ବିଧାନସଭାରେ ୧୯,୮୩୩ କୋଟିର ଅତିରିକ୍ତ ବଜେଟ୍‌ ଉପସ୍ଥାପିତ, ଏହି ବିଭାଗକୁ ସର୍ବାଧିକ ବ୍ୟୟ ବରାଦ

Published By : Prameya-News7 Bureau | December 01, 2021 IST

ଭୁବନେଶ୍ୱର, ୦୧।୧୨: ବିରୋଧୀଙ୍କ ପ୍ରବଳ ହୋହଲ୍ଲା ମଧ୍ୟରେ ବିଧାନସଭାରେ ଉପସ୍ଥାପିତ ହେଲା ଅତିରିକ୍ତ ବଜେଟ୍‌ । ମୋଟ ୧୯,୮୩୩ କୋଟିର ବଜେଟ୍‌ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏଥିରେ ପଞ୍ଚାୟତିରାଜ୍‌ ବିଭାଗ ପାଇଁ ସର୍ବାଧିକ ୨୬ ପ୍ରତିଶତ ଅର୍ଥାତ ୩,୬୨୪ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ସ୍ୱାସ୍ଥ୍ୟ ପାଇଁ ୨୩୧୦ କୋଟି ଟଙ୍କା, ଶକ୍ତି ବିଭାଗ ପାଇଁ ୨୧୪୩ କୋଟି ବ୍ୟୟବରାଦ ହୋଇଛି । ଅତିରିକ୍ତ ବଜେଟ୍‌ ଉପସ୍ଥାପନ ପରେ ଗୃହକୁ ଆସନ୍ତାକାଲି ୧୦.୩୦ ଯାଏଁ ମୁଲତବୀ ଘୋଷଣା କରାଯାଇଛି ।       

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.