୪୨ଜଣ ଭାରତୀୟ ସେନାଙ୍କୁ ମାରିଥିବା ଆଦିଲ ଅହମ୍ମଦର ବାପା କହିଲା -ଏହି କାରଣ ପାଇଁ ମୋ ପୁଅ ହୋଇଥିଲା ଆତଙ୍କବାଦୀ

Published By : Prameya-News7 Bureau | February 17, 2019 IST

ପୁଲଓ୍ଵାମାରେ ନିକଟରେ ଘଟିଥିବା ବର୍ବରୋଚିତ ଆତଙ୍କୀ ହମାଲାରେ ସାମିଲଥିବା ଆଦିଲ ଅହମ୍ମଦର ବାପା ଏକ ଗଣମାଧ୍ୟମକୁ ସାକ୍ଷାତକାରର ଦେଇ କହିଛି ଏହି କାରଣରୁ ମୋ ପୁଅ ହୋଇଥିଲା ଆତଙ୍କବାଦୀ । ଜାଣିବା  ଜଣେ ଦେଶଦ୍ରୋହୀ ଆତଙ୍କୀ ହେବାର କାରଣ କଣ ? ନିଜର ଦୋଷକୁ ଲୁଚାଇବାକୁ ତା ବାପା ଏସବୁ ବାହାନାବାଜି କରୁନାହିଁ ତ ?

ଭାରତ ଶାନ୍ତିରେ ବଂଚିବା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି , ସୁରକ୍ଷା, ଖାଦ୍ୟବସ୍ତ୍ର ଦେଇ ରଖିଥିବାବେଳେ ଭାରତ ବିରୋଧି କାର୍ଯ୍ୟକଳାପ କରିବା ଓ ଭାରତ ବିରୋଧରେ ଟିପ୍ପଣୀ ଦେବା କେତେଦୂର ଯଥାର୍ଥ । ଦେଶର ଦାନା ଖାଇ ନିମକହାରାମୀ ପାଲଟିଯାଉଥିବା ଏହି ଦେଶଦ୍ରୋହୀଙ୍କୁ ଲଜ୍ୟା ନ ଥିବା ବେଳେ କଣ କହୁଛନ୍ତି ଶୁଣନ୍ତୁ ।

ଆଦିଲ ଅହମ୍ମଦ ନିକଟରେ  ଘଟିଥିବା ଆତଙ୍କୀ ହମାଲାର ଜଣେ ପ୍ରମୁଖ ବ୍ୟକ୍ତି । ଏବାବଦରେ ନ୍ୟୁଜ୪ ମିଡ଼ିଆକୁ କାହିଁକି ତା ପୁଅ ଆତଙ୍କବାଦୀ ହେଲା ବୋଲି ଦେଇଛି ଟିପ୍ପଣୀ ।

କାଶ୍ମିରୀର ଏକ ସ୍କୁଲରେ ପଢ଼ୁଥିବା ସକିଲ ମହମ୍ମଦ ଜଣେ ସାଙ୍ଗସହ ଘରକୁ ଫେରିବା ସମୟରେ ଜଣେ ଭାରତୀୟ ସେନାଦ୍ଵାରା ନିର୍ଯ୍ୟାତିତ ହୋଇଥିଲା । ଭାରତୀୟ ସେନା ସେମାନଙ୍କୁ  ବାଟରେ ଅଟକାଇ ମାଡ଼ ମାରିଥିଲେ ବୋଲି ସକିଲ ବାପା କହିଛି । ଏହି କାରଣରୁ ସକିଲ ଘରୁ ଲୁଚି ପଳାଇଯାଇଥିଲା । ତା ପରେ କିଛି ଖବର ମିଳି ନଥିଲା । ପରେ ସେ ଜାଣିବାକୁ ପାଇଲା ତା ପୁଅ ଆତଙ୍କୀ ସଂଗଠନରେ ମିଶିଯାଇଛି ।

ପୁଲଓ୍ଵମାରେ ଘଟିଥିବା ଆତଙ୍କୀ ହମାଲାରେ ୪୨ ଜଣ ଯବାନ ଶହୀଦ ହୋଇଥିଲେ ମଧ୍ୟ କୌଣସି ଶୋକ ପ୍ରକାଶ କରିନାହିଁ ଆଦିଲ ବାପା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.