Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପତ୍ନୀ ଓ ୩ ଶିଶୁ ହତ୍ୟା ଘଟଣା, ନିଶା ଉଜାଡି ଦେଲା ଶଂସାର, ପୁଅର ଶେଷ ନିଶ୍ବାସ, ସ୍ତ୍ରୀର ଶେଷ ପଦକ କଥାକୁ ପୋଲିସ ହାଜତରେ ଝୁରି ହେଉଛି ସୁମିତ

25/04/2019 at 7:01 PM

ନୂଆଦିଲ୍ଲୀ ୨୫।୪: ଗାଜିଆବାଦ୍ ଇନ୍ଦିରାପୁରମ ଜ୍ଞାନଖଣ୍ଡ ହତ୍ୟା ଘଟଣାର ଅଭିଯୁକ୍ତ  ସୁମିତ ସିଂହର ବୟାନ ପୋଲିସକୁ ସ୍ତମ୍ବିଭୂତ କରିଛି । ପତ୍ନୀ ଅଂଶୁବାଳାଙ୍କ ଶେଷ କଥା ପଦକ ଓ ମରିବା ବେଳେ ବଡ ପୁଅ ପ୍ରଥମେଶର ଶେଷ ନିଶ୍ବାସ କଥା ମନେ ପକାଇ ପୋଲିସ ହାଜତରେ ଏବେ ପାଗଳ ଭଳି ପ୍ରଳାପ କରୁଛି ସୁମିତ ।  ୨୦୦୨ ମସିହାରେ ଭାଇ ଦେଇଥିବା ୨ ହଜାର ଟଙ୍କାରେ ସୁମିତ ଆରମ୍ଭ କରିଥିଲା ନିଶା ଅଭ୍ୟାସ । ସେହି ନିଶାଭ୍ୟାସ ଯୋଗୁ ଶେଷରେ ସେ ନିଜ ହସଖୁସିର ପରିବାରକୁ ଉଜାଡି ଦେଇଥିବା ପୋଲିସ ପଚରା ଉଚରା ବେଳେ କହିଛି ।

ଝାରଖଣ୍ଡ ଜାମସେଦପୁରର ମୂଳ ବାସିନ୍ଦା ସୁମିତର ପାରିବାରିକ ପରିସ୍ଥିତି ସେତେ ଭଲ ନୁହେଁ । ଆର୍ଥିକ ଅନଟନ ଯୋଗୁ ସୁମିତର ପାଠପଢାରେ ବିଳମ୍ବ ହୋଇଥିଲା। ବଡଭାଇଙ୍କ ଏମସିଏ ପାଠ ଶେଷ ହେବା ପରେ ଚାକିରୀ କରି ସୁମିତକୁ ଓଡିଶାର ଏକ ଇଞ୍ଜିନିୟରିଂ କଲେଜରେ ବି.ଟେକ ଆଡମିଶନ କରାଇଦେଇଥିଲେ। ସେହିଠାରେ ହିଁ  ସୁମିତ ଜୀବନର ପତନ ପର୍ବ ଆରମ୍ଭ ହୋଇଥିଲା। ହଷ୍ଟେଲରେ ତାକୁ ବଡଭାଇ ଛାଡି ଆସିବା ବେଳେ ୨ ହଜାର ଟଙ୍କା ଦେଇ ଆସିଥିଲେ। ସେହି ପଇସାରେ ସେ ପ୍ରଥମ ପ୍ୟାକେଟ ସିଗାରେଟ କିଣିଥିଲା ।  ନୂଆ ନୂଆ ସିଗାରେଟ ପରେ ସାଙ୍ଗସାଥୀଙ୍କ ସହ ମିସି ଅନ୍ୟ ନିଶା କରିବା ଅଭ୍ୟାସ କରିଥିଲା। ଯାହା ବିବାହ ପରେ ମଧ୍ୟ ସୁମିତ ଛାଡି ପାରିନଥିଲା।

