍ରାଙ୍କୁ ବିବାହ କରିଥିଲେ। ସେତେବେଳେ ଅଦିତି ମାତ୍ର ୨୧ ବର୍ଷର ଥିଲେ। ୧୭ ବର୍ଷ ବୟସରେ ଅଦିତି ସତ୍ୟଦୀପଙ୍କ ପ୍ରେମରେ ପଡିଥିଲେ। ଉଭୟ ରିଲେଶନସିପରେ ରହିବା ପରେ ବିବାହ କରିଥିଲେ। ୨୦୧୩ ମସିହାରେ ଉଭୟଙ୍କର ବିବାହ ବିଚ୍ଛେଦ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.