ପୁଲୱାମା ହମଲାର ମାଷ୍ଟର ମାଇଣ୍ଡ ଆଦିଲ : କିଛି ବର୍ଷ ତଳେ ଜମ୍ମୁ ଯିବା ପାଇଁ ବାହାରିଥିଲା ଘରୁ…ବନିଗଲା ଖତରନାକ ଆତଙ୍କବାଦୀ

Published By : Prameya-News7 Bureau | February 16, 2019 IST

ଜମ୍ମୁ ୧୬/୨:ପୁଲଓ୍ବାମାରେ ସିଆରପିଏଫ ଜବାନ ଏକାଠି ଯାଉଥିବାବେଳେ ଆକ୍ରମଣ କରିଥିବା ଫିଦାୟିନ୍ ଆକ୍ରମଣକାରୀ ଆଦିଲଙ୍କ ପିତା ଗୁଲାମ ଡାର ପୁଅର ଆତଙ୍କବାଦ ଗତିବିଧି ବିଷୟରେ ଜାଣିନଥିଲେ ବୋଲି ସୂଚନା ଦେଇଛନ୍ତି। ତାଙ୍କ କହିବାନୁସାରେ ପୁଅର ଆତଙ୍କବାଦୀ ହେବା ଏବଂ ସୁଇସାଇଡ ମିଶନ ବିଷୟରେ ତାଙ୍କୁ ଆକ୍ରମଣ ପରେ ହିଁ ପୋଲିସଠୁ ସୂଚନା ମିଳିଛି।

ଗୁଲାମଙ୍କ କହିବାନୁସାରେ ତାଙ୍କ ପୁଅ ଆଦିଲ ଦ୍ବାଦଶ ପରୀକ୍ଷା ଦେଇଥାଆନ୍ତା। ସେ ଘରୁ ଜମ୍ମୁ ଯିବେ ବୋଲି କହି ବାହାରିଥିଲା ଏବଂ ତାପରଠୁ ଆଉ ଫେରିନଥିଲା।

ତାଙ୍କୁ କୈାଣସି ପ୍ରକାର ଅନ୍ଦାଜା ନଥିଲା ଯେ ତାଙ୍କ ପୁଅ ଆତଙ୍କବାଦୀ ଦଳରେ ସାମିଲ ହୋଇଥିବେ। ଆଦିଲ ପୁଲଓ୍ବାମାର ଗୁଣ୍ଡିବାଗରୁ ଗାୟବ ହୋଇଯାଇଥିଲେ। ତାଙ୍କର ଦୁଇ ବନ୍ଧୁ ତୈାସିଫ ଏବଂ ଓ୍ବାସିମ୍ ମଧ୍ୟ ଗାୟବ ହୋଇଯାଇଥିଲା। ତୈାସିଫଙ୍କ ବଡ଼ ଭାଇ ମଞ୍ଜୁର ଅହମଦ ଡାର ମଧ୍ୟ ଆତଙ୍କବାଦୀ ଥିଲା ଏବଂ ୨୦୧୬ରେ ମୃତ୍ୟୁବରଣ କରିଥିଲା।

ପୁଲଓ୍ବାମା ଆକ୍ରମଣ ପରେ ଶ୍ରୀନଗର ତଥା ଘାଟିର ଅନ୍ୟ ଅଞ୍ଚଳରେ ହାଇ ଆଲର୍ଟ ଜାରି ହୋଇଛି।  ସମ୍ପୂର୍ଣ୍ଣ ଘାଟିରେ ସୁରକ୍ଷା ପ୍ରତିଷ୍ଠାନ,ପୋଲିସ୍ ଥାନା ତଥା କୋଇଲା ଖଣି ବାହାରେ ମଧ୍ୟ ଗାଡ଼ି ରଖିବାକୁ ଅନୁମତି ଦିଆଯାଉନାହିଁ। କେତେକ ସ୍ଥାନରେ ନାକାବନ୍ଦୀ କରି ଚେକିଙ୍ଗ୍ ଚାଲିଛି। ଯିବା ଆସିବା କରୁଥିବା ସମସ୍ତ ଲୋକଙ୍କୁ ଯାଞ୍ଚ କରାଯାଉଛି। ଏପରିକି ମଧ୍ୟ କ୍ୟାମ୍ପସରେ ରହୁଥିବା ଲୋକଙ୍କୁ ମଧ୍ୟ ଯାଞ୍ଚ କରିବା ପରେ ଭିତରକୁ ଛଡ଼ା ଯାଉଛି।

ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପିର ମୁଖ୍ୟ ମେହବୁବା ମୁଫ୍ତି ଭାଜପା ଅଧ୍ୟକ୍ଷଙ୍କୁ ବ୍ୟଙ୍ଗାତ୍ମକ ଶୈଳୀରେ କହିଛନ୍ତି ଯେ ଆକ୍ରମଣ ପରେ ମଧ୍ୟ ରାମ ମନ୍ଦିର ନିର୍ମାଣ କରିବା କଥା କହୁଛନ୍ତି। ଜଣେ ମନ୍ତ୍ରୀ ବିମାନରୁ ରାଜନୈତିକ ଯୋଗସୂତ୍ର ପାଇଁ ଚେନ୍ନାଇ ଗଲେ। ଉରି ଫିଲ୍ମର ଡାୟଲଗ୍ କହିବାର କୈାଣସି ମୂଲ୍ୟ ନାହିଁ। ଏହି ସବୁ ପରିବାର ପ୍ରତି ସମ୍ବେଦନଶୀଳ ହେବା ପରିବର୍ତ୍ତେ ଏମାନେ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.