ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ...

Published By : Prameya-News7 Bureau | November 24, 2020 IST

ଝାରସୁଗୁଡା୨୪/୧୧: ଅତ୍ୟଧିକ କାମର ବୋଝ ଏବଂ ଉପରିସ୍ଥ ଅଧିକାରୀଙ୍କ ଗାଳିଗୁଲଜ ସହି ନପାରି ମୋ ବାପାଙ୍କ ମୃତ୍ୟୁ ହୋଇଛି। ଏପରି କି ଦୀର୍ଘଦିନ ହେବ ତାଙ୍କୁ କାମ ଆଳରେ ମାନସିକ ଯନ୍ତ୍ରଣା ଦିଆଯାଉଥିଲା। ଖାଲି ସେତିକି ନୁହେଁ, ଚାକିରି ଚାଲିଯିବାର ଭୟ ସହ ବଦଳି ଧମକ ମଧ୍ୟ ମିଳୁଥିଲା। ଯାହାଫଳରେ ଝାରସୁଗୁଡା ଜିଲ୍ଲା ବନ ଉନ୍ନୟନ ନିଗମର ସବ୍‌ଡିଭିଜନାଲ ମ୍ୟାନେଜର ବାସୁଦେବ ପାଲଙ୍କ ମୃତ୍ୟୁ ହୋଇଛି। ଉପରିସ୍ଥ ଅଧିକରୀଙ୍କ ବିରୋଧରେ ଏମିତି ସଂଗୀନ ଅଭିଯୋଗ ଆଣିଛନ୍ତି ମୃତ ବାସୁଦେବ ପାଲଙ୍କ ଝିଅ।

wp:html /wp:html

ମୃତ ବାସୁଦେବ ଝିଅଙ୍କ କହିବା ଅନୁସାରେ, ସକାଳୁ ବାପା ସମ୍ପୂର୍ଣ୍ଣ ସୁସ୍ଥ ଥିଲେ। ଉପର ଅଫିସର ଦେଇଥିବା କାମ ସାରି ଖାଇପିଇ ଅଫିସ୍‌ ବାହାରିଥିଲେ। ଅଫିସ୍‌ରେ କାମ କରିବା ବେଳେ ଡିଭିଜନାଲ ମ୍ୟାନେଜର ଏ କେ ପଟ୍ଟନାୟକ ତାଙ୍କୁ ସରକାରୀ ବାସଭବନକୁ ଡାକି ଗାଳିଗୁଲଜ କରିଥିଲେ। ସେ ଅଚାନକ ତଳେ ପଡି ଯାଇଥିଲେ। ସହଯୋଗୀ କର୍ମଚାରୀମାନେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତ ବାସୁଦେବଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ବର୍ଷେ ହେଲାଣି ତାଙ୍କ ବାପା ମାନସିକ ଯନ୍ତ୍ରଣା ପାଉଛନ୍ତି। ବାପାଙ୍କ ମୃତ୍ୟୁ ପରେ ଦୁଃଖରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି। ଘରେ ବାସୁଦେବ କେବଳ ଏକମାତ୍ର ରୋଜଗାରିଆ ଥିଲେ। ବାପା ଚାଲିଗଲା ପରେ ଘର ଚଳିବ କେମିତି, ଆମେ ରହିବୁ କେମିିିିିତି, ଆମେ କଣ କରିବୁ, ଏମିତି ଭାବି ବାପାଙ୍କ ମୃତଦେହ ପାଖରେ ବାହୁନି ବାହୁନି କାନ୍ଦୁଛନ୍ତି ୨ ଝିଅ। ଅନ୍ୟପଟେ ଝାରସୁଗୁଡା ଥାନା ପୋଲିସ ଖବର ପାଇବା ପରେ ଘଟଣାର ଖୋଳତାଡ ଆରମ୍ଭ କରିିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.