Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ବ୍ରିଟେନରୁ ଭାରତ ଫେରିଲେ ସିରମ ଇନଷ୍ଟିଚ୍ୟୁଟ୍‌ର ସିଇଓ ଅଦର ପୁନାଓ୍ଵାଲା, ମିଳିବ ଓ୍ଵାଇ କାଟାଗୋରୀର ସୁରକ୍ଷା

22/06/2021 at 9:23 PM

ନୂଆଦିଲ୍ଲୀ ୨୨।୦୬: ସିରମ ଇନଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ(ସିଇଓ) ଆଦର ପୁନାଓ୍ଵାଲା ଲଣ୍ଡନରୁ ଭାରତ ଫେରି ଆସିଛନ୍ତି। ସେ ନିଜର ଘରୋଇ ବିମାନରେ ପୁଣେରେ ଓହ୍ଲାଇଛନ୍ତି। କ୍ରମାଗତ ଧମକ ମିଳିବା ପରେ ପୁନାଓ୍ଵାଲା ଭାରତ ଛାଡି ଲଣ୍ଡନ ଚାଲି ଯାଇଥିଲେ। ଏହା ପରେ ତାଙ୍କୁ ଓ୍ଵାଇ କାଟାଗୋରୀର ସୁରକ୍ଷା ଦେବାକୁ ଘୋଷଣା କରାଯାଇଥିଲା।

ପୁନାଓ୍ଵାଲା ନିକଟରେ ଟ୍ଵିଟ୍ କରି ଲେଖିଥିଲେ ଯେ,  ବ୍ରିଟେନ୍‌ରେ ନିଜର ସମସ୍ତ ସହଯୋଗୀ ଏବଂ ଅଂଶଧାରୀଙ୍କ ସହ ସଫଳ ବୈଠକ ହୋଇଛି। ଏହା ଜଣାଇବାରେ ମୋତ ଖୁସି ଲାଗୁଛି ଯେ, ପୁଣେରେ କୋଭିସିଲ୍ଡର ଉତ୍ପାଦନ ପୂରା କ୍ଷମତା ସହ ଚାଲିଛି। କିଛି ଦିନରେ ଫେରିବା ପରେ କାମ କରିବାକୁ ମୁଁ ଉତ୍ସାହିତ ଅଛି।

ପୁନାଓ୍ଵାଲା ଲଣ୍ଡନରେ ପହଞ୍ଚିବା ପରେ କହିଥିଲେ ଯେ, ମୁଁ ଏଠାରେ ନିର୍ଦ୍ଧାରିତ ସମୟଠୁ ଅଧିକ ରହିବାକୁ ଚାହୁଁଛି। କାରଣ ମୁଁ ସେହି ସ୍ଥିତିକୁ ଫେରିବାକୁ ଚାହୁଁନାହିଁ। ସବୁ କିଛି ମୋ  କାନ୍ଧ ଉପରେ ରହିଛି, କିନ୍ତୁ ମୁଁ ଏକାକୀ ସବୁ କାମ କରି ପାରିବି ନାହିଁ। ମୁଁ ଏମିତି ସ୍ଥିତିରେ ରହିବାକୁ ଚାହୁଁନାହିଁ, ଯେଉଁଠି ଆପଣ କେବଳ ନିଜ କାମ ପୂରଣ କରିବା ବ୍ୟତୀତ ଆଉ କିଛି କରି ପାରିବେ ନାହିଁ। ଏମିତି ସ୍ଥିତିରେ ଆପଣ ସମସ୍ତଙ୍କ ଆବଶ୍ୟକତାକୁ ପୂରଣ କରି ପାରିବେ ନାହିଁ। ପୁନାଓ୍ଵାଲାଙ୍କୁ ସମ୍ଭାବିତ ବିପଦକୁ ଦୃଷ୍ଟିରେ ରଖି ଓ୍ଵାଇ ଶ୍ରେଣୀର ସୁରକ୍ଷା ଦିଆଯାଇଥିଲା।  

   Related Posts