Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୁଣି ହେବ ଆଧାର ପଞ୍ଜିକରଣ ଓ ସଂଶୋଧନ : ମାନିବାକୁ ପଡିବ ସାମାଜିକ ଦୂରତା ଓ ପିନ୍ଧିକି ଆସିବେ ମାସ୍କ

23/05/2020 at 4:32 PM

ଭୁବନେଶ୍ୱର ୨୩।୦୫: ଦେଶରେ କରୋନା ସ୍ଥିତି ନେଇ ଲକ୍‌ଡାଉନ୍‌ ଜାରି ହୋଇଛି । ଯାହାକି ଚତୁର୍ଥ ପର୍ଯ୍ୟାୟରେ ଜାରି ରହିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାମୟିକ ଭାବେ ଆଧାର ପଞ୍ଜିକରଣ ଓ ସଂଶୋଧନ କାର୍ଯ୍ୟକ୍ରମ ବନ୍ଦ ରଖାଯାଇଥିଲା । ଏଥିପାଇଁ ଅନେକ ଲୋକ ଅସୁବିଧାର ସମ୍ମୁଖୀନ ହେଉଥିଲେ । ତେଣୁ ଓକାକ୍‌ ଅଧୀନ ଆଧାର କେନ୍ଦ୍ରଗୁଡ଼ିକ ପୁନର୍ବାର ଚାଲୁ କରାଯାଇଛି ।

ସେଥିପାଇଁ ଆଧାର ପଞ୍ଜିକରଣ ଓ ସଂଶୋଧନ କରିବା ପାଇଁ ଚାହୁଁଥିବା ଲୋକମାନେ ଏହି ସ୍ଥାନକୁ ଆସି କରିପାରିବେ । କିନ୍ତୁ ସରକାରଙ୍କ ନିୟମାବଳୀ ପାଳନ ସହ ମାସ୍କ ଓ ସାମାଜିକ ଦୂରତା ରକ୍ଷା କରିବାକୁ ଅନୁରୋଧ କରାଯାଇଛି ।

   Related Posts