ଭାରତ ପାଇଁ ୫୦ କୋଟି ଭ୍ୟାକସିନ୍ ଡୋଜ୍ ତିଆରି କରିବା ଦାୟିତ୍ୱ ନେଇଛନ୍ତି ଏହି ଯୁବକ

Published By : Prameya-News7 Bureau | July 17, 2020 IST

ନୂଆଦିଲ୍ଲୀ ୧୭/୦୭ : ସାରା ଦୁନିଆରେ କରୋନା ମହାମାରୀ ବୃଦ୍ଧି ପାଉଥିବା ମଧ୍ୟରେ କରୋନା ଭ୍ୟାକସିନ ତିଆରି ନେଇ ଆଶା ଦେଖା ଦେଇଛି | ବୁଧବାର ଦିନ ଅକ୍ସଫୋର୍ଡ ୟୁନିଭର୍ସିଟିର କୋଭିଡ ଭ୍ୟାକସିନର ହ୍ୟୁମାନ ଟ୍ରାଏଲ ସଫଳ ହୋଇଥିବା ଜଣାପଡିଛି | ଆମେରିକା ଫାର୍ମା କମ୍ପାନୀ ମାଡର୍ନାର ହ୍ୟୁମାନ ଟ୍ରାଏଲ ଫଳାଫଳ ସକାରାତ୍ମକ ଆସିଛି | ଫଳରେ ଲୋକଙ୍କ ମନରେ ଏକ ଆଶାର ଆଲୋକ ଦେଖାଦେଇଛି | ଭ୍ୟାକସିନ ତିଆରି ସହିତ ଦୁନିଆ ସମ୍ମୁଖରେ ବଡ ଚ୍ୟାଲେଞ୍ଜ ସୃଷ୍ଟି ହେବ ଏହାର ଅଧିକାର କିଭଳି କିଣାଯିବ ଏବଂ ନାଗରିକଙ୍କ ପର୍ଯ୍ୟନ୍ତ କିଭଳି ପହଞ୍ଚାଯିବ |

{"id":301587,"width":585,"height":328,"sizeSlug":"large"}

ଯଦି ଭାରତ କଥା ଦେଖାଯାଏ ତାହେଲେ ଗୋଟିଏ ଭ୍ୟାକସିନ ତିଆରି କମ୍ପାନୀର ସକ୍ରିୟତା ଯୋଗୁଁ ସମସ୍ୟା କମ ହେଲାଭଳି ଜଣାପଡୁଛି | ପୁନେର ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପୂର୍ବରୁ ହିଁ ଅକ୍ସଫୋର୍ଡ ପ୍ରୋଜେକ୍ଟରେ ସହଯୋଗ କରିଛି | ଯଦି ଅକ୍ସଫୋର୍ଡ ଭ୍ୟାକସିନ ସଫଳ ହୁଏ ତାହେଲେ ଭାରତରେ ଏହାର ଉପଲବ୍ଧତାରେ କୌଣସି ସମସ୍ୟା ହେବନାହିଁ | ଏହି କମ୍ପାନୀ AstraZeneca ନାମକ କମ୍ପାନୀ ସହ ଟାଏଅପ କରିଛି ଯିଏ ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରୋଜେକ୍ଟ ସହ ମିଶି ଭ୍ୟାକସିନ ତିଆରି କରୁଛି | ଅକ୍ସଫୋର୍ଡ ପ୍ରୋଜେକ୍ଟ ସଫଳ ହେବାସହ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଭ୍ୟାକସିନର ୧୦୦ କୋଟି ଡୋଜ ତିଆରି କରିବ ବୋଲି ଜଣାପଡିଛି | ଏଥିରେ ଭାରତର ଭାଗ ୫୦ ପ୍ରତିଶତ ରହିବ ଆଵାନାଂ ୫୦ ପ୍ରତିଶତ ଗରିବ ଓ ମାଧ୍ୟମ ରୋଜଗାର ସମ୍ପନ୍ନ ଦେଶ ପାଇଁ ରହିବ | 

{"id":301585,"sizeSlug":"large"}

ଅଦର ପୁନାବାଲା ବର୍ତ୍ତମାନ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଅଛନ୍ତି | ତାଙ୍କ ପିତା ଡ.ସାଇରାମ ପୁନାବାଲା ୧୯୬୬ ମସିହାରେ ସିରମ ଇନଷ୍ଟିଚ୍ୟୁଟ ସ୍ଥାପନା କରିଥିଲେ | ଏହି କମ୍ପାନୀ ପୁନାବାଲା ଗ୍ରୁପର ଅଂଶୀଦାର | ଅଦର ପୁନାବାଲା ୟୁନାଇଟେଡ଼ କିଙ୍ଗଡମର ୟୁନିଭର୍ସିଟି ଅଫ ବେଷ୍ଟମିନିଷ୍ଟରରୁ ପାଠ ପଢ଼ିଛନ୍ତି | ଅଦର ପୁନାବାଲା ୨୦୦୧ ମସିହାରେ ନିଜ ପିତାଙ୍କ କମ୍ପାନୀ ଜଏନ କରିଥିଲେ | ସିରମ ଇନଷ୍ଟିଚ୍ୟୁଟକୁ ଆଗକୁ ବଢ଼ିବାରେ ଏବଂ ଇନ୍ଟରନ୍ୟାଶନାଲ ଗ୍ରୋଥରେ ତାଙ୍କର ବହୁତ ଯୋଗଦାନ ରହିଛି | ୨୦୧୧ ମସିହାରେ ସେ କମ୍ପାନୀର ଦିଇଓ ହେଲେ |

wp:core-embed/twitter {"url":"https://twitter.com/adarpoonawalla/status/1280427416666509312","type":"rich","providerNameSlug":"twitter","className":""}
https://twitter.com/adarpoonawalla/status/1280427416666509312
/wp:core-embed/twitter

ନିକଟରେ Mylab Discovery Solutions Pvt Ltd &Serum Institute of India ଦ୍ୱାରା ଲଞ୍ଚ କରାଯାଇଥିବା ଉପକରଣକୁ ନେଇ ସିରମ ଇନଷ୍ଟିଚ୍ୟୁଟର ସିଇଓ ଅଦର ପୁନାବାଲା ଟ୍ୱିଟ କରିଥିଲେ ଯେ ଏହି ଉପକରଣ ଗୋଟିଏ ଦିନ ଭିତରେ ୪୦୦ ରୁ ଟେଷ୍ଟ କରିପାରିବ | ଏହାକୁ ଅପରେଟ କରିବାକୁ ଜଣେ ହିଁ ବ୍ୟକ୍ତି ଆବଶ୍ୟକ | ଏହି ଉପକରଣ ଜରିଆରେ କରୋନା ଭଳି ସଙ୍କଟ ସମୟରେ ମ୍ୟାନ ପାୱାର ସୁରକ୍ଷିତ ରଖିପାରିବା ବୋଲି ସେ କହିଥିଲେ | ଏହା ସହ କରୋନା ଟେଷ୍ଟିଙ୍ଗ ମଧ୍ୟ ବଢ଼ାଇ ଦିଆଯାଇପାରିବ | Mylab Discovery Solutions ତରଫରୁ ଏକ ଟ୍ୱିଟରେ କହିଥିଲେ ଯେ ବର୍ତ୍ତମାନ କୋଭିଡ-୧୯ ଟେଷ୍ଟିଙ୍ଗ ଲ୍ୟାବ ଖୋଲିବା ବହୁତ ସହଜ ହୋଇଯିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.