ହାତ ଯୋଡି ଅଧ୍ୟୟନ ସୁମନଙ୍କ ଅପିଲ୍, ମୋତେ ଏସବୁ ମାମଲାରୁ ଦୁରେଇ ରଖନ୍ତୁ, ‘କଙ୍ଗନାଙ୍କ ସହ ମୋର କୌଣସି ସମ୍ପର୍କ ନାହିଁ…’
10/09/2020 at 11:04 AM

ମୁମ୍ବାଇ ୧୦/୦୯ : କଙ୍ଗନା ରଣାୱତ ଓ ମହାରାଷ୍ଟ୍ର ସରକାର ମୁହାଁମୁହିଁ ହୋଇଛନ୍ତି | ମହାରାଷ୍ଟ୍ର ସରକାର ବର୍ତ୍ତମାନ କଙ୍ଗନାଙ୍କ ଡ୍ରଗ୍ସ କନେକ୍ସନର ତଦନ୍ତ କରିବେ | ଶେଖର ସୁମନଙ୍କ ପୁଅ ଅଧ୍ୟୟନ ସୁମନଙ୍କ ଏକ ପୁରୁଣା ଇଣ୍ଟରଭ୍ୟୁ ଆଧାରରେ ମହାରାଷ୍ଟ୍ର ସରକାର କଙ୍ଗନାଙ୍କ ଡ୍ରଗ୍ସ କନେକ୍ସନ ଯାଞ୍ଚ କରିବେ | ଏକ ପୁରୁଣା ଇଣ୍ଟରଭ୍ୟୁରେ ଅଧ୍ୟୟନ ସୁମନ କହିଥିଲେ ଯେ କଙ୍ଗନା ଡ୍ରଗ୍ସ ନେଉଥିଲେ | ଅଧ୍ୟୟନ ଅଭିଯୋଗ କରିଥିଲେ ଯେ କଙ୍ଗନା ତାଙ୍କୁ ଜୋର ଜବରଦସ୍ତ ଡ୍ରଗ୍ସ ଦେଇଥିଲେ | ବର୍ତ୍ତମାନ ଅଧ୍ୟୟନ ସୁମନ ଏକ ଭିଡିଓ ପୋଷ୍ଟ କରି ଟ୍ୱିଟ କରି କହିଛନ୍ତି ଯେ ତାଙ୍କୁ ଏହି ମାମଲାରୁ ନ ଟଣାଯାଉ | ଅଧ୍ୟୟନ ହାତ ଯୋଡି ଅପିଲ କରିଛନ୍ତି ତାଙ୍କୁ ଏସବୁ ଦୁରେଇ ରଖାଯାଉ |
କଙ୍ଗନାଙ୍କ ମାମଲାରେ ନିଜ ନାଁ ଆସିବା ପରେ ଅଧ୍ୟୟନ ଏକ ଭିଡିଓ ଜାରି କରି କହିଛନ୍ତି ଯେ ସେ ଗତକାଲି ଠାରୁ ବହୁତ ଡିଷ୍ଟର୍ବ ଅଛନ୍ତି | ପୁରୁଣା ଇଣ୍ଟରଭ୍ୟୁକୁ ନେଇ ତାଙ୍କ ନାଁ ଟଣାଯାଉଛି | ସେ ଏହି ଇଣ୍ଟରଭ୍ୟୁ ୨୦୧୬ ରେ ଦେଇଥିଲେ | ସେତେବେଳେ ତାଙ୍କୁ ଓ ତାଙ୍କ ପରିବାରକୁ ନ୍ୟାସନାଲ ଟିଭିରେ ଟାର୍ଗେଟ କରାଯାଇଥିଲା | ସେତେବେଳେ ତାଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି ହୋଇଥିଲା | ୧୧-୧୨ ବର୍ଷ ସଂଘର୍ଷ କରିବା ପରେ ସେ ଆଗକୁ ବଢିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି | କଙ୍ଗନାଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ କି ଆଗକୁ ବି କିଛି ସମ୍ପର୍କ ରହିବନି ବୋଲି କହିଛନ୍ତି | କିନ୍ତୁ ସଂଗ୍ରାମ ଏକ, ଜଷ୍ଟିସ୍ ଫର୍ ସୁଶାନ୍ତ… ଏସବୁ ତାଙ୍କୁ ଦୁରେଇ ରଖାଯାଉ ବୋଲି ସେ ହାତ ଯୋଡି ସମସ୍ତଙ୍କୁ ଅପିଲ କରିଛନ୍ତି |

ସୂଚନାଯୋଗ୍ୟ ଯେ, ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଏଙ୍ଗଲ ସାମ୍ନାକୁ ଆସିବା ପରେ କଙ୍ଗନା ବଲିଉଡକୁ ଟାର୍ଗେଟ କରିଥିଲେ |