Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଟିକାକରଣ ଏକ କୋଟି ପାର, ଶୁଭେଚ୍ଛା ଜଣାଇଲା ସ୍ବାସ୍ଥ୍ୟ ବିଭାଗ
  • ||
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୪୫୮୭ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୬୭୧ ଡିସଚାର୍ଜ
  • ||
  • ଜୁନ ୨୪ରେ ବୈଠକ ଡାକିଲେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧି, ଦଳୀୟ କନ୍ଦଳ ନେଇ ହେବ ମାନସମନ୍ଥନ
  • ||
  • ଭଦ୍ରକ : ବ୍ରାଉନସୁଗାର ସେବନକୁ ବିରୋଧ କରିବାରୁ ମାରଣାସ୍ତ୍ର ଧରି ଗୋଡାଇଲେ ଯୁବକ, ୩ ଗିରଫ, ୧୦ ଗ୍ରାମ ବ୍ରାଉନସୁଗାର ଜବତ
  • ||
  • ଭୁବନେଶ୍ବର : କୋଭିଡ୍ ଦ୍ବାରା କ୍ଷତିଗ୍ରସ୍ତ ଅନେକ ଅର୍ଗାନ୍ ରହୁନି ସୁରକ୍ଷିତ – ଡିଏମଇଟି
  • ||
  • ୫୦ ନେତାଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ଫୋନ୍ : ‘ଆପଣଙ୍କ ଟିକେଟ୍ କନଫର୍ମ୍, ନିର୍ବାଚନ ପାଇଁ ପ୍ରସ୍ତୁତ ହୁଅ’
  • ||
  • ଇଟ୍ଟାନଗର : ପୁଣି ଥରିଲା ଅରୁଣାଞ୍ଚଳ ପ୍ରଦେଶ, ଇଟ୍ଟାନଗରରେ ଭୂକମ୍ପ ଝଟ୍‌କା
  • ||
  • ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ଅନୁଯାୟୀ ବ୍ୟବହାର ହେବ ଷ୍ଟେରଏଡ୍ – ନିରଞ୍ଜନ ମିଶ୍ର
  • ||
  • ଭୁବନେଶ୍ବର : ଦ୍ବିତୀୟ ଲହର ଅପେକ୍ଷା ତୃତୀୟ ଲହର ପ୍ରଭାବ କମ୍, ତଥାପି ଜୋରଦାର କରିବାକୁ ପଡିବ ଟିକାକରଣ – ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ପାଟଣା : ଘରେ ଶୋଇଥିବା ବେଳେ କାମୁଡିଦେଲା ସାପ, ଚାଲିଗଲା ମହିଳାଙ୍କ ଜୀବନ
  • ||

ନିର୍ବାଚନ କମିଶନ ଅଶୋକ ଲଭାସା ADBଙ୍କ ଉପାଧ୍ୟକ୍ଷ ମନୋନୀତ, ଜାଣନ୍ତୁ କିଏ ଏହି ଅଧିକାରୀ

16/07/2020 at 7:42 PM

ନୂଆଦିଲ୍ଲୀ ୧୬।୭: ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ଭାରତର ନିର୍ବାଚନ କମିଶନ ଅଶୋକ ଲଭାସାଙ୍କୁ ଉପାଧ୍ୟକ୍ଷ ମନୋନୀତ କରିଛନ୍ତି। ଏଡିବିଙ୍କ ଏହି ନିଯୁକ୍ତି ଏବେ ଭାରତ ଲାଗି ସମ୍ମାନର ପ୍ରସଙ୍ଗ ପାଲଟିଛି। ସେ ଏଡିବିଙ୍କ ଘରୋଇ ଓ ସାର୍ବଜନିକ-ଘରୋଇ ଭାଗୀଦାରୀ କ୍ଷେତ୍ର ସହ ସମ୍ପୃକ୍ତ କାର୍ଯ୍ୟର ଦେଖରେଖ କରିବେ। ଏହି ପଦବୀରେ ଅବସ୍ଥାପିତ ଦିବାକର ଗୁପ୍ତାଙ୍କ ସ୍ଥାନ ନେବେ ଲଭାସା। ତେବେ ଏଥିପାଇଁ ତାଙ୍କୁ ଚାକିରୀରୁ ଇସ୍ତଫା ଦେବାକୁ ପଡିବ। ଯଦି ଲଭାସା ପଦବୀରୁ ଇସ୍ତଫା ଦିଅନ୍ତି ତେବେ ସମୟ ପୂର୍ବରୁ ଚାକିରୀରୁ ଇସ୍ତଫା ଦେବାରେ ସେ ହେବେ ଦେଶର ଦ୍ୱିତୀୟ ନିର୍ବାଚନ କମିଶନ ।

