ଜୁଇରୁ ଅଧାପୋଡା ମୃତଦେହକୁ ଉଠାଇ ନେଲା ପୋଲିସ, ଆରମ୍ଭ ହେଲା ଖୋଳତାଡ

Published By : Prameya-News7 Bureau | January 29, 2021 IST

ମୟୂରଭଞ୍ଜ୨୮/୧: ହତ୍ୟା ଅଭିଯୋଗ ପରେ ଜୁଇରୁ ଉଦ୍ଧାର ହେଲା ଅଧାପୋଡା ମୃତଦେହ। ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ଖପରାସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗତକାଲି ସନ୍ଧ୍ୟାରେ ଉଜ୍ଜ୍ୱଳ ଗାଗରାଇ ନାମକ ଜଣେ ବ୍ୟକ୍ତିଙ୍କ ଅସ୍ବାଭାବିକ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ତାଙ୍କୁ କିଏ ହତ୍ୟା କରିଥିବା ପୋଲିସକୁ କିଏ ଜଣେ ସୂଚନା ଦେଇଥିଲା। ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧାପୋଡା ମୃତଦେହ ଉଦ୍ଧାର କରିଥିଲା।

ସୂଚନାଯୋଗ୍ୟ ଯେ, ଗତ ୨୭ ତାରିଖ ବିଳମ୍ବିତ ରାତିରେ ଦୁଇ ଜଣ ଅଜଣା ବ୍ୟକ୍ତି ଉଜ୍ଜ୍ବଳଙ୍କୁ ନିଜ ଘର ଖପରାସାହି ରେଆଣି ଛାଡି ଦେଇ ଯାଇଥିଲେ। ପରଦିନ ସକାଳୁ ତାଙ୍କର ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ଲୋକେ ହତ୍ୟା ସନ୍ଦେହ କରିଥିଲେ ବି ଗ୍ରାମବାସୀମାନଙ୍କ ସାହାଯ୍ୟରେ ମୃତଦେହକୁ ପୋଡି ଦେଉଥିଲେ । ତେବେ ରରୁଆଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜୁଇର ନିଆଁ ଲିଭାଇ ଅଧାପୋଡା ମୃତଦେହକୁ ଉଦ୍ଧାର କରିଥିଲା। ପରବର୍ତ୍ତୀ ସମୟରେ ବାରିପଦାରୁ ସାଇଣ୍ଟିଫିକ୍‌ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ବ୍ୟବଚ୍ଛେଦ ପରେ ହତ୍ୟା ନା ସ୍ବାଭାବିକ ମୃତ୍ୟୁ ତାହା ଜଣାପଡିବ ବୋଲି ପୋଲିସ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.