ପୋଲିସ ପଚରା ଉଚରା ବେଳେ ସୁମିତ ଦେଇଥିବା ବୟାନରେ କଲେଜ ହଷ୍ଟେଲରେ ସାଙ୍ଗମାନଙ୍କ ସହ ଗଞ୍ଜେଇ ଟାଣୁଥିବା ବେଳେ ଚାକିରୀ କରିବା ପରେ ନିଶା ଇଞ୍ଜେକ୍ସନ ନେଉଥିଲା ବୋଲି କହିଛି । ନିଶା ଯୋଗୁ ତାକୁ ଚାକିରୀରୁ ବାହାର କରିଦିଆଯିବା ଯୋଗୁ ମାନସିକ ଚାପରେ ରହୁଥିଲା। ନିଶା କରିବା ଯୋଗୁ ସୁମିତ ସମୟରେ ଅଫିସ ପହଞ୍ଚି ପାରୁନଥିଲା। ଏଥିପାଇଁ ତାକୁ ବେଙ୍ଗଲୁରରେ ଭଲ ଚାକିରୀ ହରାଇବାକୁ ପଡିଥିଲା।ଚାକିରୀ ତଲାସରେ ସୁମିତ ଦିଲ୍ଲୀରେ ପହଞ୍ଚିବା ପରେ ନିଶା ଅଭ୍ୟାସ ଛାଡି ପାରିନଥିଲା। ନିଶା ଯୋଗୁ ସେ ତାର କର୍ତ୍ତବ୍ୟ ଓ ଦାୟିତ୍ବ ପ୍ରତି ଧ୍ୟାନ ଦେଇ ପାରୁନଥିବାରୁ ଏଠାରେ  ମଧ୍ୟ ସମାନ ଦଶା ଭୋଗିବାକୁ ପଡିଥିଲା।

ନିଶାଗ୍ରସ୍ତ ରହିବା ଯୋଗୁ ମାନସିକ ସନ୍ତୁଳନ ହରାଇଥିଲା ସୁମିତ । ଏଣୁ ପରିବାର ଚଳାଇବାରେ ଅକ୍ଷମ ସୁମିତ ପତ୍ନୀ ଓ ୩ ଶିଶୁଙ୍କୁ ହତ୍ୟା କରିବାକୁ ମନସ୍ତ କରିଥିଲା। ନିଶାଗ୍ରସ୍ତ ଅବସ୍ଥାରେ ପ୍ରଥମେ ବଡପୁଅକୁ ହତ୍ୟା କରିବା ପରେ ଅନ୍ୟମାନଙ୍କୁ ହତ୍ୟା କରିଥିଲା। ତେବେ ପତ୍ନୀ ଅଂଶୁବାଳାଂକୁ ଛୁରି ଭୁଷି ଚାଲିଥିବା ବେଳେ ଟଳି ପଡିବା ପୂର୍ବରୁ କହିଥଲା ଆଇଲଭ ୟୁ ସୁମିତ। ଅଂଶୁବାଳାଙ୍କ କଥା ପଦକରେ ସୁମିତର ନିଶା ଛୁ ହୋଇଯାଇଥିଲା ହେଲେ ସେତେବେଳକୁ ଉଜୁଡି ସାରିଥିଲା ଶଂସାର। ୩ ଶିଶୁଙ୍କ ମୃତ୍ୟୁ ହୋଇସାରିଥିବା ବେଳେ  ପତ୍ନୀର ମଧ୍ୟ ମୃତ୍ୟୁ ହୋଇଥିଲା। ସୁମିତ ଅଂଶୁବାଳାଙ୍କ ଶରୀରରେ ୧୭ ଥର ଛୁରି ଭୂଷିଥିଲା।  ଏବେ ପୋଲିସ ହାଜତ କାନ୍ଥରେ ମୁଣ୍ଡ ବାଡଉଛି ସୁମିତ।

   Related Posts