ରଥ ଉପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ, ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡପ ମଣ୍ଡପ ବିଜେ

Published By : Prameya-News7 Bureau | July 05, 2019 IST

ପୁରୀ ୫|୭: ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ତିନି ଠାକୁର ।   ଶରଧାବାଲିରେ ରଥ ଉପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଆଜି ଅପରାହ୍ନରେ ଆଡପମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୁର୍ତ୍ତି । ଅପରାହ୍ନ ପର୍ଯ୍ୟନ୍ତ ଶ୍ରୀଜିଉ ରଥ ଉପରେ ରହିବେ । ସନ୍ଧ୍ୟା ଆଳତୀ ପରେ ଶ୍ରୀଜିଉ ଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।

ଆଡପ ବିଜେ ପରେ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିବ। ପହଣ୍ଡି ବିଜେ ପର ଦିନ ଦର୍ଶନ ଆରମ୍ଭ ହେବ । ଆସନ୍ତାକାଲି ସକାଳ ସାଢେ ୭ଟାରୁ ୮ ଭିତରେ ସାହାଣମେଳା ଦର୍ଶନ ଆରମ୍ଭ ହେବ ବୋଲି ସୂଚନା ମିଳିଛି । କାଲିଠାରୁ ଗୁଣ୍ଡିଚା ମନ୍ଦିରରେ ଆଡପ ଅବଢା ମିଳିବା ସମ୍ଭାବନା ରହିଛି ।

ତେବେ ଆସନ୍ତା ୮ ତାରିଖ ସୋମବାର ଦିନ ହେରା ପଞ୍ଚମୀ, ୯ ତାରିଖ ମଙ୍ଗଳବାର ଦିନ ରଥ ଦକ୍ଷିଣମୋଡ ଏବଂ ୧୧ ତାରିଖରେ ସନ୍ଧ୍ୟା ଦର୍ଶନ ନୀତି ଅନୁଷ୍ଠିତ ହେବ। ସେହିଭଳି ୧୨ ତାରିଖରେ ବାହୁଡା ଯାତ୍ରା ଅନୁଷ୍ଠିତ ହେବ । ୧୩ ତାରିଖରେ ରଥ ଉପରେ ଦାରୁବ୍ରହ୍ମଙ୍କୁ ସୁନାବେଶ କରାଯିବ । ସେହିଭଳି ୧୪ ତାରିଖରେ ଅଧରପଣା ଭୋଗ ଓ ୧୫ ତାରିଖରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.