Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ ଖସୁନି କରୋନା ଗ୍ରାଫ୍, ଆଉ ୬ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ସରିଲା ହାସ୍ୟ ଅଭିନେତା ପ୍ରଜ୍ଞାଙ୍କ ନିର୍ବନ୍ଧ, ସୋସିଆଲ ମିଡିଆରେ ରିଙ୍ଗ୍ ସେରିମନି ଫଟୋ ଭାଇରାଲ
  • ||
  • ଗାଡି ପାର୍ଟସ ଦୋକାନରୁ ଲୁଟ୍, ବନ୍ଧୁକ ଦେଖାଇ ନେଇଗଲେ ଟଙ୍କା
  • ||
  • ଅଜଗରକୁ ଗିଳିଲା ଅହିରାଜ, ସାତକୋଶିଆରେ ବିରଳ ଘଟଣା !
  • ||
  • ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଆରୋହୀ ମୃତ
  • ||
  • ଜାନୁଆରୀ ୨୦ରୁ ହଜିଯିବ ଶୀତ, ୨୩ରୁ ବର୍ଷା !
  • ||

ଜଙ୍ଗଲ ଜମିରେ ଅଧିକାର ଓ ଅନ୍ୟାନ୍ୟ ଦାବି ନେଇ ଆଦିବାସୀ ମହାମେଳି

14/11/2019 at 5:20 PM

ଚୌଦ୍ବାର ୧୪।୧୧: ଜଙ୍ଗଲ ଜମିରେ ଅଧିକାର ଓ ଅନ୍ୟାନ୍ୟ ଦାବି ନେଇ ଟାଙ୍ଗିରେ ଆଦିବାସୀମାନଙ୍କ ମହାମେଳି ହୋଇଛି । ହଜାର ହଜାର ଆଦିବାସୀ ମହିଳା ଓ ପୁରୁଷମାନେ ଦୀର୍ଘ ୨୩ କିଲୋମିଟର ଧରି ପଦଯାତ୍ରା କରି ଟାଙ୍ଗି ଚୌଦ୍ୱାର ବ୍ଲକ୍ କାର୍ଯ୍ୟାଳୟରେ ପହଂଚି ଥିଲେ। ବିଶେଷ କରି ୨୦୦୬ରେ ଜଙ୍ଗଲ ଜମିରେ ଆଦିବାସୀ ଓ ପାରମ୍ପରିକ ଜଙ୍ଗଲବାସୀଙ୍କ ଅଧିକାର ଆଇନକୁ କାର୍ଯ୍ୟକାରୀ କରିବା ଦାବିରେ ଆଦିବାସୀ ଅଧ୍ୟୁଷିତ କରଂଜି ପଂଚାୟତରୁ ଆରମ୍ଭ ହୋଇଥିଲା ଏହି ଆଦିବାସୀ ପଦଯାତ୍ରା।

ବାଟରେ ସଫା, ଗରୁଡ଼ଗାଁ, ସଙ୍କରପୁର, ମଙ୍ଗରାଜପୁର, କଂହେଇପୁର ପଞ୍ଚାୟତରୁ ଶହ ଶହ ଆଦିବାସୀ ସାମିଲ ହୋଇଥିଲେ। ବାରମ୍ବାର ଆବେଦନ ସତ୍ବେ ଆଦିବାସୀ ଓ ପାରମ୍ପରିକ ଜଙ୍ଗଲବାସୀଙ୍କୁ ଘର ଡିହ ପଟ୍ଟା ଦିଆନଯିବା ଯୋଗୁଁ ଆଦିବାସୀ ପିଲାମାନେ ପାଠପଢ଼ା, ନିଯୁକ୍ତି, ବାସସ୍ଥାନ ସାର୍ଟିଫିକେଟ ପାଇପାରୁନାହାନ୍ତି। ୨୦୦୬ରେ କରାଯାଇଥିବା ଜଙ୍ଗଲ ଜମି ଆଇନକୁ କାର୍ଯ୍ୟକାରୀ କରିବାରେ ସରକାରଙ୍କ ଆନ୍ତରିକତାର ଅଭାବ ଯୋଗୁଁ ସେମାନେ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଦାବି ପୂରଣ ନହେବା ଯାଏଁ ସେମାନେ ଧାରଣରୁ ଉଠିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।

   Related Posts