Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୦୯ କରୋନା ସଂକ୍ରମିତ, ୩୨୦୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

ଜି-୨୦ ସମ୍ମିଳନୀକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ, କହିଲେ- ଆମର ଧ୍ୟାନ ମହାମାରୀରୁ ନାଗରିକ ଓ ଅର୍ଥବ୍ୟବସ୍ଥାକୁ ବଞ୍ଚାଇବା ଉପରେ ରହିଛି

22/11/2020 at 9:01 PM

ନୂଆଦିଲ୍ଲୀ ୨୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଜି-୨୦ ଶିଖର ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ନିଜର ସମ୍ବୋଧନରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆମର ଧ୍ୟାନ ମହାମାରୀରୁ ନାଗରିକ ଏବଂ ଅର୍ଥବ୍ୟବସ୍ଥାକୁ ବଞ୍ଚାଇବା ଉପରେ ରହିଛି। ସେହି ପରି ଜଳବାୟୁ ପରିବର୍ତ୍ତନ ବିରୁଦ୍ଧ ଲଢେଇରେ ଧ୍ୟାନ ଦେବା ମଧ୍ୟ ସେତିକି ଜରୁରୀ। ଗ୍ରହକୁ ସୁରକ୍ଷିତ ରଖିବା ଉପରେ ଜି-୨୦ କାର୍ଯ୍ୟକ୍ରମରେ ମୋଦୀ କହିଛନ୍ତି, ଜଳବାୟୁ ପରିବର୍ତ୍ତନ ବିରୋଧୀ ଲଢେଇ ଭିନ୍ନେ ଭିନ୍ନେ ହୋଇ ନୁହେଁ ବରଂ ଏକତ୍ର ଏବଂ ସାମଗ୍ରିକ ଭାବେ ଲଢିବା ଉଚିତ୍।

ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ କମ ଅଙ୍ଗାରକାମ୍ଳ ଓ ଜଳବାୟୁ ଅନୁକୂଳ ବିକାଶ ପ୍ରକ୍ରିଆ ଆପଣେଇଛି। ଆମେ ଏଲଇଡି‌ ଲାଇଟ୍‌କୁ ଲୋକପ୍ରିୟ କରାଇଛୁ, ଯାହା ଜରିଆରେ ପ୍ରତିବର୍ଷ କାର୍ବନ ଡାଇଅକ୍ସାଇଡ୍‌କୁ ୩୮ ମିଲିୟନ ଟନ୍ ହ୍ରାସ କରାଯାଇ ପାରିଛି। ଆମେ ଉଜ୍ଜ୍ଵଳ ଯୋଜନା ମାଧ୍ୟମରେ ୮ କୋଟିରୁ ଅଧିକ ଘରକୁ ଧୂଆଁମୁକ୍ତ ରୋଷେଇ ଗ୍ୟାସ୍ ପ୍ରଦାନ କରିଛୁ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ କେବଳ ପ୍ୟାରିସ ଜଳବାୟୁ ରାଜିନାମାର ଲକ୍ଷ୍ୟ ପୂରା କରି ନାହିଁ ବରଂ ଏହାକୁ ଆଗକୁ ମଧ୍ୟ ବଢାଇଛି। ଆମର ଲକ୍ଷ୍ୟ ୨୦୩୦ ପର୍ଯ୍ୟନ୍ତ ୨.୬ କୋଟି ହେକ୍ଟର ଗୋଚର ଜମିକୁ ଉପଯୋଗୀ କରିବା ରହିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ପୂରା ବିଶ୍ଵ ସେତେବେଳେ ଦ୍ରୁତ ଗତିରେ ପ୍ରଗତି କରିବ ଯେବେ ବିକାଶଶୀଳ ଦେଶକୁ ବଡ ପରିମାଣରେ ପ୍ରଯୁକ୍ତିବିଦ୍ୟା ଓ ଆର୍ଥିକ ସହାୟତା ଉପଲବ୍ଧ କରାଯିବ। ମାନବତାର ସମୃଦ୍ଧି ପାଇଁ ପ୍ରତ୍ୟେକଙ୍କୁ ସମୃଦ୍ଧ ହେବାକୁ ପଡିବ। ଶ୍ରମକୁ କେବଳ ଉତ୍ପାଦନ ସହ ଯୋଡି ଦେଖିବା ଅପେକ୍ଷା ପ୍ରତି ଶ୍ରମିକଙ୍କ ମାନବ ଗରିମା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଉଚିତ୍। ଏମିତି ଆଭିମୁଖ୍ୟରେ ପୃଥିବୀର ସଂରକ୍ଷଣ ସୁନିଶ୍ଚିତ ହୋଇ ପାରିବ।  

   Related Posts