ଆଧାର କାର୍ଡ ଭାରତୀୟ ନାଗରିକତାର ପ୍ରମାଣ ନୁହେଁ : ବମ୍ବେ ହାଇକୋର୍ଟ

Published By : Prameya-News7 Bureau | December 13, 2019 IST

ମୁମ୍ବାଇ ୧୩।୧୨:  ଏକ ନାଗରିକତା ସମ୍ପର୍କିତ ମାମଲାର ଶୁଣାଣି କରି ଶୁକ୍ରବାର ବମ୍ବେ ହାଇକୋର୍ଟ ଐଜିତହାସିକ ରାୟ ଦେଇଛନ୍ତି। ଆଧାରକାର୍ଡକୁ ନାଗରିକତାର ପ୍ରମାଣ ନୁହେଁ ବୋଲି କହିଛନ୍ତି ହାଇକୋର୍ଟ। ମାମଲାରେ କୋର୍ଟ ଜନୈକା ୩୫ ବର୍ଷ ବୟସ୍କା ମହିଳାଙ୍କୁ ଅବୈଧ ଭାବେ ଦେଶରେ ପ୍ରବେଶ ଓ ଅବସ୍ଥାନ ଲାଗି ଦୋଷୀ ସାବ୍ୟସ୍ତ କରିଥିବା ବେଳେ ତାଙ୍କୁ ୧ ବର୍ଷ ଜେଲଦଣ୍ଡାଦେଶ କରିଛନ୍ତି।

ପୂର୍ବ ମୁମ୍ବାଇର ଦହିସର ଅଞ୍ଚଳରେ ରହୁଥିବା ଜ୍ୟୋତି ଗାଜି ଓରଫତସ୍ଲିମା ରବିଉଲଙ୍କୁ ମାଜିଷ୍ଟ୍ରେଟ୍ କୋର୍ଟ ପାସପୋର୍ଟ ରୁଲସ୍ ଏଣ୍ଡ ଫରେନର୍ସ ଅର୍ଡର(ପିପିଆର ଏଣ୍ଡ ଏଫଓ) ଧାରାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। କୋର୍ଟ ତାଙ୍କ ରାୟରେ ପାନକାର୍ଡ, ଆଧାରକାର୍ଡ ଜମି ବିକାକିଣା ଦଲିଲ କାହାର ନାଗରିକତାର ପ୍ରମାଣ ଲାଗି ଯଥେଷ୍ଟ ନୁହେଁ ବୋଲି କହିଛନ୍ତି। ତେବେ ନାଗରିକତା ପ୍ରାଣ ଲାଗି ଜନ୍ମତିଥି ପ୍ରମାଣ, ଜନ୍ମସ୍ଥାନ, ମାତା ଓ ପିତାଙ୍କ ନାମ, ଓ ନାଗରିକତାର ପ୍ରମାଣ ରହିବା ଜରୁରି।

ତେବେ ରବିଉଲ ତାଙ୍କ ତର୍କରେ ସେ ବାଂଲାଦେଶର ନାଗରିକ ଓ ୧୫ ବର୍ଷ ପୂର୍ବେ ଭାରତକୁ ଆସିଥିଲେ। ତେବେ ଏଥିରୁ ସେ ଭାରତୀୟ ନାଗରିକ ହୋଇ ନଥିବା ଓ ବିନା କୌଣସି ବୈଧ କାଗଜପତ୍ରରେ ଭାରତକୁ ଅନୁପ୍ରବେଶ କରିଥିବା ପ୍ରମାଣିତ ହୋଇଛି ବୋଲି କୋର୍ଟ କହିଛନ୍ତି। ଏଣୁ ଦେଶକୁ ବିନା ବୈଧ କାଗଜପତ୍ର ଅଥବା ଯାତ୍ରା ପ୍ରମାଣପତ୍ରରେ ଅନୁପ୍ରବେଶ ଅପରାଧରେ ତାଙ୍କୁ ଦୌଷୀ ସାବ୍ୟସ୍ତ କରିବା ସହ ୧ ବର୍ଷ ଜେଲଦଣ୍ଡାଦେଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.