Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ଜମ୍ମୁକାଶ୍ମୀରରୁ ହଟିବ ୩୫ଏ ଏବଂ ୩୭୦ ଧାରା ! ସମ୍ଭାବ୍ୟ ବିରୋଧକୁ ସମ୍ଭାଳିବେ ୩୫ ହଜାର ସୈନ୍ୟ

2/08/2019 at 4:54 PM

ଶ୍ରୀନଗର ୨|୮: ଚର୍ଚ୍ଚାରେ କାଶ୍ମୀର ।ଘାଟୀରେ ବଦଳୁଛି ସ୍ଥିତି । ସ୍ଥିତି ଏବେ ଶାନ୍ତ ଥିଲେ ମଧ୍ୟ ସରକାରୀ ସ୍ତରରେ ଯେଉଁ ପଦକ୍ଷେପ ନିଆଯାଉଛି ତାହାକୁ ନେଇ ଭିନ୍ନ ଅଙ୍କକଷା ଚାଲିଛି । ଗୋଟିଏ ପଟେ କେନ୍ଦ୍ର ସରକାର କାଶ୍ମୀରରେ ସୁରକ୍ଷା ବାହିନୀ ସଂଖ୍ୟା ବଢ଼ାଇଚାଲିଥିବା ବେଳେ ଏହାକୁ ନେଇ ଭିନ୍ନଭିନ୍ନ ଆକଳନ କରାଯାଉଛି । କେନ୍ଦ୍ର କାଶ୍ମୀର ନେଇ କିଛି ବଡ଼ ପଦକ୍ଷେପ ନେଇପାରେ ବୋଲି ଆଲୋଚନା ହେଉଛି ।ସେପଟେ ଅମରନାଥ ଯାତ୍ରା ପଥରେ ଲ୍ୟାଣ୍ଡମାଇନ୍‌ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ମିଳିବାରୁ ଯାତ୍ରାକୁ ସ୍ଥଗିତ ରଖାଯାଇଛି ।

ନ୍ୟାସନାଲ କନଫେରନ୍ସ ନେତା ଫାରୁକ ଅବଦୁଲ୍ଲା ଓ ଓମାର ଅବଦୁଲ୍ଲା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ରାଜ୍ୟରେ ଯଥାଶୀଘ୍ର ନିର୍ବାଚନ କରାଇବା ସହିତ ଏପରି କୌଣସି ପଦକ୍ଷେପ ନ ନେବା ପାଇଁ ଅନୁରୋଧ କରିଛନ୍ତି ଯାହାକି ରାଜ୍ୟରେ ପରିସ୍ଥିତି ବିଗାଡ଼ିବ।ଏମିତି ସ୍ଥିତିରେ କାଶ୍ମୀର ନେଇ ମୁଣ୍ଡ ଖେଳାଇବା ସହିତ ପୁଣିଥରେ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ।ଯାହାକୁ ଭାରତ ରୋକଠୋକ୍‌ ପ୍ରତ୍ୟାଖାନ କରିଦେଇଛି ।

କାଶ୍ମୀରରେ ବଢୁଛି ସୁରକ୍ଷାବାହିନୀର ଉପସ୍ଥିତି ।ଗତ କିଛି ଦିନ ଭିତରେ ଜାମ୍ମୁ କାଶ୍ମୀରରେ ୩୮ ହଜାର ସୁରକ୍ଷା ବାହିନୀ ମୁତୟନ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଜୁଲାଇ ୨୫ରେ କାଶ୍ମୀର ଘାଟୀକୁ ୧୦ ହଜାର କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ-ସିଏପିଏଫ ଯବାନ ମୁତୟନ ପାଇଁ କେନ୍ଦ୍ର ନିର୍ଦ୍ଦେଶ ଦେଇଥିଲେ।ପୂର୍ବରୁ କାଶ୍ମୀର ଘାଟୀରେ ସିଆରପିଏଫର ୬୫ ବାଟାଲିୟନ ନିୟମିତ ଯବାନ ମୁତୟନ ହୋଇଥିବା ବେଳେ ଅମରନାଥ ଯାତ୍ରା ପାଇଁ ୨୦ ବାଟାଲିୟନ ଅନ୍ୟ ସୁରକ୍ଷା ବାହିନୀ ନିୟୋଜିତ ଅଛନ୍ତି ।

ଆଉ ଗୁରୁବାର ଦିନ ସିଏପିଏଫର ଆଉ ୨୮୦ କମ୍ପାନୀ ମାନେ ୨୮୦୦୦ ସୈନ୍ୟଙ୍କୁ କାଶ୍ମୀର ଉପତ୍ୟକାକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଉ ଏହାକୁ ନେଇ ଚାଲିଛି ଭିନ୍ନ ଭିନ୍ନ ଆକଳନ । କିଏ କହୁଛି କାଶ୍ମୀରରୁ ଧାରା ୩୫ଏ ଏବଂ ୩୭୦ ଉଠାଇବା ପାଇଁ କେନ୍ଦ୍ରର ଏହା ପୂର୍ବ ପ୍ରସ୍ତୁତି ତ ଆଉ କିଏ କହୁଛନ୍ତି ବିଧାନସଭା ନିର୍ବାଚନ ପାଇଁ ଏହା ପୂର୍ବ ପ୍ରସ୍ତୁତି । ପୁଣି ଚର୍ଚ୍ଚା ହେଉଛି ଅଗଷ୍ଟ ୧୫ରେ ସ୍ବାଧୀନତା ଦିବସରେ ମୋଦି କାଶ୍ମୀରରେ ପତାକା ଉତ୍ତୋଳନ କରିବେ । ତେବେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଧିକାରୀଙ୍କ କହିବା କଥା ଆତଙ୍କବାଦୀ ମୁକାବିଲା ଏବଂ ଅନୁପ୍ରବେଶ ରୋକିବାକୁ ଏହା ନିୟମିତ ପ୍ରକ୍ରିୟା ।ଏସବୁ ଭିତରେ ରାଜ୍ୟର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତ୍ରୀ ମେହବୁବା ମୁଫତି କହିଛନ୍ତି ଯେ କେନ୍ଦ୍ରର ଏପରି କାର୍ଯ୍ୟକଳାପ ଯୋଗୁଁ କାଶ୍ମୀର ବାସୀ ଆତଙ୍କିତ ମନେ କରୁଛନ୍ତି ।  

