ବିଧାନସଭାରେ ୮,୧୨୬.୩୨ କୋଟି ଟଙ୍କାର ଅତିରିକ୍ତ ବଜେଟ ଆଗତ

Published By : Prameya-News7 Bureau | November 13, 2019 IST

ଭୁବନେଶ୍ୱର ୧୩।୧୧ – ବିଧାନସଭାର ଶୀତକାଳିନ ଅଧିବେଶନର ପ୍ରଥମଦିନରେ   ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ  ବଜେଟ୍‌କୁ  ଉପସ୍ଥାପନ କରାଯାଇଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହାକୁ ଗୃହରେ ଉପସ୍ଥାପନ କରିଥିଲେ ।  ମୋଟ୍‌୮୧୨୬.୩୨ କୋଟି ଟଙ୍କାର ବ୍ୟୟବରାଦ ଲାଗି ଏହାକୁ ବିଧାନସଭାର ଅନୁମୋଦନ ପାଇଁ ଉପସ୍ଥାପନ କରାଯାଇଛି ।

ଏଥିରେ ୨୬୭.୨୩ କୋଟି ଟଙ୍କାର ପ୍ରଶାସନିକ ବ୍ୟୟ ବରାଦ, ୭୪୩୨.୮୦ କୋଟି ଟଙ୍କାର କାର୍ଯ୍ୟକ୍ରମ ବ୍ୟୟ, ୬.୫୨ କୋଟି ଟଙ୍କାର ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ଓ୪୧୯.୭୮ କୋଟି ଟଙ୍କା ରାଜ୍ୟ ବଜେଟ୍‌ରୁ ସ୍ଥାନାନ୍ତର  ପାଇଁ ଆଗତ କରାଯାଇଛି ।

ସମ୍ବଳର ଉପଲବ୍ଧତା , ବିଭିନ୍ନ ସମ୍ବଳର ପୁନଃ ବିନିଯୋଗ ବିଭିନ୍ନ ସୁତ୍ରରୁ ସହବନ୍ଧିତ ସମ୍ବଳର ପ୍ରାପ୍ତିକୁ ପ୍ରତ୍ୟାଶା କରି  ଅତିରିକ୍ତ ବଜେଟ୍‌ ପାଇଁ ବ୍ୟୟବରାଦ କରାଯାଇଛି ।

୮,୧୨୬.୩୨ କୋଟି ଟଙ୍କା ମଧ୍ୟରୁ ସହବନ୍ଧିତ ସମ୍ବଳ ସୁତ୍ରରୁ ୨୯୮୧.୮୮ କୋଟି ଟଙ୍କା , ସମ୍ବଳରୁ ଏକ ହଜାର କୋଟି ଟଙ୍କା ଓ ବିଭିନ୍ନ ବିଭାଗ ଦ୍ୱାରା ସମର୍ପିତ ହୋଇଥିବା ବ୍ୟୟ ବରାଦ  ଓ ଅନୁଦାନରୁ ୪୧୪୪.୫୦ କୋଟି ଟଙ୍କା ଅର୍ଥ ବ୍ୟବସ୍ଥା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.