Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଜେଇଙ୍କୁ ଉଠବସ କରିବା ଘଟଣା : ଜିଲ୍ଲାପାଳଙ୍କ ରିପୋର୍ଟ ପରେ ବି ଆକ୍ସନକୁ ଆସୁନି ପୋଲିସ, ଆଜି ଆନ୍ଦୋଳନକୁ ଓହ୍ଲାଇବ ଆଦିବାସୀ ସଂଘ

12/06/2019 at 9:30 AM

ପାଟଣାଗଡ ୧୨|୬: ପୂର୍ତ୍ତବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ସାଧାରଣରେ ଉଠବସ୍ କରିବା ଘଟଣାରେ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ କେବେ ବାନ୍ଧିବ ପୋଲିସ ? ଘଟଣାର ୬ଦିନ ପରେ ବି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୂନ୍ । ଏମିତିକି ବଲାଙ୍ଗିର ଜିଲ୍ଲାପାଳ ମଧ୍ୟ ଘଟଣାର ସତ୍ୟାସତ୍ୟ ଯାଂଚ କରି ବିଧାୟକ ଦୋଷୀ ବୋଲି ସରକାରଙ୍କୁ ରିପୋର୍ଟ ଦେଇସାରିଲେଣି । ତଥାପି ବିଧାୟକଙ୍କୁ ବାନ୍ଧିବା ବଦଳରେ ନିଜେ ହାତବାନ୍ଧି ବସିଛି ବଲାଙ୍ଗିର ପୋଲିସ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷର ଦେଖାଦେଇଛି ।

ଏନେଇ ଆଜି ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ଆଦିବାସୀ ସଂଘ । ଆଉ ବିଧାୟକ ସରୋଜ ମେହେରଙ୍କୁ ତୁରନ୍ତ ଗିରଫ କରିବା ସହ ତାଙ୍କର ବିଧାୟକ ପଦ ରଦ୍ଦ କରିବାକୁ ଦାବି କରିଛି । ସେପଟେ ଅଯଥା ବାହାଦୁରି ଦେଖାଇ ଆଇନର ଜାଲ ଭିତରେ ଫସିଥିବା ବିଧାୟକ ସରୋଜ ମେହେର ନିଜ ସପକ୍ଷରେ ସମର୍ଥନ ଜୁଟାଇବାକୁ ଭରପୁର ଉଦ୍ୟମ କରୁଛନ୍ତି ।

ଏବେ ବିଧାୟକଙ୍କ ସମର୍ଥନରେ ସାମ୍ନାକୁ ଆସିଛି ପାଟଣାଗଡ଼ ଓବିସି ମଞ୍ଚ । ବିଧାୟକ ସରୋଜ ମେହେର ନିଜେ ଓବିସି ମଞ୍ଚର ସକ୍ରିୟ ସଦସ୍ୟ ହୋଇଥିବାରୁ କନିଷ୍ଠ ଜନ୍ତ୍ରୀଙ୍କୁ ଜାତିଆଣ ଭିତ୍ତିକ ଅପମାନ କିମ୍ବା ଆକ୍ଷେପ କରିବା ପ୍ରଶ୍ନ ଉଠୁନି ବୋଲି ଯୁକ୍ତି ବାଢ଼ୁଛି ଓବିସି ମଞ୍ଚ । ହେଲେ ପୋଲିସ କିନ୍ତୁ ପ୍ରାଥମିକ ତଦନ୍ତ ପରେ ବିଧାୟକଙ୍କ ବିରୋଧରେ ଆଟ୍ରୋସିଟି ଆକ୍ଟରେ ଦଫା ଲଗାଇଛି । ତେବେ ଜିଲ୍ଲାପାଳଙ୍କ ରିପୋର୍ଟ ପରେ ବିଧାୟକଙ୍କୁ ବାନ୍ଧୁନଥିବା ପୋଲିସ କାହା ନିର୍ଦ୍ଦେଶକୁ ଅପେକ୍ଷା କରିଛି ତାହା ହିଁ ବର୍ତ୍ତମାନ ସମୟର ବଡ଼ ପ୍ରଶ୍ନ ।

   Related Posts