୧୯୮୦ ବ୍ୟାଚ୍‌ ହରିୟାଣା କ୍ୟାଡରର ଏହି ବରିଷ୍ଠ ଅଧିକାରୀ ନିର୍ବାଚନ କମିଶନ ନିଯୁକ୍ତି ପୂର୍ବରୁ କେନ୍ଦ୍ର ଅର୍ଥ ସଚିବ, ବନ ଓ ପରିବେଶ ସଚିବ ଓ ବେସାମରିକ ବିମାନ ଚଳାଚଳ ସଚିବ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ତେବେ ନିର୍ବାଚନ କମିଶନ ଭାବେ କେତେକ ପ୍ରସଙ୍ଗରେ ବିବାଦୀୟ ହୋଇପଡିଛନ୍ତି। ମୋଦି ସରକାରଙ୍କ ରୋଷର ଶିକାର ଏହି ଅଧିକାରୀଙ୍କ ବିରୋଧରେ ସରକାର ଯାଞ୍ଚ କମିଟି ବସାଇଛନ୍ତି ।

ମୋଦି ଓ ଶାହଙ୍କୁ ଦେଇ ନଥିଲେ କ୍ଲିନଚିଟ୍‌
ଗତ ସାଧାରଣ ନିର୍ବାଚନ ପ୍ରଚାରରେ ବିରୋଧୀ ଦଳ ମୋଦି ଓ ଶାହଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ କେତେକ ଅଭିଯୋଗ ଆଣିଥିଲେ। ଆଚରଣ ସଂହିତା ଉଲ୍ଲଂଘନର ଏହି ସବୁ ଅଭିଯୋଗ ତଦନ୍ତ ଲାଗି ନିର୍ବାଚନ କମିଶନ ୩ ସଦସୀୟ କମିଟି ଗଠନ କରିଥିଲେ। ଏଥିରେ ଲଭାସା ମଧ୍ୟ ସଦସ୍ୟ ଥିଲେ। ମାମଲାରେ କମିଟିର ୨ ଜଣ ସଦସ୍ୟ ମୁଖ୍ୟ ନିର୍ବାଚନ କମିଶନ ସୁନୀଲ ଆରୋରା ଓ ସୁଶୀଲ ଚନ୍ଦ୍ରା  ମୋଦି ଓ ଶାହାଙ୍କୁ କ୍ଲିନଚିଟ୍‌ ଦେଇଥିଲେ  ହେଲେ ଲଭାସା ସେମାନଙ୍କ ମତରେ ସହମତ ହୋଇନଥିଲେ।

ଆଚରଣ ସଂହିତା ଉଲ୍ଲଂଘନ ସମ୍ପର୍କିତ ବୈଠକରେ ଯୋଗଦେଉନଥିଲେ
ମୋଦି ଓ ଶାହଙ୍କୁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ନିର୍ବାଚନ କମିଶନ କ୍ଲିନ୍‌ ଚିଟ୍‌ ଦେବା ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହି ସବୁ ମାମଲାରେ ବହୁମତ ଆଧାରରେ କ୍ଲିନଚିଟ୍‌ ଦିଆଯାଇଥିଲେ ବି ଲଭାସା ଏଥିରେ କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିଲେ। ତେବେ ଅନ୍ତତଃ ବୈଠକରେ ତାଙ୍କ ବିରୋଧକୁ ରେକର୍ଡ କରାଯାଉ ବୋଲି ସେ ଦାବି କରିଥିଲେ। ହେଲେ ତାହା ମଧ୍ୟ କରାଯାଇ ନଥିଲା। ଏଣୁ ଆଦର୍ଶ ଆଚରଣ ସଂହିତା ଉଲ୍ଲଂଘନ ସମ୍ପର୍କିତ ପରବର୍ତ୍ତି ବୈଠକମାନଙ୍କରେ ସେ ଯୋଗ ଦେଉନଥିଲେ। ଗତ ସାଧାରଣ ନିର୍ବାଚନରେ ମୋଦି ଓ ଶାହଙ୍କ ବିରୋଧରେ ୬ଟି ଆଚରଣ ସଂହିତା ସମ୍ପର୍କିତ ଅଭିଯୋଗ ମିଳିଥିବା ବେଳେ କମିଶନ ସବୁଥିରେ ସେମାନଙ୍କୁ କ୍ଲିନ୍‌ ଚିଟ୍‌ ଦେଇଛନ୍ତି।

