Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଆହୁରି୨-୩ ମାସ ଭ୍ୟାକସିନ୍‌ ଅଭାବ ଦେଖାଦେବ, ପୁନାଓ୍ବାଲା କହିଲେ- ଜୁଲାଇ ପୂର୍ବରୁ ବଢ଼ିବନି ଉତ୍ପାଦନ କ୍ଷମତା

3/05/2021 at 4:35 PM

ନୂଆଦିଲ୍ଲୀ ୩/୫: ଦେଶରେ କରୋନା ମହାମାରୀ ପ୍ରକୋପ ବଢ଼ିଚାଲିଛି। ଅନ୍ୟପଟେ କରୋନା ଭ୍ୟାକସିନ୍‌ର ଅଭାବ ମଧ୍ୟ ଦେଖାଦେଇଛି। ଏହାରି ଭିତରେ ସିରମ ଇନଷ୍ଟିଚ୍ୟୁଟ୍‌ ସିଇଓ ଆଦର ପୁନାଓ୍ବାଲା କହିଛନ୍ତି, ଭାରତକୁ ଆସନ୍ତା କିଛି ମାସ ପର୍ଯ୍ୟନ୍ତ ଭ୍ୟାକସିନ ଅଭାବର ସାମ୍ନା କରିବାକୁ ପଡ଼ିବ ।୧୦ କୋଟି ଟିକା ନିର୍ମାଣ କ୍ଷମତା ବଢ଼ାଇବା ଜୁଲାଇ ପୂର୍ବରୁ ସମ୍ଭବପର ନୁହେଁ।

ଏବେ ୬-୭ କୋଟି ଭ୍ୟାକସିନ୍‌ ଉତ୍ପାଦନ ହେଉଛି ବୋଲି ସେ କହିଛନ୍ତି। ଫାଇନାନ୍ସିଆଲ୍‌ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ପୁନାଓ୍ବାଲା କହିଛନ୍ତି, ଅର୍ଡର କମ୍‌ ଆସୁଥିବାରୁ ପ୍ରଥମେ ଉତ୍ପାଦନ କ୍ଷମତା ବଢ଼ାଇନଥିଲୁ। ତେଣୁ ଭ୍ୟାକସିନ୍‌ ଅଭାବ ଜୁଲାଇ ଶେଷ ପର୍ଯ୍ୟନ୍ତ ଜାରି ରହିବ। ଏହା ସହ ସେ ଆହୁରି କହିଛନ୍ତି, ‘କୌଣସି ଅର୍ଡର ନଥିଲା। ଗୋଟିଏ ବର୍ଷରେ ୧୦୦ କୋଟିରୁ ଡୋଜ୍‌ରୁ ଅଧିକ ଉତ୍ପାଦନ କରିବାର ଆବଶ୍ୟକତା ନଥିଲା ବୋଲି ଲାଗିଥିଲା। ’

ସେପଟେ ଜାନୁଆରୀରେ ଦ୍ବିତୀୟ ଲହର ଆସିବ ବୋଲି କଳ୍ପନା ନଥିଲା। ପ୍ରକୃତରେ ଭାରତରେ ମହାମାରୀ ସମାପ୍ତ ହେଉଥିବା ଦେଖିବାକୁ ମିଳିଥିଲା ବୋଲି ଆଦର ପୁନାଓ୍ବାଲା କହିଛନ୍ତି। ଦେଶରେ ମେ’୧ରୁ ୧୮ରୁ ୪୪ ବର୍ଷୀୟଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଛି। ଅନେକ ରାଜ୍ୟ ଟିକାର ଅଭାବ ପାଇଁ ଟିକାକରଣ ଆରମ୍ଭ ହୋଇପାରି ନାହିଁ। ଏବେ କୋଭିସିଲ୍ଠ ଏବଂ କୋଭାକ୍ସିନ୍‌ ଟିକା ଦିଆଯାଉଥିବା ବେଳେ ଋଷ ଟିକା ସ୍ପୁଟନିକ୍‌-ଭିକୁ ଅନୁମତି ମିଳିଥିବା ବେଳେ ଦେଢ଼ ଲକ୍ଷ ଡୋଜ୍‌ ଭାରତରେ ପହଞ୍ଚିଛି ।

   Related Posts