Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

କେବଳ ୨ ରନ ଦେଇ ୪ ଓ୍ଵିକେଟ୍, ଟି-୨୦ ବିଶ୍ଵ କପ୍‌ରେ ଆଦିଲଙ୍କ ନୂତନ ରେକର୍ଡ

23/10/2021 at 10:28 PM

ଦୁବାଇ ୨୩।୧୦: ବିସ୍ଫୋରକ ବ୍ୟାଟସମ୍ୟାନରେ ସଜ୍ଜିତ ଓ୍ଵେଷ୍ଟଇଣ୍ଡିଜ ଟସ୍  ହାରି ଯେବେ ପ୍ରଥମ ବ୍ୟାଟିଂ କରିବାକୁ କ୍ରିଜକୁ ଓହ୍ଲାଇଲା  ଲାଗୁଥିଲା ବ୍ୟାଟିଂ ଉପଯୋଗୀ ଦୁବାଇ ପିଚ୍‌ରେ ହାଇ ସ୍କୋରିଂ ମୁକାବିଲା ଦେଖିବାକୁ ମିଳିବ। ହେଲେ ଇଂଲଣ୍ଡ ସ୍ପିନର ଆଦିଲ ରଶିଦ ଟି-୨୦ ବିଶ୍ଵ କପ୍‌ର ପ୍ରଥମ ମ୍ୟାଚ୍‌ରେ ଦର୍ଶାଇ ଦେଇଛନ୍ତି ଯେ, ୫୦ ଓଭରର ଚାମ୍ପିଅନ ଦଳ କ୍ରିକେଟ୍‌ର ସବୁଠୁ ଛୋଟ ଫର୍ମାଟ୍‌ରେ ମଧ୍ୟ କାହାରିଠୁ କମ୍ ନୁହେଁ।

ରଶିଦ ୨.୨ ଓଭର ଅର୍ଥାତ ୧୪ ବଲ୍ ବୋଲିଂ କରି ମାତ୍ର ୨ ରନ ଦେଇ ୪ ଓ୍ଵିକେଟ୍ ନେଇଛନ୍ତି। ଏହା ଯେ କୌଣସି ବୋଲରଙ୍କ ପାଇଁ ଡ୍ରିମ୍ ସ୍ପେଲ୍ ହେବ। ମାତ୍ର ପାକିସ୍ତାନ ମୂଳ ନିବାସୀ ୩୩ ବର୍ଷୀୟ ଇଂଲଣ୍ଡର ସ୍ପିନର ରଶିଦ ଘାତକ ବୋଲିଂ କରିଛନ୍ତି। ତାଙ୍କର ଏହି ପ୍ରଦର୍ଶନ ରେକର୍ଡ ସୃଷ୍ଟି କରିଛି। ଟି-୨୦ ବିଶ୍ଵ କପ୍‌ରେ ଆଜି ପର୍ଯ୍ୟନ୍ତ କୌଣସି ବୋଲର ଏତେ କମ ରନ ଦେଇ ଚାରି ସଫଳତା ପାଇ ନାହାନ୍ତି। ଆଦିଲ ଅଧିନାୟକ କିରଣ  ପୋଲାର୍ଡ(୬), ଆନ୍ଦ୍ର ରସେଲ(୦), ଅବେଦ ମକେୟ(୦) ଓ ରବି ରାମପାଲ(୩)ଙ୍କୁ ପାଭିଲିୟନ ପଠାଇଥିଲେ।

ଟି-୨୦ ବିଶ୍ଵ କପ୍ ଇତିହାସରେ ଏହା ତୃତୀୟ ସର୍ବନିମ୍ନ ସ୍କୋର। ଏହା ପୂର୍ବରୁ ନେଦରଲାଣ୍ଡ ୨୦୧୪ରେ ଶ୍ରୀଲଙ୍କା ବିପକ୍ଷରେ ୩୯ ରନ କରିଥିଲେ। ହେଲେ ଏହି ବିଶ୍ଵ କପର ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ ନେଦରଲାଣ୍ଡ ୪୪ ରନରେ ଅଲଆଉଟ୍ ହୋଇଥିଲା। ମୋଟାମୋଟି ଟି-୨୦ ଅନ୍ତର୍ଜାତୀୟରେ ସବୁଠୁ କମ ସ୍କୋର ତାଲିକାରେ ଏହା ୧୫ତମ ସ୍ଥାନରେ ରହିଛି। ଟି-୨୦ରେ ସର୍ବନିମ୍ନ ସ୍କୋରର ରେକର୍ଡ ତୁର୍କୀ ନାମରେ ରହିଛି। ଚେକ୍ ରିପବ୍ଲିକ୍ ବିରୋଧରେ ୨୦୧୯ରେ ତୁର୍କୀ ୨୧ ରନ କରିଥିଲେ।

କମ ରନ ଦେଇ ଚାରି ଓ୍ଵିକେଟ୍ ନେଇଥିବା ବୋଲର

୪/୨- ଆଦିଲ ରଶିଦ(ଆଜିର ମ୍ୟାଚ୍)

୫/୩- ରଙ୍ଗନା ହେରାଥ(୨୦୧୪)

୫/୬- ଉମର ଗୁଲ୍(୨୦୦୯)

୪/୭- ମାର୍କ ଗିଲେସ୍ପି(୨୦୦୭)

୬/୮- ଅଜନ୍ଥା ମେଣ୍ଡିସ(୨୦୧୨)

ଟି-୨୦ରେ ସବୁଠୁ କଞ୍ଜୁସ  ବୋଲିଂ

୦.୦୦- ନୁଓ୍ଵାନ କୁଳଶେକରା ବନାମ ନେଦରଲାଣ୍ଡ, ୨୦୧୪

୦.୮୫- ରଙ୍ଗନା ହେରାଥ ବନାମ ନ୍ୟୁଜିଲାଣ୍ଡ, ୨୦୧୪

୦.୮୫- ଆଦିଲ ରଶିଦ ବନାମ ଓ୍ଵେଷ୍ଟଇଣ୍ଡିଜ, ୨୦୨୧

୧.୦୦- ଭୁବନେଶ୍ଵର କୁମାର ବନାମ ଓ୍ଵେଷ୍ଟଇଣ୍ଡିଜ, ୨୦୧୪

୧.୦୦- ସଚିତ୍ର ସେନାନାୟକେ ବନାମ ଓ୍ଵେଷ୍ଟଇଣ୍ଡିଜ, ୨୦୧୪

   Related Posts