Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବୟସ ୫୦ ଛୁଇଁଲା : ବାର୍ଦ୍ଧକ୍ୟରେ ସୁସ୍ଥ ରହିବା ପାଇଁ ନିଶ୍ଚୟ ଖାଆନ୍ତୁ ଏହି ୫ଟି ଖାଦ୍ୟ

21/05/2020 at 11:34 AM

ବୟସ ବଢ଼ିବା ସହ ଶରୀରର ଆବଶ୍ୟକତା ମଧ୍ୟ ବଢ଼ିଥାଏ,୫୦ବର୍ଷ ପାଖାପାଖି ହେଲେ ଶରୀରରେ ଅନେକ ପ୍ରକାରର ରୋଗ ହେବାର ଆଶଙ୍କା ବଢ଼ିଯାଇଥାଏ। କରୋନା ଭାଇରସ ପ୍ରଭାବରେ ପ୍ରାୟତଃ ବୟସ୍କ ‌ଲୋକମାନେ ଅଧିକ ଆସିଥାନ୍ତି। ଏଥିପାଇଁ ବୟସାଧିକ୍ୟରେ ଆପଣଙ୍କୁ ନିଜ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ବିଶେଷ ଜରୁରୀ। ୫୦ କିମ୍ବା ତଦୁର୍ଦ୍ଧ୍ବ ବୟସର ଲୋକଙ୍କୁ ନିଜ ଡାୟେଟରେ ୫ଟି ଜିନିଷ ସାମିଲ କରିବା ଆବଶ୍ୟକ।


୧.ବାଦାମ : ବାଦାମ ହଜାର ବର୍ଷରୁ ଆମ ଖାଦ୍ୟର ଗୁରୁତ୍ବପୂର୍ଣ୍ଣ ଅଂଶ ରହିଛି। ବିଶ୍ବରେ ଅନେକ ରିସର୍ଚ୍ଚ ଅନୁସାରେ ପ୍ରତିଦିନ ବାଦାମ ଖାଇବା ଦ୍ବାରା ଟାଇପ୍ ଟୁ ଡାୟବେଟିସ୍ ରୋଗୀଙ୍କ ଉପରେ ଏହାର ସକରାତ୍ମକ ପ୍ରଭାବ ପଡ଼ିଥାଏ। ଏହା ବ୍ୟତୀତ ବାଦାମ ହୃଦୟ ଏବଂ ଓଜନ ଦୁଇଟିକୁ ବ୍ୟବସ୍ଥିତ ରଖିଥାଏ। ବାଦାମରେ ଭିଟାମିନ୍-ଇ,ମ୍ୟାଗ୍ନେସିୟମ୍,ପ୍ରୋଟିନ୍,ରାଇବୋଫ୍ଲୋଭିନ୍ ଏବଂ ଜିଙ୍କ୍ ଭଳି ୧୫ଟି ମହତ୍ତ୍ବପୂର୍ଣ୍ଣ ପୋଷକ ତତ୍ତ୍ବ ମିଳିଥାଏ ଯାହା ୫୦ବର୍ଷ ବୟସରେ ଶରୀର ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ।


୨. ଦହି : ଦହି ହାଡ଼ ପାଇଁ ଭଲ ହୋଇଥାଏ। ଦହିରେ ଅନେକ ଭଲ ବ୍ୟାକ୍ଟେରିଆ କିମ୍ବା ପ୍ରୋବାୟୋଟିକ୍ସ ହୋଇଥାଏ ଯାହା ପାଚନ କ୍ରିୟା ପାଇଁ ଉପଯୁକ୍ତ ହୋଇଥାଏ। ଦହିରେ ଜିଙ୍କ୍,ପୋଟାସିୟମ୍ ଏବଂ ଭିଟାମିନ୍ ଡି ଭଳି ମାଇକ୍ରୋନ୍ୟୁଟ୍ରିଏଣ୍ଟସ୍ ପ୍ରଚୁର ମାତ୍ରାରେ ଥାଏ। ଏହା ରକ୍ତଚାପକୁ ନିୟନ୍ତ୍ରିତ କରିବା ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।


