କାଶ୍ମୀରରେ ପୁଣି ବଡ ଧରଣର ଆତଙ୍କୀ ହମ୍‌ଲା ନେଇ ଗୁଇନ୍ଦା ବିଭାଗର ସତର୍କ ସୂଚନା : ପଠାଗଲା ଅତିରିକ୍ତ ୧୦ ହଜାର ଯବାନ

Published By : Prameya-News7 Bureau | July 28, 2019 IST

ନୂଆଦିଲ୍ଲୀ ୨୮|୭: କାଶ୍ମୀରରେ ବଡ ଧରଣ  ଆତଙ୍କୀ ହମଲା ନେଇ ଗୁଇନ୍ଦା ବିଭାଗର ସତର୍କ ସୂଚନା ପରେ କେନ୍ଦ୍ର ସରକାର ଅତିରିକ୍ତ ୧୦ ହଜାର ସୁରକ୍ଷା ଯବାନ ପଠାଇଛନ୍ତି । କେନ୍ଦ୍ରର ଏହି ନିଷ୍ପତ୍ତି କାଶ୍ମୀର ଉପତ୍ୟାକାରେ ସୃଷ୍ଟି କରିଛି ଭୟର  ବାତାବରଣ । ସମ୍ବିଧାନର ଧାରା ୩୭୦ ଏବଂ ୩୫କ ଆଧାରରେ ଜାମ୍ମୁ କାଶ୍ମୀରକୁ  ଦିଆଯାଇଥିବା ସ୍ବତନ୍ତ୍ର ଅଧିକାରକୁ ହଟାଇବା ପାଇଁ କେନ୍ଦ୍ରର ଏହା ଏକ ପ୍ରାକ୍ ପ୍ରସ୍ତୁତି ବୋଲି  କହିଛନ୍ତି ବିଚ୍ଛନ୍ନତାବାଦୀ ।

{"id":138230}

କାଶ୍ମୀରକୁ ପଠାଯିବା ଆଉ ୧୦ ହଜାର ଯବାନ। ଉତ୍ତେଜନା ପ୍ରବଣ ଅଞ୍ଚଳରେ ଏମାନେ ସୁରକ୍ଷା ଦାୟିତ୍ବରେ ରହିବେ। ତେବେ କାହିଁକି କେନ୍ଦ୍ର ଏହି ନିଷ୍ପତ୍ତି ନେଲା। କାରଣ କାଶ୍ମୀରରେ ଆତଙ୍କବାଦୀ ରଚି ପାରନ୍ତି ବଡ ଧରଣର ହମଲା । ପୁଣି କରିପାରନ୍ତି ନରସଂହାର । ପାକ୍ ସମର୍ଥିତ ସୀମାପାର ଆତଙ୍କୀ ସଂଗଠନଗୁଡିକ ଏମିତି କଛି ଷ଼ଡଯନ୍ତ୍ର ରଚୁଥିବା ମିଳିଛି ଗୁଇନ୍ଦା ସୁରାକ୍ । ବିଶେଷ କରି ଗତକାଲି କୁଖ୍ୟାତ ପାକିସ୍ତାନୀ ଆତଙ୍କବାଦୀ ମୁନ୍ନା ଲାହୋରୀକୁ ସୋପିୟାଁରେ ସୁରକ୍ଷା କର୍ମୀ

{"id":138231}

ଟପକାଇଦେବା ପରେ ଜୈସ ଏ ମହମ୍ମଦ କିଛି ଗୋଟିଏ ବଡ଼ ଆକ୍ରମଣ ଭିଆଇବା ଆଶଙ୍କା କରାଯାଉଛି। କାଶ୍ମୀରରେ ଆତଙ୍କୀ  ନିପାତ ତଥା ଯେ କୌଣସି ଆତଙ୍କୀ ହମଲାର ମୁହଁତୋଡ ଜବାବ ଦେବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଗୃହ ବିଭାଗ କହିଛି।

{"id":138232}

ଏପଟେ ଅଚାନକ ୧୦ ହଜାର ଅତିରିକ୍ତ ଯବାନକୁ ପଠା ଯିବାକୁ ନେଇ କେନ୍ଦ୍ରର ନିଷ୍ପତ୍ତି କାଶ୍ମୀରରେ ଭୟର ବାତାବରଣ ସୃଷ୍ଟି କରିଛି। ଜମ୍ମୁ କାଶ୍ମୀରକୁ  ସମ୍ବିଧାନର ଧାରା  ୩୭୦ ଏବଂ ୩୫କ ଆଧରରେ ଦିଆଯାଇଥିବା ସ୍ବତନ୍ତ୍ର ଅଧିକାରକୁ ହଟାଇବା ପାଇଁ କେନ୍ଦ୍ରର ଏହା ଏକ ପ୍ରାକ୍ ପ୍ରସ୍ତୁତି ବୋଲି  କହିଛନ୍ତି ବିଚ୍ଛନ୍ନତାବାଦୀ ।

{"id":138233}

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଏବଂ ନ୍ୟାସନାଲ କନଫରେନ୍ସ ନେତାମାନେ ବିରୋଧ କରିଛନ୍ତି । ମମେହବୁବା ମୁଫତି କହିଛନ୍ତି ୩୫-ଏ  ହଟାଇବା ନେଇ ପ୍ରସ୍ତୁତି କରିବା ଅର୍ଥ ବାରୁଦ ଗଦାରେ ହାତ ଦେବା ସହ ସମାନ ।

{"id":138234}

ସେପଟେ ଆଜି ମନ୍-କି-ବାତ କାର୍ଯ୍ୟକ୍ରମରେ ମୋଦି କାଶ୍ମୀର ସମସ୍ୟାକୁ ଗୁରୁତ୍ବ ଆରୋପ କରି କହିଛନ୍ତି । ଯେଉଁମାନେ ଦେଶରେ ଅଶାନ୍ତିର ମାହୋଲ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ସେମାନେ କଦାପି ସଫଳ ହେବେ ନାହିଁ ।

{"id":138235,"width":578,"height":347}

ଆତଙ୍କବାଦ ବିରୋଧରେ ମୋଦି ସରକାର କଡା ଆଭିମୁଖ୍ୟ ପୋଷଣ କରି ଆସୁଛନ୍ତି । କାଶ୍ମୀର ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ମୋଦି ସରକାର ସଫଳ ହେବା ନେଇ ବିଭିନ୍ନ ମହଲରୁ ଆଶା ପ୍ରକାଶ ପାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.