ଭୋଲଟେଜ୍ ଭାରତ ପାକିସ୍ତାନ୍ ମ୍ୟାଚ୍ ପୂର୍ବରୁ ଆରମ୍ଭ ହୋଇଛି ବିଜ୍ଞାପନ ଯୁଦ୍ଧ

Published By : Prameya-News7 Bureau | June 14, 2019 IST

ରବିବାର ଓଲଡ୍ ଟ୍ରାଫଡ୍‌ରେ ଖେଳାଯିବ ଚଳିତ କ୍ରିକେଟ ବିଶ୍ବକପର ସବୁଠୁ ହାଇ ଭୋଲଟେଜ୍‌ ମ୍ୟାଚ୍ । ମୁହାଁମୁହିଁ ହେବେ ଭାରତ -ପାକିସ୍ତାନ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ମୈଦାନରେ ମୁହାଁମୁହିଁ ହେବା ପୂର୍ବରୁ ସୋସିଆଲ ମିଡିଆରେ ଆରମ୍ଭ ହୋଇଗଲାଣି ୱାର୍ । ୨୦୧୫ ପରି ୨୦୧୯ରେ ମଧ୍ୟ ବିଶ୍ବକପ୍ ମ୍ୟାଚ୍ ଆଗରୁ ୟୁଟ୍ୟୁବରେ ଧୁମ୍ ମଚାଉଛି ମୌକାମୌକା ଆଡ୍ । ହେଲେ ଏସବୁ ଭିତରେ  ମ୍ୟାଚ୍ ଆଗରୁ ପାକିସ୍ତାନର ଏକ ଛୋଟ ବିଜ୍ଞାପନକୁ ନେଇ ଭାରତୀୟ ଫ୍ୟାନ୍‌ଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଏହି ବିଜ୍ଞାପନ ହିଁ ଭାରତ ପ୍ରତି ପାକିସ୍ତାନର ଇର୍ଷା ଓ ଅସହିଷ୍ଣୁତାକୁ ପଦାରେ ପକାଇଛି ।…

{"id":123001}

ବିଗ୍‌ ଫାଇଟ୍ ପୂର୍ବରୁ ଏବେ ବିଜ୍ଞାପନ ମାଧ୍ୟମରେ ଟକରା ଟକରି । ଅର୍ଥାତ୍‌ ୧୬ରେ ହେବାକୁ ଥିବା ହାଇ ଭୋଲଟେଜ୍‌ ଭାରତ ପାକିସ୍ତାନ୍ ମ୍ୟାଚ୍‌ ପୂର୍ବରୁ ଉଭୟ ଦେଶ ମଧ୍ୟରେ ଆରମ୍ଭ ହୋଇଛି ବିଜ୍ଞାପନ ଯୁଦ୍ଧ । ପୁଣି ଆସିଛି ମଉକା ମଉକା ବିଜ୍ଞାପନ । ୧୬ରେ ସାରା ବିଶ୍ବ ଫାଦର୍ସ ଡେ ପାଳନ କରିବାକୁ ଯାଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଏହି ଆଡ୍‌ ପ୍ରସ୍ତୁତ ହୋଇଛି । ଯେଉଁଥିରେ ଜଣେ ବାଂଲାଦେଶୀ ଫ୍ୟାନ୍ ପାକିସ୍ତାନୀ ଫ୍ୟାନଙ୍କୁ ମ୍ୟାଚ ପରେ ସେଲିବ୍ରେସନ ପାଇଁ ବାଣ ଅଛି କି ନାହିଁ ପ୍ରଶ୍ନ ପଚାରିଛନ୍ତି । ଜବାବରେ ପରିଶ୍ରମ ଜାରି ରଖିବା ନେଇ ତାଙ୍କ ବାପା ଲଗାତାର ଭାବେ କହୁଥିବା କହୁଛନ୍ତି ପାକିସ୍ତାନୀ ଫ୍ୟାନ୍ । ତେବେ ଏଥିରେ ଭାରତୀୟ ଫ୍ୟାନ, ପାକିସ୍ତାନୀ ଫ୍ୟାନଙ୍କ ବାପା ଭଳି ବିହେଭ୍ କରୁଥିବା ଦର୍ଶାଯାଇଛି । ଯାହା ସୋସିଆଲ ମିଡିଆରେ ବେଶ ଲୋକପ୍ରିୟ ମଧ୍ୟ ହୋଇଛି ।     

