ଶୀତ ଦିନରେ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଇବାକୁ ନିଶ୍ଚୟ ସେବନ କରନ୍ତୁ ଏହି ୪ଟି ଜିନିଷ

Published By : Prameya-News7 Bureau | December 08, 2020 IST

ଭୁବନେଶ୍ୱର ୦୮/୧୨ : ଶୀତ ଦିନରେ ଥଣ୍ଡା, କାଶ, ଜ୍ୱର ହେବା ସାଧାରଣ କଥା। ତାଛଡା ଥଣ୍ଡା ଯୋଗୁଁ ବିଭିନ୍ନ ପ୍ରକାର ସମସ୍ୟା ମଧ୍ୟ ଦେଖାଦେଇଥାଏ। ବିଶେଷକରି ବୟସ୍କ ବ୍ୟକ୍ତିଙ୍କ ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ହୋଇଥାଏ ଯାହାଫଳରେ ଚଲାବୁଲା କରିବାକୁ ତାଙ୍କୁ ସମସ୍ୟା ହୋଇଥାଏ। କିନ୍ତୁ ଆଜିକାଲି ଯୁବକ ଯୁବତୀଙ୍କ ମଧ୍ୟରେ ଏହି ସମସ୍ୟା ଦେଖିବାକୁ ମିଳୁଛି। ହାଡ ଦୁର୍ବଳ ହୋଇଗଲେ ଥଣ୍ଡା ପାଗରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ହୋଇଥାଏ। ହାଡ ମଜବୁତ ରଖିବାକୁ ଡାଏଟରେ କ୍ୟାଲସିୟମ୍ ଓ ଭିଟାମିନ୍-ଡି ଯୁକ୍ତ ଖାଦ୍ୟ ଅଧିକ ସେବନ କରିବା ଉଚିତ। ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଇବାକୁ ଲୋକେ ଔଷଧ ଓ ତେଲ ମାଲିସର ସାହାରା ନେଇଥାନ୍ତି। କିନ୍ତୁ ଔଷଧ ବିନା ମଧ୍ୟ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ। ଖାଦ୍ୟପେୟ ଏବଂ କିଛି ଘରୋଇ ଉପାୟରେ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ। ଜାଣନ୍ତୁ ଏମିତି କିଛି ଘରୋଇ ଉପାୟ ଯାହାଦ୍ୱାରା ଗଣ୍ଠି ଯନ୍ତ୍ରଣାରୁ ଆଶ୍ବସ୍ତି ମିଳିବ।

{"id":374565,"width":569,"height":427,"sizeSlug":"large"}

. ପିଜୁଳି ସାଲାଡ୍ - ପିଜୁଳି ସାଲାଡ୍ ଶୀତ ଦିନରେ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦେବାରେ ସାହାଯ୍ୟ କରିଥାଏ। ପିଜୁଳିକୁ ପନିର ସହ ସେବନ କଲେ କ୍ୟାଲସିୟମ ଅଭାବ ମଧ୍ୟ ଦୂର କରାଯାଇପାରିବ। ଏହା ଦ୍ୱାରା ମଧ୍ୟ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ।

{"id":374570,"sizeSlug":"large"}

. ବ୍ରୋକୋଲି ବାଦାମ ସୁପ୍ - ଶୀତ ଦିନରେ ଗରମ ଗର୍ମ ସୁପ୍ ପିଇବାର ମଜା ଅଲଗା ପ୍ରକାର। ଗରମ ସୁପର ଅନେକ ସ୍ୱାସ୍ଥ୍ୟଗତ ଲାଭ ମଧ୍ୟ ରହିଛି। ସୁପ୍ ଶରୀରକୁ ଗରମ ରଖିବାରେ ସାହାଯ୍ୟ କରିଥାଏ। ବ୍ରୋକୋଲି ଓ ବାଦାମ ସୁପ୍ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ବ୍ରୋକୋଲି ଓ ବାଦାମରେ କ୍ୟାଲସିୟମ୍, ଓମେଗା-୩ ଫେଟି ଏସିଡ୍ ଓ ଅନେକ ପୋଷାକ ତତ୍ତ୍ୱ ରହିଛି ଯାହା ହାଡକୁ ମଜବୁତ ରଖିଥାଏ।

{"id":374572,"sizeSlug":"large"}

. କମଳା, ଗାଜର ଅଦା ଜୁସ - ଶୀତ ଋତୁରେ ହାଡ ମଜବୁତ କରିବାକୁ ଏବଂ ଗଣ୍ଠି ଯନ୍ତ୍ରଣାରୁ ଆଶ୍ବସ୍ତି ପାଇବାକୁ ଲୋକେ ଅନେକ ପ୍ରକାର ହେଲ୍ଦି ଡ୍ରିଙ୍କ ଓ ଜୁସ ସେବନ କରନ୍ତି। କମଳା, ଗାଜର ଓ ଅଦାରେ ତିଆରି ଜୁସ ସ୍ୱାସ୍ଥ୍ୟ ପାଇଁ ବହୁତ ହିତକର ବୋଲି କୁହାଯାଏ। ଏଥିରେ ଆଣ୍ଟି ଇନଫ୍ଲେମେଟରୀ ଗୁଣ ଅଛି। ତାସହ କ୍ୟାଲସିୟମ ମଧ୍ୟ ଭରପୁର ମାତ୍ରାରେ ଅଛି ଯାହା ଆମକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

{"id":374573,"sizeSlug":"large"}

. ହଳଦୀ କ୍ଷୀର - ହଳଦୀ କ୍ଷୀର ସ୍ୱାସ୍ଥ୍ୟ ପାଇଁ ବହୁତ ହିତକର। ଶୀତ ଦିନେ ହଳଦୀ କ୍ଷୀର ସେବନ କରିବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି କୁହାଯାଏ। କ୍ଷୀରରେ ବହୁ ମାତ୍ରାରେ କ୍ୟାଲସିୟମ ରହିଛି ଏବଂ ହଳଦୀରେ ଆଣ୍ଟି ଇନଫ୍ଲେମେଟରୀ ଗୁଣ ଅଛି ଯାହା ଗଣ୍ଠି ଯନ୍ତ୍ରଣାରୁ ଆରାମ ଦେଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.