କାଶ୍ମୀର ଘାଟୀରେ ଗତ କିଛିଦିନ ଧରି ଆତଙ୍କୀ କାର୍ଯ୍ୟକଳାପ ବେଶ୍ କମିଯାଇଥିଲେ ମଧ୍ୟ ଶୁକ୍ରବାର ଅମରନାଥ ଯାତ୍ରା ପଥରୁ ସ୍ନାଇପର ରାଇଫଲ୍ ମିଳିଛି । ଆତଙ୍କୀ ହମ୍‌ଲାର ଆଶଙ୍କା ଥିବାରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅମରନାଥ ଯାତ୍ରାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି।ପର୍ଯ୍ୟଟକମାନଙ୍କୁ ମଧ୍ୟ ଜାମ୍ମୁ କାଶ୍ମୀରରୁ ଫେରିଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟରେ ବଡ଼ ଧରଣର ଆତଙ୍କୀ ହମ୍‌ଲା ହେବାର ଆଶଙ୍କା ଥିବାରୁ ଏପରି ପଦକ୍ଷେପ ନିଆଯାଇଛି । ଏମିତି ସ୍ଥିତିରେ କାଶ୍ମୀର ସ୍ଥିତିରେ ଅଧିକ ସୁରକ୍ଷା ବାହିନୀ ମୁତୟନକୁ ଦେଖି ନିଜକୁ ବଡ଼ପଣ୍ଡା ବୋଲାଉଥିବା ନ୍ୟାସନାଲ କନଫେରନ୍ସ ନେତା ଫାରୁକ ଅବଦୁଲ୍ଲା ଏବଂ ଓମାର ଅବଦୁଲ୍ଲା ଗୁରୁବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି ।କେନ୍ଦ୍ର ସରକାର ଏମିତି କୌଣସି ପଦକ୍ଷେପ ନ ନିଅନ୍ତୁ ଯାହା ରାଜ୍ୟରେ ସ୍ଥିତି ବିଗାଡ଼ିବ । ବରଂ ବର୍ଷେ ହେଲା ରାଜ୍ୟରେ ନିର୍ବାଚିତ ସରକାର ନଥିବା ବେଳେ ଚଳିତବର୍ଷ ଯେମିତି ହେଲେ ନିର୍ବାଚନ କରାଇବାକୁ ଓମାର ଅବଦୁଲ୍ଲା ଅନୁରୋଧ କରିଥିବା ଟ୍ବିଟ୍‌ କରିଛନ୍ତି।ଆଉ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହି ଦୁଇ ନେତାଙ୍କ କଥାକୁ ଗମ୍ଭୀରତାର ସହିତ ନେଇଛନ୍ତି ।

କାଶ୍ମୀର ସ୍ଥିତିକୁ ନେଇ ଏମିତି ଗରମ ଥିବା ବେଳେ ଆମେରିକା ରାଷ୍ଟ୍ରପତିଙ୍କ ଟ୍ରମ୍ପଙ୍କ କଜଳପାତି ହେବାକୁ ଇଚ୍ଛା ହେଲାଣି ।ପୂର୍ବରୁ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହିତ ଆଲୋଚନା ବେଳେ କାଶ୍ମୀର ମାମଲାରେ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଥିବା ଟ୍ରମ୍ପ ଶୁକ୍ରବାର ପୁଣି ଏହି କଥାକୁ ଦୋହରାଇଛନ୍ତି ।ସାମ୍ବାଦିକଙ୍କ ସହିତ କଥାବାର୍ତ୍ତା ବେଳେ ଟ୍ରମ୍ପ ଭାରତ-ପାକିସ୍ତାନ ରାଜି ହେଲେ ଆଲୋଚନାରେ ମଧ୍ୟସ୍ଥତା କରିବାକୁ ରାଜି ଥିବା କହିଛନ୍ତି ।ତେବେ ଥାଇଲ୍ୟାଣ୍ଡର ବ୍ୟାଙ୍କକ୍‌ରେ ଆସିଆନ୍‌ ସମ୍ମିଳନୀ ଅବସରରେ ଏନେଇ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓଙ୍କୁ ରୋକ୍‌ଠୋକ୍‌ ଶୁଣାଇ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ।କାଶ୍ମୀର ପ୍ରସଙ୍ଗ ଦ୍ବିପାକ୍ଷିକ ମାମଲା ଏବଂ ଏନେଇ ଯଦି ଆଲୋଚନା ହେବ ତାହା କେବଳ ପାକିସ୍ତାନ ସହିତ ବୋଲି ଭାରତ ଶୁଣାଇଦେଇଛି ।

ଆଗକୁ କାଶ୍ମୀରରେ କଣ ହେଉଛି ତା ଉପରେ ସାରା ଦେଶର ନଜର ରହିଛି ।ହେଲେ ଘାଟୀରେ ଯେପରି ସ୍ଥିତି ବିଗିଡ଼ି ନଯାଏ ସେଥିପ୍ରତି କେନ୍ଦ୍ର ସରକାର ସତର୍କ ରହିବା ନିହାତି ଜରୁରୀ।

   Related Posts