Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଉଦ୍‌ଘାଟିତ ହେଲା ଆଦିବାସୀ ମେଳା ୨୦୨୦: ଫୁଡ କେ।ର୍ଟରେ ୧୩ଟି ରାଜ୍ୟର ଖାଦ୍ୟ

26/01/2020 at 10:26 PM

ଭୁବନେଶ୍ବର୨୬/୧: ଉଦ୍‌ଘାଟିତ ହେଲା ଆଦିବାସୀ ମେଳା ୨୦୨୦ । ଭୁବନେଶ୍ବର ପ୍ରଦର୍ଶନୀ ପଡିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀ ମେଳାକୁ ଉଦ୍ ଘାଟନ କରିଛନ୍ତି । ଏହି ମେଳାରେ ୨୦ରୁ ଅଧିକ ଆଦିବାସୀ ସମ୍ପ୍ରଦାୟର ଲେ।କଙ୍କ ଚଳଣି ଓ ପରମ୍ପରାର ଝଲକ ଦେଖିବାକୁ ମିଳିଛି । ମାଟି ଝାଟିର ଘର ଉପରେ କଖାରୁ ଡଙ୍କ ମାଡିଛି । ବାଡିରେ ବିଭିନ୍ନ ରକମର ପରିବା ଗଛ । ବେଶ୍  ସୁନ୍ଦର ଭାବେ ସଶଜସଜ୍ଜା ହେ।ଇଛି ।

ତେବେ ଚଳିତ ବର୍ଷ ଆଦିବାସୀ ମେଳାରେ ଦେଖିବାକୁ ମିଳିଛି କିଛି ନୂଆ ଆୟେ।ଜନ । ଏଥର ରାଜ୍ୟର ଆଦିବାସୀ ଖାଦ୍ୟ ସହ ଆହୁରି ୧୩ଟି ରାଜ୍ୟର ଖାଦ୍ୟ ସାମଗ୍ରୀ ଜାତୀୟ ଟ୍ରାଇବାଲ ଫୁଡ କେ।ର୍ଟରେ ସ୍ଥାନ ପାଇଛି । ସେହିଭଳି ହସ୍ତଶିଳ୍ପ ସାମଗ୍ରୀ ବିକ୍ରିଲାଗି ରହିଛି ସ୍ବତନ୍ତ୍ର କ୍ରାଫ୍ଟ ଭିଲେଜ । ଏଥିରେ ବିଭିନ୍ନ କଳାକୃତିର ଲାଇଭ ଡେମୋ ରହିଛି । ଜାତୀୟ ଟ୍ରାଇବାଲ ଡ୍ୟନ୍ସ ଫେଷ୍ଟିଭାଲରେ ବିଭିନ୍ନ  ରାଜ୍ୟର କିଛି ସ୍ବତନ୍ତ୍ର ନୃତ୍ୟ ଟ୍ରାଇବାଲ ଡ୍ୟାନ୍ସ ଦେଖିବାକୁ ମିଳିବ । ଜାନୁୟାରୀ ୨୬ରୁ ଫେବୃଆରୀ ୯ ପର୍ଯ୍ୟନ୍ତ ଚାଲିବ ଆଦିବାସୀ ମେଳା।

   Related Posts