ଆୟୋଗଙ୍କ ସଂସ୍ଥାଗତ ସ୍ୱାତନ୍ତ୍ରତାରେ ଲାଗିଛି ପ୍ରଶ୍ନ ଚିହ୍ନ
ନିର୍ବାଚନରେ ଆଦର୍ଶ ଆଚରଣ ସଂହିତା ଉଲ୍ଲଂଘନ ନେଇ ମାମଲାରେ ମୋଦି ଓ ଶାହାଙ୍କୁ କ୍ଲିନଚିଟ୍‌ ଲାଗି ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ଗଣମାଧ୍ୟମ ହାତରେ ଲାଗି ଯାଇଥିଲା। ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିବାରୁ ମୁଖ୍ୟ ନିର୍ବାଚନ କମିଶନ ସୁନୀଲ ଆରୋରା ଏହାକୁ ଅକାରଣରେ ବିବାଦ ବୋଲି କହିଥିଲେ। ଏଣୁ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ କମିଶନଙ୍କ ସଂସ୍ଥାଗତ ସ୍ୱାଧୀନତା ନେଇ ପ୍ରଶ୍ନ ଚିହ୍ନ ଲଗାଇଥିଲା।  

ଏଡିବିର ନିଯୁକ୍ତି ସ୍ୱୀକାର କରିନେବା ହିଁ ଶ୍ରେୟସ୍କର
ସାଧାରଣ ନିର୍ବାଚନରେ ମୋଦି ଓ ଶାହଙ୍କ ଆଚରଣ ସଂହିତା ଉଲ୍ଲଂଘନକୁ ପ୍ରସଙ୍ଗ ଚର୍ଚ୍ଚା ହେବା ପରେ ଲଭାସା ଏବେ ମୋଦି ସରକାରଙ୍କ ଲାଗି କଣ୍ଟା ହୋଇଯାଇଛନ୍ତି। ଏଣୁ ସରକାର ତାଙ୍କୁ ପଦବୀରୁ ହଟାଇବାକୁ ନାନା ପେଞ୍ଚ କରୁଥିବାର ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ସରକାର ତାଙ୍କ ବିରୋଧରେ  କେତେକ ଯାଞ୍ଚ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଯଦି ସେ ଏଡିବିଙ୍କ ଆମନ୍ତ୍ରଣକୁ ସ୍ୱୀକାର ନ କରନ୍ତି ଓ ନିର୍ବାଚନ କମିଶନ ପଦବୀରେ ରହନ୍ତି ତେବେ ତାଙ୍କୁ ସମସ୍ତ ଯାଞ୍ଚର ସମ୍ମୁଖୀନ ହେବାକୁ ପଡିବ। ଯଦି ଚାକିରୀରୁ ଇସ୍ତଫା ଦେଇ ଏଡିବିଙ୍କ ପଦବୀ ସ୍ୱୀକାର କରି ନିଅନ୍ତି ତାଙ୍କ ବିରୋଧରେ ଚାଲିଥିବା ଯାଞ୍ଚ ମଧ୍ୟ ବନ୍ଦ ହୋଇଯିବ। ତେବେ ତାଙ୍କର ନୂଆ ନିଯୁକ୍ତି ଏବେ ମୋଦି ଓ ଶାହଙ୍କ ସହ ତାଙ୍କ ବିବାଦକୁ ନେଇ ଚର୍ଚ୍ଚାକୁ ପୁଣି ଖୋରାକ୍ ଯୋଗାଇଛି। 

   Related Posts