ବିମାନବନ୍ଦରରେ ଜୋରଦାର ବିସ୍ଫୋରଣ, ୨୨ ମୃତ

Published By : Prameya-News7 Bureau | December 31, 2020 IST

ନୂଆଦିଲ୍ଲୀ ୩୧।୧୨: ବିସ୍ଫୋରଣରେ ଥରିଲା ବିମାନବନ୍ଦର । ୟେମେନର ଅଦନ ବିମାନବନ୍ଦରରେ ବୁଧବାର ଦିନ ଜୋରଦାର ଆକ୍ରମଣ  ହୋଇଛି । ଏହି ଆକ୍ରମଣରେ ପ୍ରାୟ ୨୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ବୁଧବାର ଦିନ ୟେମେନର ଅଦନ ବିମାନବନ୍ଦରରେ ଜୋରଦାର ବିସ୍ଫୋରଣ ହୋଇଛି । ଯେଉଁଥିରେ କି ୨୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ହୋଇଛନ୍ତି । ଏପିରିକି କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାର ସୂଚନା ମିଳିଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ମଧ୍ୟ ରହିଛି । ସେପଟେ ବିମାନବନ୍ଦରରେ ଏହି ବିସ୍ଫୋରଣ ଘଟଣାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସଂଘଟନ ନିଜକୁ ଦାୟୀ କରିନାହିଁ ।

wp:html /wp:html

ୟେମେନ୍‌ର ସଞ୍ଚାର ମନ୍ତ୍ରୀ ବିସ୍ଫୋରଣର କିଛି ସମୟ ପୂର୍ବରୁ ସାଉଦି ଆରବ ଗସ୍ତ ସାରି ବିମାନବନ୍ଦରରେ ପହଞ୍ଚିଥିଲେ । ସଞ୍ଚାର ମନ୍ତ୍ରୀଙ୍କ ଅନୁଯାୟୀ, ବିମାନ ବନ୍ଦରରେ ୨ଟି ବିସ୍ଫୋରଣର ଆଭାସ ଆସିଥିଲା । ଏହାପରେ ମନ୍ତ୍ରୀଙ୍କୁ ସୁରକ୍ଷିତ ଭାବେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରିଥିଲେ ସୁରକ୍ଷିତ କର୍ମା । ଅନ୍ୟପଟେ ୟେମେନ୍‌ ପ୍ରଧାନମନ୍ତ୍ରୀ ଓ ଅନ୍ୟ ଲୋକଙ୍କୁ ମଧ୍ୟ ସୁରକ୍ଷିତ ଭାବେ ସହର ବାହାରକୁ ନିଆଯାଇଛି ।

ପ୍ରଧାନମନ୍ତ୍ରୀ ଟ୍ୱିଟ୍‌ କରି କହିଛନ୍ତି ଯେ, ମୁଁ ସୁରକ୍ଷିତ ଅଛି । ସରକାରର ସଦସ୍ୟମାନେ ଅଦନର ଅସ୍ଥାୟୀ ରାଜଧାନୀରେ ରହିଛୁ । ଏଠାରେ ପରିସ୍ଥିତି ଠିକ୍‌ ରହିଛି । ଅଦନ ଏୟାରପୋର୍ଟକୁ ଟାର୍ଗେଟ କରି ବିସ୍ଫୋରଣ କରିବା ସେହି ଯୁଦ୍ଧର ଅଂଶ । ଯାହା କିଛି ଦିନ ହେଲା ୟେମେନର ଜାରି ରହିଛି ।   

ବିସ୍ଫୋରଣର ଖବର ପାଇବା ପରେ ସୈନ୍ୟ ଓ ସୁରକ୍ଷାକର୍ମୀ ପୁରା ଅଞ୍ଚଳକୁ ସିଲ୍‌ କରିଛନ୍ତି । ସ୍ଥାନେ ସ୍ଥାନେ ଚଢାଉ ଜାରି ରହିଛି । କିଏ ଓ କାହିଁକି ଏହି ବିସ୍ଫୋରଣ ଘଟାଇଛି । ତାହାକୁ ନେଇ ଛାନ୍‌ଭିନ୍‌ ଜାରି ରହିଛି । ସରକାର ମଧ୍ୟ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.