କିଛି ମାସ ଯାଏଁ କୋଭିସିଲ୍ଡର ରପ୍ତାନୀ ବନ୍ଦ, ଘରୋଇ ବଜାରରେ ମଧ୍ୟ ହେବନି ଉପଲବ୍ଧ

Published By : Prameya-News7 Bureau | January 04, 2021 IST

ନୂଆଦିଲ୍ଲୀ ୪।୧: ବିଶ୍ବର ୧୬ଟି ଦେଶରେ କୋଭିଡ୍ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଅକ୍ସଫୋର୍ଡ ୟୁନିଭରସିଟିର ଟିକା ଅକ୍ସଫୋର୍ଡ ଆଷ୍ଟ୍ରାଜେନେକାରର ଜରୁରୀ ବ୍ୟବହାର ପାଇଁ ଭାରତ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ଭାରତରେ ଏହି ଟିକା କୋଭିସିଲ୍ଡ ନାମରେ ଆସିବ । ଟିକା କିପରି ଏବଂ କେବେ ଦିଆଯିବ ? କେତେ ସମୟ ମଧ୍ୟରେ କମ୍ପାନୀ ଏହାର ଉତ୍ପାଦନରୁ ନେଇ ଡେଲିଭରି ଦେବ ଏ ସମସ୍ତ ପ୍ରସଙ୍ଗରେ ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଆଦର ପୁନାଓ୍ବାଲା ସୂଚନା ଦେଇଛନ୍ତି ।   

ଆଦର ପୁନାଓ୍ବାଲା କହିଛନ୍ତି ଯେ, ବର୍ତ୍ତମାନ କିଛି ମାସ ପର୍ଯ୍ୟନ୍ତ କୋଭିସିଲ୍ଡ ଟିକା ଅନ୍ୟ ଦେଶରେ ରପ୍ତାନୀ କରାଯିବ ନାହିଁ । ଭାରତରେ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କୋଭିସିଲ୍ଡ ନାମରେ ଅକ୍ସଫୋର୍ଡର କରୋନା ଟିକାର ରପ୍ତାନୀ କରୁଛନ୍ତି । ପୁନାଓ୍ବାଲା କହିଛନ୍ତି ଯେ, ‘ଟିକାର ୫ କୋଟି ଡୋଜ୍ ବିତରଣ ପାଇଁ ପ୍ରସ୍ତୁତ ରହିଛି । ସରକାରଙ୍କ କ୍ରୟ କରିବା ନିର୍ଦ୍ଦେଶକୁ ଆମେ ଅପେକ୍ଷା କରିଛୁ । ବିଶ୍ବର ସବୁଠୁ ବଡ ଟିକା ପ୍ରସ୍ତୁତକାରୀ କମ୍ପାନୀ ସିରମ୍ ବିକାସଶୀଳ ଦେଶ ପାଇଁ ସବୁଠୁ ଅଧିକ ଟିକାକରଣ କରିବା ନେଇ ସମ୍ଭାବନା ରହିଛି । ରପ୍ତାନୀ ପ୍ରତିବନ୍ଧକର ଅର୍ଥ ହେଉଛି ଗରିବ ଦେଶକୁ ପ୍ରଥମେ ଏବଂ ପରେ ଧନୀ ଦେଶକୁ ଡୋଜ୍ ପଠାଯିବ ।

ପୁନାଓ୍ବାଲା ଏହା ମଧ୍ୟ କହିଛନ୍ତି ଯେ, ଘରୋଇ ବଜାରରେ ଟିକାର ଗୋଟିଏ ଡୋଜ୍ ର ମୂଲ୍ୟ ଏମଆରପି ହିସାବରେ ୧୦୦୦ଟଙ୍କା ହୋଇପାରେ । ସେହିଭଳି ବିଦେଶରେ ରପ୍ତାନୀ ହେଲେ ଏହି ଟିକାର ଗୋଟିଏ ଡୋଜ୍ ର ମୂଲ୍ୟ ୩-୫ ଡଲାର ମଧ୍ୟରେ ରହିବ । ଦେଶ ସହ ଡିଲ୍ ଅନୁସାରେ ଦାମ୍ ଏପଟ ସେପଟ ହୋଇପାରେ । ଏଥିପାଇଁ ମାର୍ଚ୍ଚ ଏବଂ ଅପ୍ରେଲ ପର୍ଯ୍ୟନ୍ତ ସମୟ ଲାଗିପାରେ । କାରଣ ସରକାର ଆମକୁ ତା ପୂର୍ବରୁ ରପ୍ତାନୀ କରିବାକୁ ମନା କରିଦେଇଛନ୍ତି । ଆମେ ଏହାକୁ ଘରୋଇ ବଜାରରେ ଛାଡିପାରିବୁନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.