Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ଶୁକ୍ରବାର ଆରମ୍ଭ ହେବ ‘ମଳ ମାସ’, ଜାଣନ୍ତୁ ଏହାର ମହତ୍ୱ ଓ ଜ୍ୟୋତିଷୀୟ କାରଣ

17/09/2020 at 6:58 PM

ହିନ୍ଦୁ କ୍ୟାଲେଣ୍ଡରରେ ମଳମାସ ଅବଧାରଣା ଇଂରାଜୀ କ୍ୟାଲେଣ୍ଡରର ‘ଲିପ୍‌ ଇୟର’ ସହ ସମାନ। ପ୍ରତି ୪ ବର୍ଷରେ ଥରେ ୨୯ ଦିନିଆ ହୁଏ ଫେବୃୟାରୀ ମାସ। ଯାହାକୁ ଆମେ ଲିପ୍‌ ଇୟର କହୁ। ଠିକ୍‌ ସେହିପରି ହିନ୍ଦୁ କ୍ୟାଲେଣ୍ଡରରେ ପ୍ରତି ୩ ବର୍ଷରେ ମଳମାସ ଆସିଥାଏ। ଯାହାକୁ ଅଧିମାସ ଓ ପୁରୁଷୋତ୍ତମ ମାସ ବୋଲି ମଧ୍ୟ କୁହାଯାଏ। ଚଳିତବର୍ଷ ଶୁକ୍ରବାର ଅର୍ଥାତ ସେପ୍ଟେମ୍ବର ୧୮ ତାରିଖରୁ ମଳମାସ ଆରମ୍ଭ ହେଉଛି।

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଏହି ଦିନଟି ପ୍ରତିପଦ ତିଥିରେ ପଡୁଥିବା ବେଳେ ଚନ୍ଦ୍ର ଓ ସୂର୍ଯ୍ୟ ଉଭୟ କନ୍ୟାରାଶିରେ ବିରାଜମାନ କରୁଛନ୍ତି। ହିନ୍ଦୁଙ୍କ ଲାଗି ଏହି ମାସଟି ଧାର୍ମିକ ମହତ୍ୱର ମାସ। ପୂଜାପାଠ, ଭାଗବତ ଭକ୍ତି, ବ୍ରତ ଉପବାସ, ଜପ ଓ ଯୋଗ ଭଳି ଧାର୍ମିକ କାର୍ଯ୍ୟ ଲାଗି ମାସଟି ପ୍ରକୃଷ୍ଠ। ମାନ୍ୟତା ଅନୁସାରେ ଏହି ମାସରେ କରାଯାଉଥିବା ଧର୍ମକର୍ମର ଫଳ ଅନ୍ୟମାସ ତୁଳନାରେ ୧୦ଗୁଣା ଅଧିକ ମିଳିଥାଏ।

ତେବେ ଧାର୍ମିକ ମାନ୍ୟତା ଅନୁସାରେ ଏହି ମାସରେ ସମସ୍ତ ଶୁଭ କାର୍ଯ୍ୟ ବର୍ଜିତ ହୋଇଥାଏ। ଏପରି ସମୟରେ ନାମକରଣ, ବ୍ରତୋପନୟନ, ବିବାହ ଓ ସାଧାରଣ ଧାର୍ମିକ କାର୍ଯ୍ୟ ଯେପରି ନୂତନ ଗୃହପ୍ରବେଶ, ନୂଆ ମୂଲ୍ୟବାନ ସାମଗ୍ରୀ କ୍ରୟ କରାଯାଇ ନଥାଏ। ଅତିରିକ୍ତ ହୋଇଥିବା କାରଣରୁ ଏହି ମାସ ମଳିନ ବୋଲି କୁହାଯାଏ। ଏଣୁ ମାସ ନାମ ମଳ ମାସ କୁହାଯାଏ। ଏହି ଅଧିକ ମାସର ସ୍ୱାମୀ ଭଗବାନ ବିଷ୍ଣୁ ସ୍ୱୟଂ। ପୁରୁଷୋତ୍ତମ ବଗବାନ ବିଷ୍ଣୁଙ୍କ ଆଉ ଏକ ନାମ। ଏଣୁ ଏହାକୁ ତାଙ୍କ ନାମରେ ଉତ୍ସର୍ଗ କରାଯାଇଛି।

ତେବେ ଜ୍ୟୋତିଷୀୟ କାଳଗଣନାରେ ପ୍ରତ୍ୟେକ ବର୍ଷ ୩୬୫ ଦିନ ଓ ୬ ଘଣ୍ଟା ହୋଇଥାଏ। ସେହିପରି ଚନ୍ଦ୍ର ବର୍ଷ ୩୫୪ ଦିନର। ଉଭୟ ମାସ ମଧ୍ୟରେ ପ୍ରାୟ ୧୧ ଦିନର ଅନ୍ତର ରହିଥାଏ। ଯାହା ପ୍ରତି ୩ ବର୍ଷରେ ଗୋଟିଏ ଅତିରିକ୍ତ ମାସ ଭାବେ ଗଣନା କରାଯାଏ। ଯେହେତୁ ଅତିରିକ୍ତ ମାସ ଓ ଶୁଭାଶୁଭ କାର୍ଯ୍ୟ ବର୍ଜିତ ଏଣୁ ମହାଳୟା ଅମାବାସ୍ୟା ପରଦିନଠାରୁ ଶକ୍ତି ଉପାସନା ଅର୍ଥାତ ଶାରଦୀୟ ଦୁର୍ଗାପୂଜା ବିଳମ୍ବିତ ହୋଇଛି। ଆସନ୍ତା ମାସ ୧୭ ତାରିଖରୁ ପୁଣି ଶୁଦ୍ଧକାଳ ଆରମ୍ଭ ସହ ଦୂର୍ଗା ଉପାସନା ଆରମ୍ଭ ହେବ।

   Related Posts