Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ପ୍ରସିଦ୍ଧ ଟେଲିଭିଜନ୍ ଅଭିନେତ୍ରୀ କରୋନା ସଂକ୍ରମିତ : କହିଲେ ନିଜ ସ୍ବାସ୍ଥ୍ୟ କଥା

1/07/2020 at 11:33 AM

ମୁମ୍ବାଇ ୧/୭: ଟିଭି ଅଭିନେତ୍ରୀ ଅଦିତି ଗୁପ୍ତା ଚୋପ୍ରା କରୋନାରେ ସଂକ୍ରମିତ ଥିବା ଜଣା ପଡ଼ିଛି। ଏହାର ସୂଚନା ସେ ନିଜେ ଦେଇଛନ୍ତି ଏବଂ ଏହି ସମୟ ସେ ହୋମ୍ କ୍ବାରେଣ୍ଟାଇନରେ ଅଛନ୍ତି। ଅଦିତି ଗୁପ୍ତା ସିରିୟଲ୍ ‘ଇସ୍କବାଜ’ରେ ନଜର ଆସିଥିଲେ। ସେ ଏକ ସାକ୍ଷାତକାରରେ କହିଛନ୍ତି ,‘ଯେତେବେଳେ ତାଙ୍କୁ ଜଣା ପଡ଼ିଥିଲା ଯେ ତାଙ୍କୁ କରୋନା ହୋଇଛି ସେତେବେଳେ ସେ ନିଜକୁ କ୍ବାରେଣ୍ଟାଇନ୍ କରି ଆଇସୋଲେଟ୍ କରିଥିଲେ। କିନ୍ତୁ ତାଙ୍କଠାରେ କୌଣସି କରୋନାର ଲକ୍ଷଣ ଦେଖାଯାଇନଥିଲା।

ଅଦିତି ଆହୁରି କହିଛନ୍ତି ଯେ ତାଙ୍କ ରିପୋର୍ଟ କରୋନା ପଜିଟିଭ ଆସିଛି କିନ୍ତୁ ଲକ୍ଷଣ ନାହିଁ। ସେ ନିଜକୁ କ୍ବାରେଣ୍ଟାଇନ୍ କରି ନେଇଛନ୍ତି। ୭-୮ଦିନ ହେବ ସେ ନିଜକୁ ଗୋଟିଏ ରୁମରେ ବନ୍ଦୀ କରି ରଖିଛନ୍ତି। ଅଦିତି କହିଛନ୍ତି ଯେ ତାଙ୍କ ବନ୍ଧୁ,ସ୍ବାମୀ ଏବଂ ପରିବାର ଲୋକେ ସାହାଯ୍ୟ କରୁଛନ୍ତି। ଧୀରେ ଧୀରେ ସେ ଭଲ ଅନୁଭବ କରୁଛନ୍ତି। ଡାଇଟର ଧ୍ୟାନ ରଖିବା ସହ ସେ ଠିକଭାବେ ଔଷଧ ନେଉଛନ୍ତି। ଆଗାମୀ ୧୦ଦିନ ସେ କ୍ବାରେଣ୍ଟାଇନରେ ରହିବେ।

ପ୍ରଶଂସକଙ୍କୁ ମ୍ୟାସେଜ ଦେଇ ସେ କହିଛନ୍ତି ଯେ କରୋନା ହେଲେ ଭୟଭୀତ ହୁଅନ୍ତୁ ନାହିଁ। ଠିକଭାବେ ଔଷଧ ନିଅନ୍ତୁ ଏବଂ ପଜିଟିଭିଟି ସହ ଏହାର ସାମନା କରନ୍ତୁ। ପ୍ରଥମେ ସେ ବହୁତ ଷ୍ଟେସ୍ ନେଉଥିଲେ,କିନ୍ତୁ ଏହା ଦ୍ବାରା ସେ ନିଜକୁ ଦୁର୍ବଳ କରି ଦେଉଥିଲେ। କିଛି ଦିନ ମଧ୍ୟରେ ସେ ନର୍ମାଲ୍ ହୋଇଯିବେ ଏବଂ ସମସ୍ତଙ୍କ ସାମନାରେ ଥିବେ।

   Related Posts