Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଚୋରକୁ ଗଛରେ ବାନ୍ଧି ନିସ୍ତୁକ ମାଡ- ବ୍ରାଉନସୁଗାର ପାଇଁ ଛୋଟ ଶିଶୁର ବେକରୁ ଲକେଟ୍ ଚୋରି କଲା ଯୁବକ

23/11/2019 at 10:16 PM

ବାଲେଶ୍ୱର ୨୩।୧୧- ନିଶା ବିକଳରେ ଛୋଟ ଶିଶୁର ବେକରୁ ଲକେଟ୍ ଚୋରି କଲା ଯୁବକ । ଫଳରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ନିସ୍ତୁକ ଭାବେ ମାଡ଼ ଖାଇ ନଡ଼ିଆ ଗଛରେ ବାନ୍ଧି ଦେଲେ ଗାଁ ଲୋକେ । ଏଭଳି ପୋଲିସ କୁ ବି ଦୀର୍ଘ ସମୟ ଧରି ଅଟକ ରଖିଲେ । ଏଭଳି ଘଟଣା ବାଲେଶ୍ୱର ବସ୍ତା ଥାନା ଅନ୍ତର୍ଗତ ଛାନୁଆଁ ଗାଁ ରେ ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ ହଳଦୀପଦା  ଅଞ୍ଚଳ ରୁ ଏକ ବ୍ରାଉନ ସୁଗାର୍ ନିଶାଗ୍ରସ୍ତ ନିଶା ଖାଇବା ପାଇଁ ଛନୁଆଁର ଏକ ନିଶା ବେପାର ପାଖକୁ ଆସିଥିବା ବେଳେ ଏକ  ଛୋଟ ଶିଶୁର ବେକରୁ ସୁନା ଲକେଟ୍ ଚିଣ୍ଡାଇ ନେଇ  ଥିଲା ।  ଏଭଳି ଘଟଣା ଘଟିବା ର ସ୍ଥାନୀୟ କିଛି ଲୋକ ଦେଖିବା ପରେ ବେଶ୍ ଉତ୍ତମ ମାଧ୍ୟମ କରିଥିଲେ ଯୁବକଙ୍କୁ । ଶେଷରେ ଯୁବକ ଜଣକଙ୍କୁ ସ୍ଥାନୀୟ ଲୋକେ ଏକ ନଡ଼ିଆ ଗଛରେ ବାନ୍ଧିଥିବା ଅବସ୍ଥାରେ ପୋଲିସ ଉଧାର କରିବା ବେଳେ କିଛି ସମୟ ଲୋକ ଙ୍କ ରୋଷର ଶିକାର ହେବାକୁ ପଡିଥିଲା । ଗାଁରେ ବ୍ରାଉନ ସୁଗାର୍ କାରବାର ନେଇ ପୋଲିସ ଜାଣିବା ସତ୍ତ୍ଵେ କାର୍ଯ୍ୟାନୁଷ୍ଠାନ ନ ନେବା କୁ କେନ୍ଦ୍ର କରି ଲୋକେ ତାତି ଥିଲେ।

   Related Posts