ଲକ୍‌ଡାଉନ୍‌ରେ ହଜିଗଲା ଠିକଣା: ରାସ୍ତାରେ ଶିଶୁକୁ ଜନ୍ମ ଦେଲେ ମହିଳା, ମାଆ ଓ ପୁଅକୁ ଆଶ୍ରୟ ଦେଲେ ଦିଶା ଆଶ୍ରମ

Published By : Prameya-News7 Bureau | May 19, 2020 IST

ରାଉରକେଲା୧୯/୫: ଲକଡ଼।ଉନ୍ ଉଜାଡି ଦେଇଛି ଅନେକ କିଛି। କାହାର  ଜୀବନ ଯାଇଛି ତ ଆଉ କିଏ ହରାଇଛି ଜୀବିକା । ହେଲେ ଏମିତି ଏକ ଦୃଦୟ ବିଦାରକ ଘଟଣା ଆପଣ ଜାଣିଲେ କହିବେ ଏମିତି ଘଟିବାର ନ ଥିଲା। ଲକଡ଼ଉନରେ ବାଟ ଚାଲୁ ଚାଲୁ ରାସ୍ତାରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଲେ ମହିଳା। ଉକ୍ତ ମହିଳାଙ୍କୁ କେହି ସାହାଯ୍ୟ କଲେ ନାହିଁ ଖାଲି ମିଛ ପ୍ରତିଶୃତିରେ ପୋତି ପକାଇଲେ। ଏହି ମହିଳା ଟ୍ରେନରୁ କେଉଁଠୁ ଫେରୁଥିଲେ କହି ପାରୁନାହାନ୍ତି ହେଲେ ଏତିକି କହୁଛନ୍ତି ଯେ, ସେ ତାଙ୍କ ଘରରୁ ଟ୍ରେନରେ ବସି ଯାଉଥିଲେ। ରାଉରକେଲା ଷ୍ଟେସନରେ ସେ ରାତିରେ ଟ୍ରେନରୁ ଓହ୍ଳାଇ ପଢ଼ିଥିଲେ । କିନ୍ତୁ ଦୁର୍ଭାଗ୍ୟର କଥା ସେହିଦିନ ରାତି ୧୨ଟାରୁ ସରକାର ଲକଡ଼।ଉନ୍ ଘୋଷଣା କରି ଦେଲେ।

ଅନେକ ଲୋକଙ୍କୁ ସହାୟତା ମାଗିଲେ ହେଲେ ସହାୟତା ମିଳିଲା ନାହିଁ। ଦୁଇମାସ ପାଖାପାଖି ରାଉରକେଲା ସହରରେ ଘୂରି ବୁଲିଲେ ହେଲେ ଘରକୁ ଫେରିବା କୌଣସି ରାସ୍ତା ନଥିଲା। ଶେଷରେ ମେ ୧୪ ତାରିଖ ଏହି ମହିଳା ଚାଲି ଚାଲି ବାହାରିଥିଲେ ନିଜ ଗାଁ ମହାରାଷ୍ଟ୍ର ଅକୋଲା ଅଭିମୁଖେ । ରାଉରକଲୋ ୧୦ ନମ୍ବର ଜାତୀୟ ରାଜପଥରେ ଚାଲୁଚାଲୁ ସାନ ନୁଆଗଁ। ନିକଟରେ ରାସ୍ତା ଉପରେ ପଡିଗଲେ। ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ସାନ ନୂଆଗାଁ ମିଶେନାରୀ ହସ୍ପିଟାଲରେ ଭର୍ତ୍ତି ଲାଗି ନେବା ବାଟରେ ମହିଳା ଜନ୍ମ ଦେଇଥିଲେ ଏକ ପୁତ୍ର ସନ୍ତାନ।

