Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମୁମ୍ବାଇ ବିମାନ ବନ୍ଦରର ୭୪ ପ୍ରତିଶତ ଭାଗିଦାରୀ କିଣିବେ ଆଦାନୀ ଗ୍ରୁପ

31/08/2020 at 9:34 PM

ମୁମ୍ବାଇ ୩୧।୮: ମୁମ୍ବାଇ ଇଣ୍ଟରନ୍ୟାଲନାଲ ଏୟାରପୋର୍ଟ ଲିମିଟେଡର ୭୪ ପ୍ରତିଶତ ଭାଗିଦାରୀ କ୍ରୟ କରିବେ ଆଦାନୀ ଗ୍ରୁପ । ଏ ନେଇ ଆଦାନୀ ଗ୍ରୁପ ଓ ଜିଭିକେ ଗ୍ରୁପ ମଧ୍ୟରେ ଏକ ବୁଝାମଣା ମଧ୍ୟ ହୋଇଛି।  ଆଦାନୀ ଗ୍ରୁପ ରଗ୍ୟୁଲେଟରୀ ଫାଇଲିଂରୁ ଏହି ସୂଚନା ମିଳିଛି। ସୂଚନା ଅନୁସାରେ ଆଦାନୀ ଗ୍ରୁପ ଜିଭିକେ ଗ୍ରୁପ ଠାରୁ ସମ୍ପୂର୍ଣ୍ଣ ୫୦.୫ ପ୍ରତିଶତ ଭାଗିଦାରୀ କିଣି ନେବେ। ଏହା ଛଡା ଏୟାରପୋର୍ଟ କମ୍ପାନୀ ଅଫ ସାଉଥ୍ ଆଫ୍ରିକା (ଏସିଏସଏ) ଓ ବିଡୱେଷ୍ଟର ୨୩.୫ ପ୍ରତିଶତ ଭାଗିଦାରୀ ମଧ୍ୟ କ୍ରୟ କରିବେ।

ମୁମ୍ବାଇ ଏୟାରପୋର୍ଟରେ ଏସିଏସଏଙ୍କ ୧୦ ପ୍ରତିଶତ ବିଡୱେଷ୍ଟର ୧୩.୫ ପ୍ରତିଶତ ଅଂଶିଦାରୀ ରହିଛି।  ଏହି କାରବାର ସହ ଆଦାନୀ ଗ୍ରୁପ ଦେଶର ଦ୍ୱିତୀୟ ବୃହତ୍ତ ଘରୋଇ ଅପରେଟରରେ ପରିଣତ ହେବେ। ମୁମ୍ବାଇ ବିମାନ ବନ୍ଦରର ବ୍ୟତୀତ ଆଦାନୀ ଗ୍ରୁପଙ୍କ ହାତରେ ଦେଶର ଅନ୍ୟ ୬ଟି ବିମାନ ବନ୍ଦରର ପରିଚାଳନା ଦାୟିତ୍ୱ ମଧ୍ୟ ରହିଛି। ବର୍ତ୍ତମାନ ସମୟରେ ଦିଲ୍ଲୀ ଓ ହାଇଦ୍ରାବାଦ ଏୟାରପୋର୍ଟର ସଞ୍ଚଳନ କରୁଥିବା ଜିଏମଆର ଗ୍ରୁପ ଦେଶର ସର୍ବ ବୃହତ୍ତ ଅପରେଟର ଅଛନ୍ତି।

ଜିଭିକେ ସହ ହୋଇଥିବା ବୁଝାମଣା ଅନୁସାରେ ଆଦାନୀ ଗ୍ରୁପ ଜିଭିକେ ଏୟାରପୋର୍ଟ ଡେଭଲପରଙ୍କ ବାକି ଋଣ ଚୁକ୍ତା କରିବେ। ତେବେ ମୋଟ କାରବାରର ପରିମାଣ ନେଇ ଉଭୟ କମ୍ପାନୀ ଏବେବି ଚୁପ ଅଛନ୍ତି। ତେବେ ଆଦାନୀ ଏୟାରପୋର୍ଟ ହୋଲ୍ଟିଂସ ଲିମିଟେଡ ଏମଆଇଏଏଲ ଙ୍କ ଲିକ୍ୱିଡିଟି ଆବଶ୍ୟକତା ପୂରଣ ନିମନ୍ତେ ପାଣ୍ଠି ଯୋଗାଇ ଦେବେ ବୋଲି କହିଛନ୍ତି। ଏହା ଛଡା ନବି ମୁମ୍ବାଇ ବିମାନ ବନ୍ଦରର ଫାଇନାନସିଆଲ କ୍ଲୋଜର ଲାଗି ମଧ୍ୟ ପାଣ୍ଠି ଉପଲବ୍ଦ କରିବେ ବୋଲି କହିଛନ୍ତି।  

   Related Posts