Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭୁବନେଶ୍ୱର ମଧ୍ୟ ଆସନର ୨ ପ୍ରାର୍ଥୀ ଅନନ୍ତ ଓ ଜଗନ୍ନାଥଙ୍କୁ ମିଳିବ ଅତିରିକ୍ତ ସୁରକ୍ଷା ବୋଲି କହିଲେ ପୋଲିସ କମିଶନର

22/04/2019 at 1:28 PM

ଭୁବନେଶ୍ୱର ୨୨/୪ : ଭୁବନେଶ୍ୱର ମଧ୍ୟ ବିଧାସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ଓ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କୁ ଅତିରିକ୍ତ ସୁରକ୍ଷା ଯୋଗେଇ ଦିଆଯିବ ବୋଲି କହିଛନ୍ତି ଭୁବନେଶ୍ୱର କମିଶନର ସତ୍ୟଜିତ ମହାନ୍ତି | ନିର୍ବାଚନ ସାରିବା ପର୍ଯ୍ୟନ୍ତ ସେମାନଙ୍କୁ ସୁରକ୍ଷା ଯୋଗେଇ ଦିଆଯିବ | ଗତକାଲି ଉଭୟ ନେତାଙ୍କ ଉପରେ ଭିନ୍ନ ଭିନ୍ନ ସ୍ଥାନରେ ଆକ୍ରମଣ ହୋଇଥିଲା |

ଭୋଟ ପୂର୍ବରୁ ରାଜଧାନୀରେ ହିଂସା । ଭୁବନେଶ୍ବର ମଧ୍ୟ ବିଧାନସଭା କ୍ଷେତ୍ରରେ ଉଭୟ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ଉପରେ ଗତକାଲି ବୋମା ମାଡ଼ ହୋଇଛି । ରବିବାର ସଂଧ୍ୟାରେ ପ୍ରଥମେ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଗାଡ଼ି ଉପରେ ବୋମାମାଡ଼ ହୋଇଥିଲା । ଗାଡି ଭାଙ୍ଗିରୁଜି ଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଥିଲେ ଜଗନ୍ନାଥ । ରାତିରେ ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଉପରେ ବୋମାମାଡ଼ ହୋଇଥିଲା । ଲକ୍ଷ୍ମୀସାଗର ଥାନା ଝାରପଡା କେନାଲ ରୋଡରେ ଯାଉଥିବା ବେଳେ ଦୁର୍ବୃତ୍ତ ତାଙ୍କ ଉପରକୁ ବୋମାମାଡ କରିଥିଲେ । ଅନନ୍ତଙ୍କ ମୁହଁ ଓ ହାତରେ ଗଭୀର ଆଘାତ ଲାଗିଛି । କ୍ୟାପିଟାଲ ହସ୍ପିଟାଲ ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି । ଉଭୟ ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି ।

   Related Posts