TMCର ବିପୁଳ ବିଜୟ ନେଇ ମୁହଁ ଖୋଲିଲେ ଅଧିର ରଞ୍ଜନ ଚୌଧୁରୀ, କହିଲେ ବେଙ୍ଗଲରେ ବିଜେପିକୁ ଏପରି ରଣନୀତିରେ ଘେରିଥିଲେ ବିରୋଧୀ

Published By : Prameya-News7 Bureau | May 04, 2021 IST

କୋଲକାତା ୪।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ଆସି ସାରିଛି। ଶାସକ ତୃଣମୂଳ କଂଗ୍ରେସ ରେକର୍ଡ ୨୧୩ ଆସନରେ ବିଜୟୀ ହୋଇ ପୁଣି କ୍ଷମତାକୁ ଫେରିଥିବା ବେଳେ ପ୍ରଥମ ତଥା ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବିଜେପିକୁ ୭୭ଟି ଆସନ ମିଳିଛି। ତେବେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ବାମପନ୍ଥୀ ଓ କଂଗ୍ରେସ ଗୋଟିଏ ହେଲେ ସିଟ୍‌ ପାଇ ନ ପାରିବା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ପ୍ରସଙ୍ଗରେ ପ୍ରଥମ ଥର ମୁହଁ ଖୋଲିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ଅଧିର ରଞ୍ଜନ ଚୌଧୁରୀ। ଆସନ୍ତୁ ଜାଣିବା ନିର୍ବାଚନ ରଣ ନୀତି ସମ୍ପର୍କରେ କ’ଣ କହିଛନ୍ତି ଚୌଧୁରୀ। 

{"id":448242,"sizeSlug":"large","linkDestination":"none"}

ଗତ ୨୦୧୬ ବିଧାନସଭା ନିର୍ବାଚନରେ କଂଗ୍ରେସ ୪୪ଟି ଆସନ ହାତେଇଥିଲା। ଏଥର ବାମଦଳ ସହ ମେଣ୍ଟ କରି ନିର୍ବାଚନକୁ ଓହ୍ଲାଇଥିଲା। ତେବେ ଚଳିତ ବିଧାନସଭା ନିର୍ବାଚନର ଚିତ୍ର ଆରମ୍ଭରୁ ହିଁ ଏକ ତରଫା ହୋଇଯାଇଥିଲା। ରାଜ୍ୟରେ ଯେମିତି ବି ହେଉ ସରକାର ଗଢିବାକୁ ବିଜେପି ପଣ କରି ନେଇଥିବା ବେଳେ ଆକ୍ରମକ ଢଙ୍ଗରେ ନିର୍ବାଚନ ମୈଦାନକୁ ଲମ୍ପ ଦେଇଥିଲା ବୋଲି ଚୌଧୁରି କହିଛନ୍ତି। ଏଥିରେ ରାଜ୍ୟରେ ବିଜେପିକୁ ରୋକିବା ବାମ ଦଳ ଓ କଂଗ୍ରେସ ଲାଗି ଚାଲେଞ୍ଜ ପାଲଟିଥିଲା।

ନିର୍ବାଚନ ଯଦି ପୂର୍ବ ବର୍ଷମାନଙ୍କ ଭଳି ସ୍ୱଭାବିକ ହୋଇଥାନ୍ତା ତେବେ ବାମଦଳ ଓ କଂଗ୍ରେସ ମେଣ୍ଟ ସରକାର ଗଢି ପାରି ନଥିଲେ ମଧ୍ୟ ରାଜ୍ୟରେ ସଶକ୍ତ ବିରୋଧୀ ହୋଇ ରହିଥାନ୍ତେ। ତେବେ ବିଜେପିକୁ ରୋକିବାକୁ ସମର୍ଥ ହୋଇପାରିନଥାନ୍ତେ। ଏଣୁ ବିଜେପି ବିରୋଧରେ ତୃଣମୂଳକୁ ମଜଭୁତ କରିବା ଉପରେ ମେଣ୍ଟ ପ୍ରାଥମିକତା ଦେଇଥିବା ବେଳେ ଏଥିରେ ସଫଳ ହୋଇଛନ୍ତି ବୋଲି ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି।

