୭ରାଜ୍ୟକୁ ୧୨ଶହ ମେଟ୍ରିକ୍‌ ଟନ୍‌ରୁ ଅଧିକ ଅକ୍ସିଜେନ୍‌ ପଠାଯାଇଛି-ଏଡିଜି ଯଶୋବନ୍ତ ଜେଠ୍‌ଓ୍ୱା

Published By : Prameya-News7 Bureau | April 26, 2021 IST

କଟକ ୨୬।୦୪: ଦେଶରେ କରୋନା ସ୍ଥିତି ଅଣାୟତ୍ତ ରହିଛି । ଅନେକ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ପାଇଁ ଅକ୍ସିଜେନ୍‌ର ଅଭାବ ଦେଖାଦେଇଛି । ଯାହାକୁ ପୂରଣ କରିଛି ଓଡିଶା । ଅନେକ ରାଜ୍ୟକୁ ଅକ୍ସିଜେନ ଯୋଗାଉଛି ଓଡିଶା । ବର୍ତ୍ତମାନ ସୁଦ୍ଧାର ଓଡିଶାରୁ ୧୨୬୭,୯୩୧ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ ପଠାଯାଇଛି । ଏନେଇ ଏଡିଜି ଯଶୋବନ୍ତ ଜେଠ୍‌ଓ୍ୱା ପ୍ରେସ୍‌ମିଟ୍‌ ଜରିଆରେ ସୂଚନା ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୋଲିସ ଏସକର୍ଟରେ ବର୍ତ୍ତମାନ ସୁଦ୍ଧା ୬୭ ଟ୍ରକରେ ୧୨୬୭.୯୩୧ ମେଟ୍ରିକ୍ ଟନ୍ ଅକ୍ସିଜେନ ପଠାଯାଇଛି । ଏଥିରୁ ସର୍ବାଧିକ ୨୨ ଟି ଟ୍ରକରେ ୪୫୮.୩ ମେଟ୍ରିକ୍ ଟନ୍ ଅକ୍ସିଜେନ ଆନ୍ଧ୍ର ପ୍ରଦେଶକୁ ପଠାଯାଇଛି । ସେହିପରି ତେଲେଙ୍ଗାନାକୁ ୧୭, ମହାରାଷ୍ଟ୍ର ୬, ମଧ୍ୟପ୍ରଦେଶ ୮, ହରିୟାଣା ୮, ଉତ୍ତର ପ୍ରଦେଶକୁ ୪, ଛତିଶଗଡ଼କୁ ୨ ଟି ଅକ୍ସିଜେନ୍‌ ଟ୍ରକ ପଠାସରିଛି ।

ତେବେ ରାଜ୍ୟରେ ଅକ୍ସିଜେନ, ମେଡ଼ିସିନ୍ ଓ କୋଭିଡ ସାମଗ୍ରୀ ଯାଞ୍ଚ ଲାଗି ଓଡ଼ିଶା ପୋଲିସ ପକ୍ଷରୁ ୨୨ଟି ଫ୍ଲାଇଂ ସ୍ବାଡ୍‌ ଗଠନ ହୋଇଛି  । ସେଥିମଧ୍ୟରୁ କଟକ ଓ ଭୁବନେଶ୍ଵର ପାଇଁ ୭ଟି ନିୟୋଜିତ କରାଯାଇଛି । ଏହି ଟିମ୍‌ରେ ଡ୍ରଗ କଣ୍ଟ୍ରୋଲ, ଏସଟିଏଫ୍ ଏବଂ ଓଡ଼ିଶା ପୋଲିସ ସାମିଲ ଅଛନ୍ତି । ୨୦ଟି ହସପିଟାଲ ଓ ଏଜେନ୍ସିକୁ ବଜାରରେ କୌଣସି ଅନିୟମିତତା ନକରିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଚେତାବନୀ ପତ୍ର ଦିଆଯାଇଛି । ତେଣୁ  ଯିଏ ଅନିୟମିତତା କରିବ, ସେମାନଙ୍କ ବିରୋଧରେ  ଆଇପିସି ଧାରା ଓ ଡ୍ରଗସ ନିୟନ୍ତ୍ରଣ ଆଇନ୍‌ରେ କୋଠାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.