କରୋନା ଟିକା ନେଲେ ସେରମ୍ ଇନଷ୍ଟିଚ୍ୟୁଟ୍‌ ସିଇଓ ଆଦର ପୁନାଓ୍ବାଲା, ସେୟାର କଲେ ଭିଡିଓ

Published By : Prameya-News7 Bureau | January 16, 2021 IST

ନୂଆଦିଲ୍ଲୀ ୧୬/୦୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସ ମାଧ୍ୟମରେ ଦେଶରେ ବହୁ ପ୍ରତିକ୍ଷିତ କରୋନା ଟିକାକରଣର ଶୁଭାରମ୍ଭ କରିଛନ୍ତି । ଏହା ସହ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅପିଲ କରି କହିଛନ୍ତି, ଭ୍ୟାକସିନ୍‌କୁ ନେଇ ଉଠୁଥିବା ଗୁଜବ ଉପରେ ବିଶ୍ବାସ କରନ୍ତୁ ନାହିଁ । ଭ୍ୟାକସିନ୍‌ ନେବା ପ​‌ରେ ମଧ୍ୟ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ୍‌ ପିନ୍ଧିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅପିଲ କରିଛନ୍ତି ।

ଦେଶରେ ଟିକାକରଣ ଆରମ୍ଭ ହେବା ପରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାଓ୍ବାଲା କରୋନା ଟିକା ନେଇଛନ୍ତି । ଟିକା ନେଉଥିବାର ଏକ ଭିଡିଓ ମଧ୍ୟ ଜାରି କରିଛନ୍ତି ଆଦର ପୁନାଓ୍ବାଲା । ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାଓ୍ବାଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାରିଫ୍ କରିବା ସହ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

wp:embed {"url":"https://twitter.com/adarpoonawalla/status/1350338040321851392","type":"rich","providerNameSlug":"twitter","responsive":true,"className":""}
https://twitter.com/adarpoonawalla/status/1350338040321851392
/wp:embed

ଆଦର ପୁନାଓ୍ବାଲା ଭ୍ୟାକସିନ୍‌ ନେଉଥିବାର ଭିଡିଓକୁ ଟ୍ବିଟରରେ ସେୟାର କରି ଲେଖିଛନ୍ତି, ‘ ଦେଶରେ ବିଶ୍ବର ସବୁଠାରୁ ବଡ କୋଭିଡ୍‌ ଟିକାକରଣର ରୋଲ-ଆଉଟ୍‌ କରିବା ପାଇଁ ମିଳିଥିବା ସଫଳତା ପାଇଁ ମୁଁ ଦେଶବାସୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଉଛି’ ।

ବିଶ୍ବରେ ଏଭଳି ୧୦୦ରୁ ଉର୍ଦ୍ଧ୍ବ ଦେଶ ଅଛନ୍ତି ଯାହାର ଲୋକସଂଖ୍ୟା ୩ କୋଟିରୁ କମ । କିନ୍ତୁ ଭାରତରେ କେବଳ ପ୍ରଥମ ପର୍ଯ୍ୟାୟରେ ହିଁ ୩କୋଟି ଲୋକଙ୍କୁ ଭ୍ୟାକସିନ୍‌ ଦିଆଯାଉଛି । ଏହା ସହ ବିଦେଶରେ ମିଳୁଥିବା ଟିକାର ମୂଲ୍ୟ ଠାରୁ ଭାରତରେ ମିଳୁଥିବା ଟିକାର ମୂଲ୍ୟ ବହୁତ କମ ଯାହାକୁକି ସାଧାରଣ ଲୋକ ମଧ୍ୟ କିଣିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.