ଆଦର୍ଶ ସ୍କୁଲ ଯୋଜନା ଏବେ ବାଟବଣା : ଉନ୍ନତମାନର ଶିକ୍ଷା ଦେବା ପାଇଁ ହୋଇଥିଲା ବ୍ୟବସ୍ଥା

Published By : Prameya-News7 Bureau | December 18, 2019 IST

ରାୟଗଡା୧୮/୧୨:  ବାଟ ହୁଡିଛି ଆଦର୍ଶ ସ୍କୁଲ ଯୋଜନା । ଶିକ୍ଷାର ମାନବୃଦ୍ଧି ସହ ଛାତ୍ରଛାତ୍ରୀଙ୍କୁ ଉତ୍ତମ ମାନର ଶିକ୍ଷା ଦେବାକୁ ସବୁ ଜିଲ୍ଲାରେ ଆରମ୍ଭ ହେ।ଇଥିଲା ଆଦର୍ଶ ବିଦ୍ୟଳୟ । କିନ୍ତୁ କେବଳ ବିଦ୍ୟାଳୟ ଖେ।ଲି କାମ ସାରିଦେଇଛି ଶିକ୍ଷା ବିଭାଗ । ଏବେବି ଅନେକ ବିଦ୍ୟାଳୟରେ ନାହି ଭିତିଭୁମି ଓ ନାହାନ୍ତି ପର୍ଯ୍ୟାପ୍ତ ପରିମାଣର ଶିକ୍ଷକ । ଏହାର ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ମୁନିଗୁଡା ଆଦର୍ଶ ବିଦ୍ୟାଳୟରେ I

{"id":199365,"sizeSlug":"large"}

ସିବିଏସଇ ଢାଞ୍ଚାରେ ପଢିବେ ଗାଁ ଗହଳିର ପିଲା । ଏଥିପାଇଁ ଆରମ୍ଭ ହେ।ଇଥିଲା ଆଦର୍ଶ ସ୍କୁଲ ଯୋଜନା । କିନ୍ତୁ ମୁନିଗୁଡାରେ ଏ ଯେ।ଜନା ବାଟବଣା । ଶିକ୍ଷା ବିଭାଗ ତରଫରୁ କୋଟି କୋଟି ଟଙ୍କା ବ୍ୟୟରେ ତିଆରି ହୋଇଛି କୋଠା । ଏଠାରେ ଷଷ୍ଠ ରୁ ନବମ ଶ୍ରେଣୀ ଯାଏଁ ପଢନ୍ତି ୩ଶହ ଛାତ୍ର ଛାତ୍ରୀ I ନିୟମ ଅନୁଯାଇ ଏଠାରେ ଶିକ୍ଷା ବ୍ୟତିତ ଛାତ୍ରଛାତ୍ରୀଙ୍କୁ କ୍ରୀଡା, ସଂଗୀତ, ଚିତ୍ରାଙ୍କନ ଓ ବାଦ୍ୟ ଉପରେ ଶିକ୍ଷା ଦିଆଯିବା କଥା ।କିନ୍ତୁ ଏ ସବୁ ସୁବିଧା ତ ଦୂରର କଥା  ଏହି ବିଦ୍ୟାଳୟରେ ଅସୁବିଧାର ଫର୍ଦ୍ଧ ଖୁବ୍ ଲମ୍ବା ।୩ଶହ ଛାତ୍ରଛାତ୍ରୀଙ୍କ ପାଇଁ ୨୨ ଜଣ ଶିକ୍ଷକଙ୍କ ଜାଗାରେ ଅଛନ୍ତି ୬ ଜଣ । ବାକି ପାଠ୍ୟକ୍ରମ ପାଇଁ ଶିକ୍ଷକ ନାହାନ୍ତି । ହିନ୍ଦୀ, ସଂସ୍କୃତ ଭଳି ପଦବୀ ଖାଲି ପଡିଛି । ତେବେଳ ଖେଳ ପଡିଆ ନଥିବାରୁ ଖେଳକୁଦ କରିବାରୁ ବଞ୍ଚିତ ହେଉଛନ୍ତି ପିଲାମାନେ ।

{"id":199366,"sizeSlug":"large"}

ଏଠାରେ ପାଠ ପଢିବା ପାଇଁ ମୁନିଗୁଡା ଓ ବିଷମକଟକ ବ୍ଲକରୁ ୩୦ ରୁ ୪୦ କିଲମିଟର ଦୂରରୁ ପ୍ରତିଦିନ ଗାଡି ଭଡାକରି ଆସୁଛନ୍ତି ପିଲାମାନେ । ଉନ୍ନତ ମାନର ଶିକ୍ଷା ପାଇବା ଆଶାରେ ହଜାର ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ପିଲାମାନଙ୍କ ରହିବା ପାଇଁ ହଷ୍ଟେଲଟିଏ ନିର୍ମାଣ ହେ।ଇନି । ଫଳରେ ଯିବା ଆସିବା ବେଳେ ନାହିଁନଥିବା ହଇରାଣ ହେଉଛନ୍ତି ଛାତ୍ରଛାତ୍ରୀ ।ଅନ୍ୟପଟେ ସମସ୍ୟାକୁ ସ୍ବୀକାର କରିଛନ୍ତି ମୁନିଗୁଡା ଗେ।ଷ୍ଠୀ ଶିକ୍ଷା ଅଧିକାରୀ । ଭିତ୍ତିଭୂମୀର ଉନ୍ନତି ପାଇଁ ପ୍ରୟାସ କରାଯାଉଥିବା ସେ କହିଛନ୍ତି ।

{"id":199368,"sizeSlug":"large"}

ସିବିଏସି ଢାଞ୍ଚାରେ ପାଠ ପଢିବାକୁ ଆଶା ନେଇ ସ୍କୁଲରେ ଆଡମିଶନ କରିଛନ୍ତି ଛାତ୍ରଛାତ୍ରୀ । ହେଲେ ଅବ୍ୟବସ୍ଥା ଯେ।ଗୁଁ ଯେମିତି ପିଲା ସ୍କୁଲ ନଛାଡନ୍ତି ସେଥିପ୍ରତି ଯତ୍ନବାନ୍ ହେବା ଜରୁରୀ ହେ।ଇପଡିଛି ।

{"id":199369,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.