ସାନ ନୁଆଗାଁ ମିଶେନାରୀ ହସ୍ପିଟାଲରେ ମା ଏବଂ ଛୁଆଙ୍କୁ ଭର୍ତ୍ତି କରାଯାଇଥିଲା । ମାନସିକ ଚାପରେ ମିଶେନାରୀ ହସ୍ପିଟାଲରେ ଶିଶୁ ପୁତ୍ରକୁ ଛାଡ଼ି କୁଆଡ଼େ ଚାଲି ଯାଇଥିଲେ ମହିଳା। ବହୁ ଖୋଜା ଖୋଜି କରିବା ପରେ ନମିଳିବାରୁ ବାଧ୍ୟ ହୋଇ ସାନ ନୂଆଗାଁ ମିଶେନାରୀ ହସ୍ପିଟାଲ ବାଧ୍ୟ ହୋଇ ପୁତ୍ର ସନ୍ତାନକୁ ଚାଇଲ୍ଡ ହେଲପ୍ ଲାଇନକୁ ହସ୍ତାନ୍ତର କରିଥିଲେ। ନିଖୋଜ ମହିଳାଙ୍କୁ ଖୋଜା ଖୋଜି କରିବା ପରେ ଗତ କାଲି ଉଦ୍ଧାର କରାଗଲା ମହିଳାଙ୍କୁ । ଉଦ୍ଧାର କରାଯିବା ପରେ ପ୍ରଥମେ ତାଙ୍କୁ ରାଜଗାଙ୍ଗପୁର ଲାଇଙ୍ଗ ଡ଼।କ୍ତରଖାନାରେ ଚିକିତ୍ସା କରିବା ପରେ ରାଉରକେଲା ସରକାରୀ ଡ଼କ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଏହି ମହିଳାଙ୍କୁ ତାଙ୍କ ଛୁଆ ପାଖରେ ପହଁଞ୍ଚାଇ ଦିଆଯାଇଥିଲା। ଏବେ ମା ଏବଂ ଛୁଆ ରାଉରକେଲା ବିଶ୍ରା ଦିଶାରେ  ଅଛନ୍ତି ।

ଅନ୍ୟ ପଟେ ଏହି ମହିଳାଙ୍କ ବିଷୟରେ ଅନ୍ୟ କିଛି କହୁଛି ସୁନ୍ଦରଗଡ଼ ଶିଶୁ କଲ୍ୟାଣ କମିଟି (ସିଡବ୍ଲୁସି )। ଝାଡ଼ଖଣ୍ଡରୁ  ଚାଲିଚାଲି ପ୍ରବାସୀ ଛତିଶଗଡ଼ ଯାଉଥିଲେ ବି ଏହି ମହିଳା । ରାଉରକେଲା ସାନ ନୂଆଗାଁ ଠାରେ ଗର୍ଭବର୍ତ୍ତୀ ମହିଳା ଚାଲିବା ସମ୍ଭବ ନହେବାରୁ ତାଙ୍କୁ ଛାଡ଼ି ଚାଲି ଗଲେ ଆଉ ରହିଗଲେ ଗର୍ଭବତୀ ମହିଳା । ଗର୍ଭବତୀ ମହିଳାଙ୍କ ଦେଖାଶୁଣା କରୁଥିଲେ ସ୍ଥାନୀୟ ଲୋକେ । ତାର ଦୁଇ ଦିନ ପରେ ପ୍ରସବ ଯନ୍ତ୍ରଣା ହେବାରୁ ସ୍ଥାନୀୟ ଲୋକେ ତାଙ୍କୁ ସାନ ନୂଆଗାଁ ମିଶେନାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ ଆଉ ସେଠାରେ ସେ ଶିଶୁ ପୁତ୍ର ଜନ୍ମ ଦେଇ ନିଖୋଜ ହୋଇଯାଇଥିଲେ  ଜନ୍ମଦାତ୍ରୀ । କିନ୍ତୁ ବାସ୍ତବରେ ଘଟଣା କଣ ଏ ମହିଳାଙ୍କ ପରିଚୟ କଣ ଘଟଣାର ପୃଷ୍ଠଭୂମି କଣ କେଉ ସ୍ଥିତି ପରିସ୍ଥିତିରେ ଏପରି ଅଭାବନୀୟ ଘଟଣା ଘଟିଲା  ତାହା ଖୋଳତାଡ଼ କରୁଛି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.