ରାସ୍ତାରେ ପଡିଛି ଆଧାରକାର୍ଡ : ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

Published By : Prameya-News7 Bureau | November 06, 2019 IST

ଗଞ୍ଜାମ ୬।୧୧:   ଗଞ୍ଜାମ ଜିଲ୍ଲା  ଆସିକା ବ୍ଲକ ଗୁଣ୍ଠପଡା ନିକଟ ରାସ୍ତାରେ ପଡିଛି ସାଧାରଣଲୋକଙ୍କ ଆଧାରକାର୍ଡ ସମେତ ବିଭିନ୍ନ ଜରୁରୀ କାଗଜପତ୍ର । ରାଜରାସ୍ତାରେ ଏପରିଭାବେ କାଗଜପତ୍ର ପଡି ରହିବା ସ୍ଥାନୀୟଲୋକଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

{"id":179795}

ସୂଚନାଯୋଗ୍ୟ ଯେ , ଆସିକା ବ୍ଲକ ଗୁଣ୍ଠପଡା ନିକଟ ରାସ୍ତାରେ ନିକଟରେ ସାଧାରଣଲୋକଙ୍କ ଆଧାରକାର୍ଡ ସମେତ ବିଭିନ୍ନ ଜରୁରୀ କାଗଜପତ୍ର ପଡିରହିଛି । ଗୁଣ୍ଠପଡା ଗ୍ରାମପଞ୍ଚାୟତ ଠାରେ ଥିବା ପୋଷ୍ଟ ଅଫିସର ଅଧିକାରଙ୍କ ଖାମଖିଆଲି ନୀତି ପଦାକୁ ଆସିଛି ବୋଲି ସ୍ଥାନୀୟଲୋକ ଅଭିଯୋଗ କରିଛନ୍ତି । ବହୁଦିନ ଧରି ଲୋକ ମାନଙ୍କର ଆଧାର କାର୍ଡ଼ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ କାଗଜପତ୍ର ଲୋକମାନଙ୍କ ପାଖରେ ସଠିକ୍ ସମୟରେ ନପହଞ୍ଚାଇବା ବଦଳରେ ରାଜରାସ୍ତାରେ ପକାଇବା ଏକ ନିନ୍ଦନୀୟ ଘଟଣା ବୋଲି ଅଭିଯୋଗ ହୋଇଛି । ଏହିସବୁ ଆଧାର କାର୍ଡ କାହାର,  ଏତେ ଦିନ ପର୍ଯ୍ୟନ୍ତ କାହିଁକି ଏବଂ କିଏ ଗଚ୍ଛିତ କରି ରଖିଥିଲା ତାହାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟଲୋକେ ଦାବୀ କରିଛନ୍ତି ।

{"id":179796,"width":580,"height":319}

ଗୁଣ୍ଠପଡା ଗ୍ରାମପଞ୍ଚାୟତ ଠାରେ ଥିବା ପୋଷ୍ଟ ଅଫିସର ଅନିୟମିତତା ଓ ଅବ୍ୟବସ୍ଥା ପଦାରେ ପଡିଛି । ଏମିତିକି ଶିକ୍ଷିତ ଯୁବକଙ୍କ ପାଠ୍ୟକ୍ରମ ସମ୍ପର୍କିତ ପୁସ୍ତକ ଓ ଚାକିରୀ ଜନିତ କାଗଜପତ୍ର ମଧ୍ୟ ଡେରିରେ ପହଞ୍ଚିବା ଏବଂ ନମିଳିବାର ଅଭିଯୋଗ ମଧ୍ୟ ବାରମ୍ବାର ହେଉଥିଲା । ପୋଷ୍ଟ ଅଫିସ ଭଳି ଲୋକସମ୍ପର୍କ ବିଭାଗୀୟ ଅଧିକାରୀଙ୍କ ଏଭଳି କାର୍ଯ୍ୟ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିବା ସହ ଜନସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।ଏଥିପ୍ରତି ପ୍ରଶାସନ ପକ୍ଷରୁ ଧ୍ୟାନ ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣଙ୍କ ଦାବି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.