{"id":448243,"sizeSlug":"large","linkDestination":"none"}

ରଣନୀତି ଅନୁସାରେ କଂଗ୍ରେସ ତାର ମୁସଲମାନ ଭୋଟ ତୃଣମୂଳ ଆଡକୁ ଖୋଲି ଦେଇଥିଲା। ସେହିପରି ବାମମୋର୍ଚ୍ଚା ମଧ୍ୟ ନିଜର ଭୋଟ ତୃଣମୂଳକୁ ଟ୍ରାନ୍ସଫର କରିଥିଲା। ଫଳରେ ଆଞ୍ଚଳିକ ଦଳ ରାଜ୍ୟରେ ନିଜ ସ୍ଥିତିକୁ ଅଧିକ ସୁଦୃଢ କରିବା ସହ ବିଜେପିକୁ ଆଣ୍ଠୁମାଡି ବସାଇପାରିଲା। ତେବେ ନିର୍ବାଚନରେ ବାମଦଳ ଓ କଂଗ୍ରେସ ମେଣ୍ଟ ଗୋଟିଏ ବି ଆସନ ହାତେଇ ନ ପାରିବା ଯଦିଓ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛି ତଥାପି ପୂର୍ବ ଭାରତର ରାଜଧାନୀକୁ  ସାମ୍ପ୍ରଦାୟିକ ରାଜନୀତିରୁ ମୁକ୍ତ ରଖିବାରେ ମେଣ୍ଟ ରଣନୀତି ସଫଳ ହୋଇଥିବାରୁ ଲୋକେ ଆଶ୍ୱସ୍ତ ହୋଇଛନ୍ତି।

{"id":448245,"sizeSlug":"large","linkDestination":"none"}

ବେଙ୍ଗଲ ହାତେଇବାକୁ ବିଜେପି ନିଜର ସବୁ କଳ କୌଶଳ ଲଗାଇଦେଇଥିଲା।  ମୁର୍ଶିଦାବାଦ ଓ ମାଲଦାରେ ବିଜେପି ନିଜର ଭୋଟଧୃବୀକରଣ କରିସାରିଥିଲା। ସୀତଲକୂଚୀକୁ ଏହାର ପ୍ରମାଣ ଭାବେ ଗ୍ରହଣ କରାଯାଇପାରେ। ଯେଉଁଠି  କେନ୍ଦ୍ରୀୟ ବଳ ୪ ଜଣ ମୁସଲମାନ ଯୁବକଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଲୋକଙ୍କୁ ଡରେଇ ଘରେ ରଖି ବିଜେପି ଏଠାରେ ନିଜର ପ୍ରାର୍ଥୀଙ୍କୁ ଜିତେଇଛି। ଏଥିରୁ ଅନୁମାନ କରାଯାଇପାରେ ବେଙ୍ଗଲ ଲାଗି ବିଜେପି କେଉଁ ସ୍ତରକୁ ଓହ୍ଲାଇ ଯାଇଥିଲା। ହେଲେବି ବାମଦଳ ଓ କଂଗ୍ରେସ ରଣନୀତି ବିଜେପି ଆଶା ପାଣି କରିପାରିଥିବାରୁ ଚୌଧୁରୀ ଆଶ୍ୱସ୍ତ ବ୍ୟକ୍ତ କରିଛନ୍ତି। ରାଜ୍ୟରେ ପଛେ ଗୋଟେ ବି ଆସନ ନ ମିଳୁ ହେଲେ ରାଜ୍ୟ ରାଜନୀତିର ମୌଳିକତା ରକ୍ଷା କରିବାରେ ମେଣ୍ଟ ସକ୍ଷମ ହୋଇଥିବା ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.