Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

କୋଭିଡ-୧୯ ମୁକାବିଲା ଲାଗି ଭାରତକୁ ADB ଦେବେ ୨.୨ ବିଲିୟନ ଡଲାରର ସହାୟତା ପ୍ୟାକେଜ୍

10/04/2020 at 3:39 PM

ନୂଆଦିଲ୍ଲୀ ୧୦।୪: ଏସିୟ ବିକାଶ ବ୍ୟାଙ୍କ (ଏଡିବି) ଭାରତକୁ କରୋନା ମୁକାବିଲା ଲାଗି ୨.୨ ବିଲିୟନ ଡଲାର ଅର୍ଥାତ ୧୬ହଜାର ୫୦୦ କୋଟି ଟଙ୍କାର ସହାୟତା ଦେବେ। ଏଡିବି ଅଧ୍ୟକ୍ଷ ମାତ୍ସୁଗୁ ଅସକାୱା ଶୁକ୍ରବାର ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ  ସହାୟତାର ଏହି ପ୍ରତିଶ୍ରୁତି ଦେଇଛନ୍ତି।

ଦେଶରେ ମହାମାରୀର ମୁକାବିଲା ଲାଗି ଭାରତ ସରକାରଙ୍କ ପଦକ୍ଷେପକୁ ଏଡିବି ମୁଖ୍ୟ ଉଚ୍ଚ ପ୍ରଶଂସା କରିଛନ୍ତି। କରୋନା ସଂକ୍ରମଣରେ ସରକାର ଜାତୀୟ ସ୍ୱାସ୍ଥ୍ୟ, ଉଦ୍ୟୋଗ  ଓ ଶ୍ରମିକ, କର୍ମଚାରୀଙ୍କ ସହାୟତା ଲାଗି ଘୋଷଣା କରିଥିବା ପ୍ୟାକେଜକୁ ମଧ୍ୟ ଅସକାୱା ସ୍ୱାଗତ କରିଛନ୍ତି। ଏଣୁ ଭାରତର ଏପରି ଜରୁରିକାଳୀନ ପରିସ୍ଥିତିରେ ସହାୟତା କରିବାକୁ ଆମେ ସଂକଳ୍ପବଦ୍ଧ ବୋଲି ଏଡିବି ମୁଖ୍ୟ କହିଛନ୍ତି।

ଏଣୁ ଗରିବ, ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଆର୍ଥିକ କ୍ଷେତ୍ର ଉପରେ ମହାମାରୀର ପ୍ରଭାବ ହ୍ରାସ କରିବା ଲାଗି ୨.୨ ବିଲିୟନ ଡଲାରର ତତ୍କାଳ ଆର୍ଥିକ ସହାୟତା ନିମନ୍ତେ ପ୍ରସ୍ତୁତି କରୁଥିବା ଅସକାୱା କହିଛନ୍ତି। ଏକ ବିବୃତ୍ତିରେ ଘରୋଇ କ୍ଷେତ୍ରର ଆର୍ଥିକ ଆବଶ୍ୟକତା ପୂରଣ କରିବା ଲାଗି ମଧ୍ୟ ଏଡିବି କାର୍ଯ୍ୟ କରୁଥିବା କହିଛନ୍ତି। ଆବଶ୍ୟକତା ପଡିଲେ ଭାରତ ଲାଗି ଏଡିବି ସହାୟତା ବୃଦ୍ଧି କରିବାକୁ ବି ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହା ଛଡା ଭାରତର ଆବଶ୍ୟକତା ପୂରଣ କରିବା ଲାଗି ଆମ ପାଖରେ ଉପଲବ୍ଧ ସମସ୍ତ ଆର୍ଥିକ ବିକଳ୍ପର ସହାୟତା ମଧ୍ୟ ନିଆଯିବ ବୋଲି ଏଡିବି ପ୍ରତିଶ୍ରୁତି ଦେଇଛନ୍ତି।  

   Related Posts