{"id":123002}

ତେବେ ଏହି ବିଜ୍ଞାପନର ଜବାବରେ ପାକିସ୍ତାନ ଗୋଟେ ବିଜ୍ଞାପନ ପ୍ରସ୍ତୁତ କରିଛି । ଯାହା ସବୁ ନୀତି ନିୟମକୁ, ସବୁ ସୀମାକୁ ପାର କରିଛି । ଏହା ହେଉଛି ସେଇ ଆପତ୍ତିଜନକ ବିଜ୍ଞାପନ ।

{"id":123003}

ଏହି ବିଜ୍ଞାପନରେ ଭାରତୀୟ ବାୟୁସେନାର ଓ୍ବିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଧମାନଙ୍କୁ ଥଟ୍ଟା କରାଯାଇଛି। ଏଇ ଅଭିନନ୍ଦନ ଫେବୃଆରୀ ୨୭ରେ ଭାରତୀୟ ସୀମା ଭିତରକୁ ପଶି ଆସିଥିବା ପାକିସ୍ତାନର ଏଫ୍‌ 16 ବିମାନକୁ ଉଡ଼ାଇ ଦେଇଥିଲେ। ଏଇ ଆଟାକ୍‌ ସେ ମିଗ୍‌ 29 ବିମାନରେ କରିଥିଲେ, ଯାହା ଏଫ୍‌ 16 ତୁଳନାରେ ଖୁବ୍‌ ପୁରୁଣା ଏବଂ ଆଉଟ୍‌ଡେଟେଡ୍‌ ଥିଲା। ଅଭିନନ୍ଦନଙ୍କ ବିମାନ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପାକିସ୍ତାନ ତାଙ୍କୁ ନିଜ କବ୍‌ଜାକୁ ନେଇଥିଲା ଏବଂ ଭାରତର ଚାପ ଯୋଗୁଁ ଶେଷରେ ତାଙ୍କୁ ଛାଡ଼ିବାକୁ ପାକିସ୍ତାନ ବାଧ୍ୟ ହୋଇଥିଲା। ଆଉ ଏବେ ଯେତେବେଳେ କ୍ରିକେଟ୍‌ ବିଶ୍ବକପ୍‌ ଚାଲିଛି ପାକିସ୍ତାନ ଅଭିନନ୍ଦନଙ୍କ ଭଳି ଦିଶୁଥିବା ଜଣେ ଚରିତ୍ରକୁ ନେଇ ଏଭଳି ଅଭଦ୍ରୋଚିତ ବିଜ୍ଞାପନ ତିଆରି କରିଛି । ଯାହା ପାକିସ୍ତାନର ଚରିତ୍ରକୁ ପଦାରେ ପକାଇଛି ।

{"id":123004}

ପାକିସ୍ତାନର ଏହି ବିଜ୍ଞାପନକୁ ନେଇ ଭାରତର ଝିଅ ତଥା ପାକିସ୍ତାନର ବୋହୂ ଟେନିସ୍‌ ପ୍ଲେୟାର ସାନିଆ ମିର୍ଜା କଡ଼ା ସମାଲୋଚନା କରିଛନ୍ତି । ସୋସିଆଲ ମିଡ଼ିଆରେ ସାନିଆ ଲେଖିଛନ୍ତି କି ସୀମାର ଦୁଇପାଖକୁ ଲଜ୍ଜିତ କଲା ଭଳି ଏ ବିଜ୍ଞାପନ।

{"id":123005}

ଖାଲି ଏହି ଦୁଇଟି ଆଡ୍ ନୁହେଁ, ସୋସିଆଲ ମିଡିଆରେ ଏବେ ଭଳିକି ଭଳିକି ବିଜ୍ଞାପନ ଦେଖିବାକୁ ମିଳୁଛି। ଏପିସୋଡ୍ ୱାଇଜ୍ ମଧ୍ୟ କିଛି ବ୍ୟକ୍ତି ବିଜ୍ଞାପନ  ତିଆରି ଲୋକପ୍ରିୟତା ହାସଲ କଲେଣି । ତେବେ ପୂର୍ବ ୬ଟି ବିଶ୍ବକପ୍‌ରେ ଭାରତ ବିପକ୍ଷରେ ସମସ୍ତ ମ୍ୟାଚ୍‌ ହାରିଥିବା ପାକିସ୍ତାନ ଯେତେ ଘଟିଆ ବିଜ୍ଞାପନ ତିଆରି କରୁ ନାହିଁ କାହିଁକି କେବଳ ଜୁନ୍‌ ୧୬କୁ ଅପେକ୍ଷା କରିଛନ୍ତି  ଦେଶବାସୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.