Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

କିଡ୍‌ନୀକୁ ସୁସ୍ଥ ରଖିବାକୁ ଭୋଜନରେ ସାମିଲ କରନ୍ତୁ ଏହିସବୁ ଜିନିଷ

20/09/2020 at 6:37 PM

ଭୁବନେଶ୍ୱର ୨୦/୦୯ : ଶରୀରର ଅନେକ ମହତ୍ଵପୂର୍ଣ୍ଣ କାର୍ଯ୍ୟ ପାଇଁ କିଡନୀ ସୁସ୍ଥ ରହିବା ଆବଶ୍ୟକ । ଶରୀରକୁ ସୁସ୍ଥ ରଖିବା ପାଇଁ ଖାଦ୍ୟପେୟ ପ୍ରତି ବିଶେଷ ଦୃଷ୍ଟି ଦେବାକୁ ପଡିଥାଏ । କିଡନୀ ଶରୀରରୁ ଆବର୍ଜନା ତରଳ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ । କିନ୍ତୁ କିଡନୀ ଅସୁସ୍ଥ ହୋଇଗଲେ ଶରୀରରୁ ହନିଅରକ ଦ୍ରବ୍ୟ ବାହାର କରିବାରେ ଅସମର୍ଥ ହୋଇଯାଏ । ଶରୀରରେ ବର୍ଜ୍ୟ ତରଳ ପଦାର୍ଥ ଜମା ହେବା କାରଣରୁ ଶରୀରରେ ଥିବା ରାସାୟନିକ ପଦାର୍ଥର ସନ୍ତୁଳନ ବ୍ୟାହତ ହୁଏ ଯାହାର କ୍ଷତିକାରକ ପ୍ରଭାବ ରହିଥାଏ ।

କିଡନୀ ରୋଗରେ ଆକ୍ରାନ୍ତ ଲୋକଙ୍କ ପାଇଁ ସୁସ୍ଥ ଓ ସୁଷମ ଖାଦ୍ୟ ଗୁରୁତ୍ୱପୂର୍ଣ୍ଣ । କିଡନୀ ରୋଗରେ ପୀଡିତ ଲୋକମାନେ ସୋଡିୟମ୍, ପୋଟାସିୟମ୍, ଫସଫରସ୍ ଏବଂ ପ୍ରୋଟିନ୍ ଯୁକ୍ତ ଖାଦ୍ୟ କମ ଖାଇବା ଉଚିତ୍ । ଯଦି ଆପଣ କିଡନୀ ରୋଗର ଶେଷ ପର୍ଯ୍ୟାୟରେ ଅଛନ୍ତି, ତେବେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଖାଦ୍ୟ ଗ୍ରହଣ କରିବା ଉଚିତ । ଯାହା କିଡନୀ ରୋଗରେ ପୀଡିତ ଲୋକଙ୍କ ପାଇଁ ଏହିସବୁ ଖାଦ୍ୟ ଲାଭଦାୟକ ।

୧. ପିଆଜ – ପ୍ରାୟ ପ୍ରତ୍ୟେକ ଭାରତୀୟ ବ୍ୟଞ୍ଜନରେ ପିଆଜ ବ୍ୟବହୃତ ହୁଏ । ସୁସ୍ଥ କିଡନୀ ପାଇଁ ପିଆଜ ଖାଇବା ଜରୁରୀ । କିଡନୀ ରୋଗୀଙ୍କୁ ସୋଡିୟମ୍ ଗ୍ରହଣ କମାଇବାକୁ ପରାମର୍ଶ ଦିଆଯାଇଥାଏ ଏବଂ ପିଆଜରେ ସୋଡିୟମ୍ ପରିମାଣ ବହୁତ କମ୍ ଅଟେ । ସାଲାଡ ଆକାରରେ କଞ୍ଚା ପିଆଜ ଖାଇବା ମଧ୍ୟ ଲାଭଦାୟକ ଅଟେ ।

୨. ରସୁଣ – ରାନ୍ଧିବାରେ ରସୁଣର ବ୍ୟବହାର ସାଧାରଣ ଅଟେ । ସ୍ୱାଦ ବଢାଇବା ସହ ଏହା ଅନେକ ଔଷଧୀୟ ଗୁଣରେ ଭରପୂର । ଏଥିରେ ସୋଡିୟମ୍, ପୋଟାସିୟମ୍ ଏବଂ ଫସଫରସ୍ ବହୁତ କମ୍ ପରିମାଣରେ ରହିଥାଏ ଯାହା କିଡନୀ ରୋଗରେ ଆକ୍ରାନ୍ତ ଲୋକଙ୍କ ପାଇଁ ଲାଭଦାୟକ ଅଟେ ।

୩. ଶିମଲା ଲଙ୍କା – କ୍ୟାପସିକମ୍ ବା ଶିମଲା ଲଙ୍କା ଆଣ୍ଟିଅକ୍ସିଡାଣ୍ଟର ଏକ ଶକ୍ତିଶାଳୀ ଉତ୍ସ । ଏହା ବ୍ୟତୀତ ଭିଟାମିନ୍ ସି ମଧ୍ୟ ଏଥିରେ ଭରପୂର ମାତ୍ରାରେ ରହିଛି । ଶିମଲା ଲଙ୍କାରେ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରିପାରିବେ । ଏହାଛଡା ସାଲାଡ, ସାଣ୍ଡୱିଚରେ ମଧ୍ୟ କ୍ୟାପସିକମ୍ ବ୍ୟବହାର କରିପାରିବେ ।

୪. ସପୁରି – ଏହି ଫଳ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବାରେ ସାହାଯ୍ୟ କରିଥାଏ । ସପୁରି ହଜମ ପାଇଁ ମଧ୍ୟ ଲାଭଦାୟକ ଅଟେ । ଏଥିରେ ବହୁତ କମ୍ ପୋଟାସିୟମ୍ ଏବଂ ଅଧିକ ଫାଇବର ରହିଛି । କିଡନୀ ରୋଗରେ ପୀଡିତ ଲୋକମାନେ ଏହାକୁ ସେବନ କରିପାରିବେ ।

୫. ଜାମୁକୋଳି – ଜାମୁକୋଳି ଆଣ୍ଟିଅକ୍ସିଡାଣ୍ଟର ଶକ୍ତିଶାଳୀ ଉତ୍ସ । ଏଥିରେ ଭରପୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ରହିଛି । ଏହା ସ୍ୱାଦିଷ୍ଟ ଏବଂ ସୁସ୍ଥ ମଧ୍ୟ । ଏଥିରେ ଅଳ୍ପ ପରିମାଣର ସୋଡିୟମରେ ରହିଛି ଯାହା କିଡନୀ ପାଇଁ ଅନୁକୂଳ । ଏହା ବ୍ୟତୀତ ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ଏବଂ ହୃଦୟକୁ ମଜବୁତ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

   Related Posts