୩. ଶସ୍ୟଜାତୀୟ ପରିବା : ଶସ୍ୟଜାତୀୟ ପରିବାରେ ଫାଇବର ରହିଥାଏ ଯାହା ହୃଦ୍ ସମ୍ବନ୍ଧୀୟ ରୋଗକୁ କମ୍ ଏବଂ ରକ୍ତ କୋଲେଷ୍ଟୋଲର ସ୍ତରରେ ସୁଧାର ଆଣିଥାଏ। ଗହମ,ଡାଲିଆ,ବ୍ରାଉନ୍ ରାଇସ୍,ବାଜରା ଆଦି ପରିବାକୁ ନିଜ ଆହାରରେ ନିଶ୍ଚୟ ସାମିଲ କରନ୍ତୁ। ଏଗୁଡ଼ିକକ ଭୋକକୁ ମଧ୍ୟ ନିୟନ୍ତ୍ରିତ କରିଥାଏ।


୪.ଅଣ୍ଡା : ଅଧିକାଂଶ ଲୋକ ଓଜନ କମ୍ କରିବା ପାଇଁ ଅଣ୍ଡା ଖାଇଥାନ୍ତି। ଅଣ୍ଡାରେ ପ୍ରଚୁର ପରିମାଣରେ ପ୍ରୋଟିନ୍,ଭିଟାମିନ୍ ଡି ଏବଂ କୋଲିନ୍ ଥାଏ। ଏହା ବ୍ୟତୀତ ଅଣ୍ଡାରେ ଆମିନୋ ଏସିଡ ରହିଥାଏ ଯାହା ଶରୀରର ମାଂସପେଶୀକୁ ମଜବୁତ କରିଥାଏ। ଅଣ୍ଡା ଭିଟାମିନ୍ ବି ୧୨ ଏବଂ ଫୋଲେଟର ଏକ ଭଲ ସ୍ରୋତ,ଏହା ସ୍ମରଣ ଶକ୍ତି ଦୁର୍ବଳ ହେବାରୁ ରୋକିଥାଏ। ପ୍ରତିଦିନ ଗୋଟିଏ ଲେଖାଏଁ ଅଣ୍ଡା ନିଶ୍ଚୟ ଖାଆନ୍ତୁ।


୫. ସବୁଜ ପନିପରିବା : ସବୁଜ ପନିପରିବାରେ ଅତ୍ୟଧିକ ପୁଷ୍ଟିସାର ରହିଥାଏ ଏବଂ ୫୦ବର୍ଷ ବୟସର ଲୋକଙ୍କୁ ନିଜ ଡାୟେଟରେ ସବୁଜ ପନିପରିବା ନିଶ୍ଚୟ ଖାଇବା ଉଚିତ୍। ବନ୍ଧା କୋବିରେ ଭିଟାମିନ୍ ସି,ଭିଟାମିନ୍ ବି ୬,ମ୍ୟାଗ୍ନେସିୟମ୍,ଫାଇବର ଭଳି ପୋଷକ ତତ୍ତ୍ବ ଭରପୂର ରହିଥାଏ ଏବଂ କ୍ୟାଲୋରୀ ମଧ୍ୟ କମ୍ ରହିଥାଏ। ପାଳଙ୍ଗ ଜୁସରେ ପୋଟାସିୟମ୍,ମ୍ୟାଗ୍ନେସିୟମ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ ଯାହା ବ୍ଲଡ ପ୍ରେସରକୁ କମ୍ କରିଥାଏ ଏବଂ ଦୃଷ୍ଟିଶକ୍ତି ବଢ଼ାଇବାର କାମ କରିଥାଏ।

   Related Posts