ଅଦିନିଆ ବର୍ଷାରେ ବ୍ୟାପକ ମୁଗ ଫସଲ ନଷ୍ଟ : ପାଣିରେ ଭାସୁଛି ଏକର ଏକର ଜମିର ଫସଲ , ଚିନ୍ତାରେ ଚାଷୀ
9/03/2020 at 10:07 AM

ମହକାଳପଡା ୦୯।୦୩: ଅଦିନିଆ ବର୍ଷାରେ ବ୍ୟାପକ ମୁଗ ଫସଲ ନଷ୍ଟ । ଅଦିନିଆ ବର୍ଷା ଯୋଗୁଁ କେନ୍ଦ୍ରାପଡା ଜିଲ୍ଲାରେ ହଜାର ହଜାର ହେକ୍ଟର ଚାଷ ଜମିର ମୁଗ ଫସଲ ନଷ୍ଟ ହୋଇଛି । ଯାହାକୁ ନେଇ ଚାଷୀ ଚିନ୍ତାରେ ପଡିଛନ୍ତି ।

ଚଳିତ ବର୍ଷ ପ୍ରାକୃତିକ ବିର୍ପଜୟର ସମ୍ମୁଖିନ ହୋଇ ଚାଷୀଙ୍କ ଧାନ ଫସଲ ହାନି ଘଟିଥିଲା । ଚାଷୀ ଧାର କରଜ କରି ଚାଷ ଜମିରେ ମୁଗ ବୁଣିଥିଲେ । କେଉଁଠି ମୁଗ ଗଛ ଦୁଇ ପତ୍ର ହୋଇଛି ତ ଆଉ କେଉଁଠି, ମୁଗ ଗଛରେ ଫଳ ଧରି ଆସୁଥିଲା । ଅଦିନିଆ ବର୍ଷା ଯୋଗୁ ଚାଷ ଜମିରେ ପାଣି ରହିବା ଯୋଗୁଁ ମୁଗ ଗଛ ପଚି ଯାଉଛି ।

ଯାହା ଏଥିରୁ ବର୍ତ୍ତିଛି ତାହା ହଳଦିଆ ପଡି ଯାଉଛି । ରୋଗପୋକ ଲାଗି ମୁଗଗଛ ମରି ଯାଉଛି । କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକର ଅଳେଇଲେ, ଓଳିହା, ଜଅଁରା ଆଦି ଅଂଚଳର ଏପରି ସ୍ଥିତି ହୋଇଛି । ପାଣିରେ ବୁଡି ରହିଛି ମୁଗ ଗଛ ।
Related Posts
ପାରାଦୀପ: ଭିଜିଲାନ୍ସ ଜାଲରେ ସ୍ବାସ୍ଥ୍ୟ କର୍ମଚାରୀ
19 January 2021