DRDOରୁ ତଥ୍ୟ ଲିକ୍‌ ମାମଲା : ପାକିସ୍ତାନରୁ କରୁଥିଲେ ଅପରେଟ୍, ରହସ୍ୟମୟ ମହିଳାଙ୍କର ରହିଛି ISI ଲିଙ୍କ୍ !

Published By : Prameya-News7 Bureau | October 06, 2021 IST

ଭୁବନେଶ୍ୱର ୦୬।୧୦: ଡିଆର୍‌ଡିଓ ତଥ୍ୟ ଲିକ୍‌ ମାମଲାରେ ନୂଆ ଖୁଲାସା ।  ଘଟଣାରେ ଆସିଲା ପାକିସ୍ତାନ ଲିଙ୍କ । ତଥ୍ୟ ଚୋରି କରୁଥିବା ମହିଳାଙ୍କ ଆଇଏସ୍‌ଆଇ ଲିଙ୍କ ରହିଥିବା ସନ୍ଦେହ କରାଯାଉଛି । ସମସ୍ତ ୪ ଅଭିଯୁକ୍ତଙ୍କ ଆକାଉଣ୍ଟର ଡିଟେଲ୍‌ରୁ ମିଳିଛି ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବୋଲି କ୍ରାଇମ୍‌ବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି ।

ଖବର ଅନୁଯାୟୀ, ଫେକ୍‌ ଆଇପି ଆଡ୍ରେସ୍‌ ବ୍ୟବହାର କରୁଥିଲେ ଯୁବତୀ ।  ୭ଟି ଆଇପି ଆଡ୍ରେସ୍‌ରୁ ମିଳିଛି ୪ଟି ଫେକ୍‌ ଆକାଉଣ୍ଟର ତଥ୍ୟା । ସମସ୍ତ ୪ଟି ଫେକ୍‌ ଆକାଉଣ୍ଟରେ ଯୁବତୀ କରୁଥିଲେ ଫେସ୍‌ବୁକ୍‌ ଚାଟ୍‌ । ଯୁବତୀ ଜଣଙ୍କ ଇସଲାମାବାଦ, ରାଓ୍ବଲପିଣ୍ଡିରୁ ଚାଟ୍‌ କରୁଥିବାର ମଧ୍ୟ ସୂଚନା ମିଳିଛି । ଏପିରକି ଯୁବତୀ ଜଣଙ୍କ ଆମେରିକା, ଜର୍ମୀନୀର ଫେକ୍‌ ଆଇପି ଆଡ୍ରେସ୍‌ ବ୍ୟବହାର କରୁଥିଲେ । ତେବେ ଘଟଣାରେ ଅଧିକ ତଥ୍ୟ ପାଇଁ ଇଣ୍ଡିଆନ୍‌ କମ୍ପ୍ୟୁଟର ଏମ୍‌ଜେନ୍ସି ରେସ୍‌ପନ୍ସ ମାଗିଛି କ୍ରାଇମ୍‌ବ୍ରାଞ୍ଚ । ତଥ୍ୟ ଆସିବା ପରେ ତର୍ଜମା କରାଯିବ ।

ସେହିପରି ଯୁବତୀ ଜଣକ ପାକିସ୍ତାନରେ ରହି ସେଠାରୁ ଚାଟ କରୁଥିବାର ମଧ୍ୟ କିଛି ପ୍ରମାଣ ମିଳିଛି । ଡିଲିଟ୍‌ ହୋଇଥିବା କିଛି ଚାଟ ହିଷ୍ଟ୍ରିକୁ ରିକଭରି କରାଯାଇଛି । ସେଥିରେ ଡିଆରଡିଓର କିଛି ତଥ୍ୟ ସେୟାର କରାଯାଇଛି । ତେବେ ରହସ୍ୟମୟୀ ଯୁବତୀ ଜଣଙ୍କ ବାଲେଶ୍ଵରର ଅନ୍ୟ ଯୁବକଙ୍କ ସହ ଯୋଗାଯୋଗରେ ରହିଛନ୍ତି । ଯୁବତୀ ଜଣକ ଡିଆରଡିଓର ଅନ୍ଯ କେତେକ ଯୁବକଙ୍କ ସହ ଯୋଗାଯୋଗରେ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.