Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଭାରତୀୟ ଭ୍ୟାକସିନ୍‌ ଉପରୁ ପ୍ରତିବନ୍ଧକ ହଟାଇଲା ଆମେରିକା: ଜୋ ବାଇଡେନ ଓ ଏସ. ଜୟଶଙ୍କରଙ୍କୁ ଧନ୍ୟବାଦ ଜଣାଇଲେ ଆଦର ପୁନାୱାଲା

4/06/2021 at 9:14 PM

ନୂଆଦିଲ୍ଲୀ ୦୪/୦୬ : ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) ର ସିଇଓ ଆଦର ପୁନାୱାଲା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ନୀତି ପରିବର୍ତ୍ତନ ଯୋଗୁଁ ଧନ୍ୟବାଦ ଦେଇଛନ୍ତି । ଏହା ଦ୍ୱାରା ଭାରତ ଏବଂ ଅନ୍ୟାନ୍ୟ ଦେଶରେ କରୋନା ଟିକା ଉତ୍ପାଦନକୁ ବୃଦ୍ଧି ହେବ ବୋଲି ଆଶା କରାଯାଉଛି । ଆଦର ପୁନାୱାଲାଙ୍କ କମ୍ପାନୀ କରୋନା ଟିକା କୋଭିସିଲ୍ଡ ପ୍ରସ୍ତୁତ କରୁଛି ।

ଆଦର ପୁନାୱାଲା ଟ୍ୱିଟରରେ ଲେଖିଛନ୍ତି , ‘ଜୋ ବାଇଡେନ ଓ ଏସ. ଜୟଶଙ୍କର ପ୍ରୟାସ ପାଇଁ ଧନ୍ୟବାଦ । ଏହି ନୀତି ପରିବର୍ତ୍ତନ ବିଶ୍ୱ ସ୍ତରରେ ଓ ଭାରତକୁ କଞ୍ଚାମାଲ ଯୋଗାଣରେ ବୃଦ୍ଧି ହେବ । ଏହାଦ୍ୱାରା ଆମର ଭ୍ୟାକସିନ ଉତ୍ପାଦନ କ୍ଷମତା ବଢିବ ।’ ଗୁରୁବାର ଦିନ ଆମେରିକା ନିଜର ପ୍ରତିରକ୍ଷା ଉତ୍ପାଦନ ଅଧିନିୟମ ଅଧୀନରେ ଫେବୃଆରୀରେ ଲଗାଯାଇଥିବା ପ୍ରତିବନ୍ଧକ ହଟାଇ ଦେଇଛି ଯେପରି ଏହା ସୁନିଶ୍ଚିତ କରାଯାଇପାରିବ ଯେ ଫାଇଜର ସମେତ ସ୍ଥାନୀୟ ନିର୍ମାତାଙ୍କ ପାଖରେ ଟିକା ଉତ୍ପାଦନ କରିବାକୁ ପର୍ଯ୍ୟାପ୍ତ ଉତ୍ସ ଉପଲବ୍ଧ ହେବ ।

ହ୍ୱାଇଟ ହାଉସ ଟିକା ଉତ୍ପାଦନ କ୍ଷମତା ବୃଦ୍ଧିକୁ ନେଇ ଖାସ କରି ଫାଇଜର ଓ ମଡର୍ନା ଉପରେ ଅଧିକ ଗୁରୁତ୍ୱ ଦେଉଛି । କାରଣ ଆମେରିକା ଜୁଲାଇ ୪ ତାରିଖ ସୁଦ୍ଧା ଦେଶର ସମସ୍ତ ନାଗରିକଙ୍କୁ ଟିକାକରଣ କରିବାର ଲକ୍ଷ୍ୟ ରଖିଛି । ହ୍ୱାଇଟ ହାଉସର ଏକ ବୟାନରେ କୁହାଯାଇଛି ଯେ ବାଇଡେନ ପ୍ରଶାସନ ବର୍ତ୍ତମାନ ଆମର ଅନୁମୋଦିତ ଟିକା ଯୋଗାଣ ଉପରେ ଆଶ୍ୱସ୍ତ । ଏହାର ଫଳସ୍ୱରୂପ ଆମେ ଆଷ୍ଟ୍ରାଜେନେକା (ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ଦ୍ୱାରା ଉତ୍ପାଦିତ ତଥା ବିକ୍ରି ହେଉଥିବା ଟିକା) ନୋଭାଭାକ୍ସ ଏବଂ ସାନୋଫି ପାଇଁ DPA ପ୍ରାଥମିକତା ରେଟିଙ୍ଗକୁ ହଟାଉଛୁ।

   Related Posts