Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||
  • ଆନନ୍ଦପୁର : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ୨ଟି ମହାବିଦ୍ୟାଳୟ ଛାତ୍ରଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ଦୈନିକ ଲକ୍ଷେ ଟେଷ୍ଟ କରନ୍ତୁ ରାଜ୍ୟ ସରକାର – ବିଜୟ ମହାପାତ୍ର
  • ||
  • ଭୁବନେଶ୍ବର : ଓଡିଶାର ଚିହ୍ନଟ ହୋଇନି କରୋନାର ଟ୍ରିପଲ ମ୍ୟୁଣ୍ଟାଣ୍ଟ – ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||
  • ଖୋର୍ଦ୍ଧା : ଅନଲାଇନ୍‌ରେ ପରୀକ୍ଷା ଅଥବା ବାତିଲ୍ ଦାବିରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
  • ||

କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ କଲେ ଅଧ୍ୟାପକ, ଘରେ ଛାଡିବା ବାହାନାରେ କେନାଲ ବନ୍ଧରେ ଘଟାଇଲେ ସାଙ୍ଘାତିକ କାଣ୍ଡ

7/03/2021 at 1:11 PM

ବଳଙ୍ଗା ୦୭/୦୩: ଛାତ୍ରୀଙ୍କୁ ଦୁଷ୍କର୍ମ କଲେ ଅଧ୍ୟାପକ । ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ ବେରବୋଇରେ ଥିବା ଏକ ମହିଳା ମହାବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ସେହି ମହାବିଦ୍ୟାଳୟରେ ଜଣେ ଅଧ୍ୟାପକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ଛାତ୍ରୀଙ୍କ ପିତା ଥାନାରେ ଏତଲା ଦେଇଛନ୍ତି । ଅଭିଯୋଗ ପରେ ବଳଙ୍ଗା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଶନିବାର ଦିନ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯାଇ ନିମାପଡ଼ା କୋର୍ଟରେ ୧୬୪ ଧାରାରେ ବୟାନ ରେକର୍ଡ କରାଯାଇଛି ।

ସୂଚନାନୁସାରେ, ସାକ୍ଷୀଗୋପାଳ ଥାନା ଅଞ୍ଚଳର ଜଣେ ଛାତ୍ରୀ ଏହି ମହାବିଦ୍ୟାଳୟରେ ପଢ଼ନ୍ତି । ଗତ ୪ତାରିଖରେ ଛାତ୍ରୀଜଣକ କଲେଜକୁ ଆସିଥିଲେ । ଦିନ ଦ୍ୱିପ୍ରହରେ ରାଜନୀତି ବିଜ୍ଞାନ ବିଭାଗର ଜଣେ ଅଧ୍ୟାପକ ଛାତ୍ରୀ ଜଣଙ୍କୁ ଘରେ ଛାଡ଼ିଦେବେ ବୋଲି କହିତିଲେ । କିନ୍ତୁ ଘରକୁ ନେବା ପରିବର୍ତ୍ତେ ତାଙ୍କୁ ଏକ କେନାଲ ବନ୍ଧକୁ ନେଇ ଦୁଷ୍କର୍ମ କରିଥିଲେ । ତେବେ ଛାତ୍ରୀଜଣକ ବହୁକଷ୍ଟରେ ଘରକୁ ଫେରିଥିଲେ ।

ଘରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକେ ଛାତ୍ରୀଙ୍କୁ ଚିକିତ୍ସା ନିମନ୍ତେ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏ ସମ୍ପର୍କରେ ଛାତ୍ରୀଙ୍କ ବାପା ବଳଙ୍ଗା ଥାନାରେ ଘଟଣା ଦିନ ଅଭିଯୋଗ କରିଥିଲେ । ପୀଡ଼ିତା ସାମାନ୍ୟ ସୁସ୍ଥ ହେବା ପରେ ବଳଙ୍ଗା ପୋଲିସ ତାଙ୍କୁ ଥାନାକୁ ଆଣି ପଚରାଉଚରା କରି ନିମାପଡା କୋର୍ଟରେ ହାଜର କରିଥିଲା ।ଥାନାରେ ମାମଲା ପରେ ସମ୍ପୃକ୍ତ ଅଧ୍ୟାପକ ଫେରାର ହୋଇଯାଇଥିବା ଜଣାପଡ଼ିଛି ।

   Related Posts