ବଲିଉଡରେ ପାଓ୍ବାରଫୁଲଙ୍କ ଦବଦବା : ‘ବୋଲକରା ହେଲିନି ବୋଲି ମୋଠୁ ୧୪ଟି ଫିଲ୍ମ ଛଡ଼ାଇ ନେଲେ’

Published By : Prameya-News7 Bureau | July 11, 2020 IST

ମୁମ୍ବାଇ ୧୧/୭: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପରଲୋକ ପରେ ନେପୋଟିଜମ୍ ଉପରେ ଜୋରସୋରରେ ବିବାଦ ତେଜିଛି। କିନ୍ତୁ ଅଧ୍ୟୟନ ସୁମନଙ୍କ କହିବା ଅନୁସାରେ ଇଣ୍ଡଷ୍ଟ୍ରିରେ ନେପୋଟିଜମ୍ ନୁହେଁ ବରଂ ଦଳବାଦୀ ବଡ଼ ସମସ୍ୟା। ସେ ଦାବି କରିଛନ୍ତି ଯେ ତାଙ୍କଠୁ ପାଖାପାଖି ୧୪ଟି ଫିଲ୍ମ ଛଡ଼ାଇ ନିଆଯାଇଛି। ଏହା ସହିତ ଅଧ୍ୟୟନ ସୁମନ କହିଛନ୍ତି ଯେ ଏହି ଜିନିଷ ଆରମ୍ଭରୁ ଚାଲି ଆସୁଛି କିନ୍ତୁ କେହି ଧ୍ୟାନ ଦେଇନଥିଲେ।

{"id":298922,"sizeSlug":"large"}

 ଅଧ୍ୟୟନ ସୁମନ କହିଥିଲେ ଯେ ‘ଇଣ୍ଡଷ୍ଟ୍ରିରେ ବର୍ଷ ବର୍ଷରୁ ପାଓ୍ବାର ଡାଇନାମିକ୍ସ ଏବଂ ଦଳବାଦ ଚାଲି ଆସୁଛି। ଏହା ତାଙ୍କ ସହ ମଧ୍ୟ ହୋଇଛି। ତାଙ୍କୁ ୧୪ଟି ଫିଲ୍ମରୁ ବାହାର କରାଯାଇଥିଲା। ତାଙ୍କ ଫିଲ୍ମର ବକ୍ସ ଅଫିସ୍ କଲେକ୍ସନକୁ ଭୁଲ୍ ଭାବେ ଦେଖା ଯାଇଥିଲା। ଲୋକେ ଏହା ଉପରେ ପ୍ରଥମେ ଧ୍ୟାନ ଦେଇନଥିଲେ। ଏହା ଦୁର୍ଭାଗ୍ୟର କଥା ଯେ ଏହି ସବୁ ଜିନିଷ ବିଷୟରେ ଲୋକଙ୍କୁ ଅନୁଭବ କରାଇବା ପାଇଁ ସୁଶାନ୍ତ ସିଂହ ରାଜପୁତଙ୍କୁ ଆତ୍ମହତ୍ୟା ଭଳି ନିଷ୍ପତ୍ତି ନେବାକୁ ପଡ଼ିଥିଲା।’

{"id":298924,"width":591,"height":443,"sizeSlug":"large"}

ସେ କହିଥିଲେ ଯେ ‘ବଲିଉଡରେ କ୍ୟାମ୍ପସ୍ ଟ୍ୟାଲେଣ୍ଟେଡ ଆକ୍ଟରଙ୍କୁ ଆଗକୁ ବଢ଼ିବାକୁ ଦିଅନ୍ତି ନାହିଁ। ଲୋକେ ଆଖି ବନ୍ଦ କରି ନେପୋଟିଜମ୍ ବିରୁଦ୍ଧରେ ଲଢ଼ୁଛନ୍ତି ଏବଂ କଥା ହେଉଛନ୍ତି। ସେ କହିବାକୁ ଚାହୁଁଛନ୍ତି ଯେ ନେପୋଟିଜମ୍ ପାଇଁ ଲଢ଼ନ୍ତୁ ନାହିଁ ବରଂ ଇଣ୍ଡଷ୍ଟ୍ରିରେ ଥିବା ଦଳବାଦ,କ୍ୟାମ୍ପ ଏବଂ ସେହି ପ୍ରଡକ୍ସନ୍ ହାଉସ୍ ବିରୋଧରେ ଲଢ଼ନ୍ତୁ ଯେଉଁଗୁଡ଼ିକ ପ୍ରତିଭାଶାଳୀ ଷ୍ଟାରଙ୍କୁ ନିଜ ସ୍ଥାନ ସୃଷ୍ଟି କରିବାକୁ ଦିଅନ୍ତି ନାହିଁ।’

{"id":298925,"sizeSlug":"large"}

ଏହା ପୂର୍ବରୁ ଏକ ସାକ୍ଷାତକାରରେ ଅଧୟନ କହିଥିଲେ ଯେ ଷ୍ଟାର କିଡ ହୋଇ କାମ ନ ମିଳିବା ଅନେକ ଡିପ୍ରେସିଂ ହୋଇଥାଏ। ବେଳେ ବେଳେ ଜଣେ ଷ୍ଟାର କିମ୍ବା ଅଭିନେତାଙ୍କୁ ବ୍ଲେମ୍ କରିବା ଅନୁଚିତ୍। ଅଡିୟନ୍ସ ମଧ୍ୟ ଏଥିରେ ସାମିଲ ହୋଇଥାନ୍ତି। ସତ ଏହା ଯେ ଅଡିୟନ୍ସ ମଧ୍ୟ ନେପୋଟିଜମ୍ ସୃଷ୍ଟି କରୁଥିବା ଲୋକଙ୍କୁ ସପୋର୍ଟ କରିଥାନ୍ତି। ସେଥିପାଇଁ ତ ଏମାନେ ବଡ଼ ହୋଇଥାନ୍ତି ଏବଂ ମାଫିଆ ଗ୍ୟାଙ୍ଗ୍ ଚଲାନ୍ତି।

{"id":298926,"sizeSlug":"large"}

ଅଧ୍ୟୟନ କହିଥିଲେ ,‘ ସେ ନିଜେ ଏହି ଗ୍ୟାଙ୍ଗର ଅଂଶ ଅଟନ୍ତି। ସେ ସେହି ବ୍ୟକ୍ତିଙ୍କ ନାଁ ନେବାକୁ ଚାହୁଁନାହାନ୍ତି। ଏହା ନିଶ୍ଚୟ କହିବାକୁ ଚାହୁଁଛନ୍ତି ଯେ ସେ ତାଙ୍କ ସହ ଭେଟିଥିଲେ ,ନିଜ ପର୍ସନାଲ୍ ନମ୍ବର ମଧ୍ୟ ଦେଇଥିଲେ। କିନ୍ତୁ ତାଙ୍କ ଫୋନର ଆଜି ଯାଏଁ ଜବାବ ଦେଇନାହାନ୍ତି। ତାଙ୍କ ପାଖରେ ୯ବର୍ଷ ଯାଏଁ କାମ ନଥିଲା ଏବଂ ଏହି ୯ବର୍ଷ କେହି ତାଙ୍କ ଫୋନ୍ ଉଠାଇ ନଥିଲେ। ୨୦୧୧ମସିହାରୁ ୨୦୧୫ମସିହା ପର୍ଯ୍ୟନ୍ତ ସେ ଡିପ୍ରେସନରେ ଥିଲେ।’

{"id":298927,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.